Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମେ ୩୦ ବର୍ଷ ହେଲା କରିଆସୁଛୁ ଏହି ଘୃଣ୍ୟ କାମ- ଖ୍ବାଜା ଆସିଫ୍

Smruti Parija
Browse all articles by Smruti Parija
·1 year ago·2 min read
ଆମେ ୩୦ ବର୍ଷ ହେଲା କରିଆସୁଛୁ ଏହି ଘୃଣ୍ୟ କାମ- ଖ୍ବାଜା ଆସିଫ୍

ମାନିଲା ପାକିସ୍ତାନ । ଆମେ ପାଳିଛୁ ଆତଙ୍କବାଦ...। ସାକ୍ଷାତକାର ବେଳେ ପାଟିରୁ ବାହାରିଗଲା ସତ । ପାକିସ୍ତାନର ମୁଖା ଖୋଲିଦେଲେ ନିଜେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ବ୍ରିଟିଶ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ସେ ମାନିଛନ୍ତି । ଅବଶ୍ୟ ଏଥିପାଇଁ ଆମେରିକା ଓ ବ୍ରିଟେନକୁ ଦାୟୀ କରିଛନ୍ତି । କିନ୍ତୁ ଖ୍ବାଜା ଆସିଫ୍ ମାନିଛନ୍ତି, ଆତଙ୍କବାଦୀଙ୍କୁ, ଟ୍ରେନିଂ, ଫଣ୍ଡିଂ ଓ ପ୍ରୋତ୍ସାହନ ଦେଇଆସିଛି ପାକିସ୍ତାନ । ଏହାର ଇତିହାସ 30 ବର୍ଷରୁ ବି ଅଧିକ ପୁରୁଣା । ଯାହା ସ୍ପଷ୍ଟ କରୁଛି, ଭାରତର ଦାବି ସତ । ଯାହାକୁ ସିଧାସଳଖ କେବେ ବି ମାନୁନଥିଲା ପାକିସ୍ତାନ । କିନ୍ତୁ ଆମେରିକା, ବ୍ରିଟେନ ବାହାନାରେ ହେଉ ପଛେ, ପାକିସ୍ତାନ ପାଟିରୁ ସତ ବାହାରିଛି ।


ଲସ୍କରରୁ ଜନ୍ମ ନେଇଥିବା TRF ସଂପର୍କରେ ପ୍ରଶ୍ନ କରାଯିବାରୁ ସେ ଯୁକ୍ତି ବାଢ଼ିଛନ୍ତି ଲସ୍କରର ଅସ୍ତିତ୍ବ ଏବେ ନାହିଁ ତେଣୁ TRF ସୃଷ୍ଟି ହେବ କେମିତି? ଗୋଟିଏ ପଟେ କଶ୍ମୀର ପ୍ରସଙ୍ଗ ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କହିଛନ୍ତି । ସେପଟେ ଭାରତ ସହ ବୁଝାମଣା ଓ ଆଲୋଚନାରେ ବିବାଦର ସମାଧାନ ପାଇଁ କହୁଛନ୍ତି । ଯାହା ଦର୍ଶାଉଛି ପାକିସ୍ତାନ ଏବେ ଭୟଭୀତ । ଭାରତର କଡ଼ା ଆଭିମୁଖ୍ୟରେ ବିଚଳିତ ପାକିସ୍ତାନ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଏଥିସହ ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆତଙ୍କୀ ଭିତ୍ତିଭୂମିକୁ ସମୂଳେ ବିନାଶ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସେନାମୁଖ୍ୟଙ୍କୁ କହିଛନ୍ତି । ସେନା, ପୋଲିସ ଓ ସିଏପିଏଫର ବୀରତ୍ବ ଓ ସାହସିକତା ଉପରେ ସାରା ଦେଶର ବିଶ୍ବାସ ରହିଛି । ସମସ୍ତେ ମିଶି ଆତଙ୍କୀ ମାନଙ୍କୁ ଚିହ୍ନଟ କରିବାକୁ ପଡିବ । ସେମାନଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀକୁ ମଧ୍ୟ ଧ୍ବଂସ କରିବାକୁ ପଡିବ । ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ କଠୋର ପଦକ୍ଷେପ ନେବାକୁ ପଡିବ । ସେମାନେ ଯେଉଁ ଦେଶର କିମ୍ବା ଯେଉଁ ଗୋଷ୍ଠୀର ହୋଇଥାନ୍ତୁ ନାଁ କାହିଁକି ସେମାନଙ୍କୁ ପାନେ ଦେବାକୁ ପଡିବ । ନିରୀହ ଜନତାଙ୍କ ବିରୋଧରେ ଏଭଳି କାପୁରୁଷ ଓ ବର୍ବରୋଚିତ କାଣ୍ଡ ପାଇଁ ଆତଙ୍କୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ଆଲୋଚନା ବେଳେ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Sponsored
weve-been-doing-this-dirty-work-for-pak-defence-min-admits-training-terrorists | Argus News