Electricity After 79 Years / ୭୯ ବର୍ଷର ଅପେକ୍ଷାର ଅନ୍ତ….ଦୀପାବଳିରେ ପ୍ରଥମଥର ବିଜୁଳି ଆଲୋକରେ ଝଲସିଲା ପଶ୍ଚିମବଙ୍ଗର ଏହି ଗାଁ
·1 hour ago·2 min read

Key Points
ସ୍ୱାଧୀନତାର ୭୯ ବର୍ଷ ପରେ ଗାଁରେ ପହଞ୍ଚିଲା ବିଦ୍ୟୁତ୍
ଦୀପାବଳି ମାନେ ଆଲୋକର ପର୍ବ। ଏହି ଦିନରେ ଦୀପ ଓ ରଙ୍ଗବେରଙ୍ଗ ଆଲୋକରେ ଝଲସି ଉଠେ ଘରଠୁ ସହର, ଗାଁଠୁ ଗଳି। କିନ୍ତୁ ପଶ୍ଚିମବଙ୍ଗର ଏକ ଗାଁ ପାଇଁ ଚଳିତ ବର୍ଷର ଦୀପାବଳି ଥିଲା ସମ୍ପୂର୍ଣ୍ଣ ନିଆରା। କାରଣ, ସ୍ୱାଧୀନତାର ୭୯ ବର୍ଷ ପରେ ପ୍ରଥମଥର ପାଇଁ ଏହି ଗାଁରେ ପହଞ୍ଚିଛି ବିଦ୍ୟୁତ୍ ଆଲୋକ। ଦୀର୍ଘ ବର୍ଷର ଅପେକ୍ଷା ପରେ ଘରେ ଘରେ ବଲ୍ବ ଜଳିବା ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ଗ୍ରାମବାସୀ। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୀପାବଳି ପର୍ବ ସମୟରେ ଲାଇଟ ଜଳିବା କେଉଁ ଉପହାର ଠାରୁ କମ ନୁହେଁ। ଏହି ଗାଁରେ ଏକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି।
ସ୍ୱାଧୀନତାର ୭୯ ବର୍ଷ ପରେ ଗାଁରେ ପହଞ୍ଚିଲା ବିଦ୍ୟୁତ୍
ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ଚକଦାହ ଗାଁର ବାସିନ୍ଦାଙ୍କ ପାଇଁ, ସ୍ୱାଧୀନତାର ୭୯ ବର୍ଷ ପରେ ବିଦ୍ୟୁତ୍ ସେବା ପହଞ୍ଚିବା ଏକ ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଛି। ଏହି ଗାଁରେ ପ୍ରାୟ ୪୦୦ ଆଦିବାସୀ ପରିବାର ବସବାସ କରନ୍ତି ଏବଂ ବିଦ୍ୟୁତ୍ ଆସିବା ଫଳରେ ବର୍ତ୍ତମାନ ସେମାନଙ୍କ ଘର ଆଲୋକିତ ହୋଇଉଠିଛି। ଉଲ୍ଲେଖଯୋଗ୍ୟ ଯେ, ଗାଁରେ ଅନେକ ବର୍ଷ ପୂର୍ବରୁ ବିଦ୍ୟୁତ୍ ଖୁଣ୍ଟ ଲଗାଯାଇଥିଲେ ମଧ୍ୟ, ପ୍ରକୃତରେ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବା ପାଇଁ ବହୁତ ସମୟ ଲାଗିଗଲା।
କୁହାଯାଉଛି କି, ଏହି ଗାଁର ଲୋକ ୧୯୯୭ ମସିହାରୁ ବିଜେପିକୁ ଭୋଟ ଦେଇ ଆସୁଥିଲେ। ଏହି କାରଣରୁ, ପଶ୍ଚିମବଙ୍ଗର ଶାସକ ଦଳଗୁଡ଼ିକ ଏହି ଗାଁକୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ କରି ରଖିଥିଲେ। ତେବେ, ବଙ୍ଗଳାରେ ବିଜେପିର ଆଗମନ ସହିତ ଏହି ଗାଁର ଭାଗ୍ୟ ବଦଳିଗଲା। ଗାଁରେ ବିଦ୍ୟୁତ୍ ସେବା ପହଞ୍ଚାଇବାରେ ସୁବେନ୍ଦୁ ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ସ୍ଥାନୀୟ ବିଜେପି ବିଧାୟକ ସାନ୍ତୁ ପାଲଙ୍କ ପ୍ରଚେଷ୍ଟା ଫଳରେ, ଗାଁରେ ଆଲୋକ ପହଞ୍ଚାଇବାର ଦୀର୍ଘଦିନର ଆଶା ପୂରଣ ହୋଇଛି। ବିଦ୍ୟୁତ୍ ସେବା ଉପଲବ୍ଧ ହେବା ପରେ ଗ୍ରାମବାସୀ ଏବଂ ଆଦିବାସୀ ଅଧିବାସୀମାନେ ଅତ୍ୟନ୍ତ ଖୁସି ଅଛନ୍ତି।
ଦୀପାବଳି ଏବଂ କାଳୀ ପୂଜା ପୂର୍ବରୁ ବିଦ୍ୟୁତ୍ ସେବା ପହଞ୍ଚିବା ଗ୍ରାମବାସୀଙ୍କ ପାଇଁ ଅପାର ଖୁସି ଆଣିଦେଇଛି। ସାଧାରଣତଃ ଦୀପାବଳି ସମୟରେ ଅନ୍ୟ ସ୍ଥାନଗୁଡ଼ିକ ଆଲୋକମୟ ହୋଇଉଠୁଥିବା ବେଳେ, ବିଦ୍ୟୁତ୍ ଅଭାବରୁ ଏହି ଗାଁ ଅନ୍ଧକାରରେ ବୁଡ଼ି ରହୁଥିଲା। କିନ୍ତୁ ଚଳିତ ଦୀପାବଳିରେ, ଏଠାକାର ଘରଗୁଡ଼ିକ ମଧ୍ୟ ଆଲୋକରେ ଝଲସି ଉଠିଛି। ଯାହା ସେମାନେ କେବେ ସ୍ପପ୍ନରେ ଭାବି ନଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories