#Operation Sindoorକୁ ନେଇ କ'ଣ କହିଲେ ପହଲଗାମ ଗଣହତ୍ୟା ପୀଡ଼ିତାଙ୍କ ପତ୍ନୀ

କଶ୍ମୀର ପହଲଗାମରେ ଏପ୍ରିଲ ୨୨ ତାରିଖରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ନିର୍ମମ ଭାବେ ହତ୍ୟା କରିଥିଲେ। ଜଣେ ପତ୍ନୀ ଯେତେବେଳେ କହିଲେ ମୋ ସ୍ବାମୀଙ୍କୁ ମାରିଲ ମୋତେ ବି ମାରିଦିଅ। ସେତେବେଳେ ଆତଙ୍କବାଦୀ କହିଥିଲେ ତୋ ଛୁଆକୁ ଆଉ ତୋତେ ମାରିବୁ ନାହିଁ। ଯା ମୋଦିକୁ କହିବୁ ଆଉ ହିନ୍ଦୁସ୍ତାନକୁ କହିବୁ। ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ଅତି କମରେ ୯ଟି 'ଆତଙ୍କବାଦୀ ଭିତ୍ତିଭୂମି' ସ୍ଥାନକୁ ଟାର୍ଗେଟ କରି ଭାରତ ମେ ୭ ତାରିଖ ବୁଧବାର ମଧ୍ୟରାତ୍ରିରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଥିଲା। ଯାହାର ନାଁ ଥିଲା "ଅପରେସନ ସିନ୍ଦୂର"। ସିନ୍ଦୂରର ବଦଲା ନେଲା ଭାରତ। ପହଲଗାମ ଘଟଣାରେ ସ୍ୱାମୀଙ୍କୁ ହରାଇଥିବା ମହିଳାମାନେ ଅପରେସନରେ ପ୍ରତିକ୍ରିୟା ରଖିଛନ୍ତି।
ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ କହିଛନ୍ତି ମଙ୍ଗଳବାର ମୁଁ ମୋ ସ୍ବାମୀଙ୍କୁ ପହଲଗାମରେ ହରାଇଥିଲି। ମୋ ପୁଅ ବାପଛେଉଣ୍ଡ ହୋଇଗଲା। କିନ୍ତୁ ସେହି ମଙ୍ଗଳବାର ମଧ୍ୟରାତ୍ରିରେ ଭାରତ ସରକାର ବଡ଼ ପ୍ରତିଶୋଧ ନେଇଛନ୍ତି। ଯେଉଁଥିପାଇଁ ମୁଁ ବହୁତ ଖୁସି। ଆଉ ମୋଦିଜୀଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଗୋଟିଏ କଥା କହିବାକୁ ଚାହୁଁଛି ସରକାର ଆଗାମୀ ଦିନରେ ଆତଙ୍କବାଦୀଙ୍କୁ ନିପାତ କରନ୍ତୁ। କଡ଼ାରୁ କଡ଼ା ଦଣ୍ଡ ଦିଆଯିବା ଦରକାର।
📱 Get Argus News App
✨operation sindoor ମାଧ୍ୟମରେ ଯେଉଁ ସନ୍ତୋଷ ଜଗଦାଲେଙ୍କ ବିଧବା ପତ୍ନୀ ପ୍ରଗତି ଜଗଦଲେ କହିଛନ୍ତି ଯେ, ସେହି ଆତଙ୍କବାଦୀମାନେ ଆମ ଝିଅ ବୋହୂଙ୍କର ସିନ୍ଦୂର ପୋଛିଦେବା ପରେ ଏହାର ଉଚିତ ଜବାବ ଦିଆଯାଇଛି। ଏହି ଅପରେସନର ନାମ ଶୁଣିବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା। ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।
ମୋଦିଜୀ ପାକିସ୍ତାନକୁ ଦେଖାଇ ଦେଇଛନ୍ତି ଯେ ଆମେ ଚୁପ୍ ବସିବୁ ନାହିଁ । ମୁଁ ଅନୁଭବ କରୁଛି "ଅପରେସନ ସିନ୍ଦୁର" ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦକୁ ଶେଷ କରିବେ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶ୍ବାନା ଦ୍ୱିବେଦୀ ପିଟିଆଇକୁ କହିଛନ୍ତି, "ମୋ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ସେ ଆହୁରି ମଧ୍ୟ କହିଛନ୍ତି, "ଏହା ପ୍ରତିଶୋଧର ଆରମ୍ଭ। ମୁଁ ଜାଣେ ଯେ ମୋଦୀ ଜୀ ସେମାନଙ୍କୁ (ଆତଙ୍କବାଦୀମାନଙ୍କୁ) ସମ୍ପୂର୍ଣ୍ଣ ନିପାତ ନ କରିବା ପର୍ଯ୍ୟନ୍ତ ଅଟକିବେ ନାହିଁ। ସେ ଆମକୁ ଏତେ ବିଶ୍ୱାସ ଦେଇଛନ୍ତି ଯେ ସମସ୍ତ ଆତଙ୍କୀ ସ୍ଥାନ ଧ୍ୱଂସ ହୋଇଯିବ । ଏହି ଆକ୍ରମଣକୁ 'ଅପରେସନ୍ ସିନ୍ଦୂର' ନାମରେ ନାମିତ କରି ସେ ଦର୍ଶାଇଛନ୍ତି ଯେ ଆମେ ବଦଲା ନେଇଛୁ। ମୁଁ କେବେ ବି ଭାବି ନ ଥିଲି ଏତେବଡ଼ ପ୍ରତିଶୋଧ ନିଆଯିବ ବୋଲି। ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଜୟହିନ୍ଦ ଏବଂ ଜୟ ଭାରତ ଲେଖିଛନ୍ତି।
VIDEO | Kanpur, Uttar Pradesh: Here's what Ashanya Dwivedi, wife of Shubham Dwivedi, who was shot dead in the Pahalgam terror attack, says on #OperationSindoor:
— Press Trust of India (@PTI_News) May 7, 2025
"This is the beginning of revenge. I know that Modiji won't stop till he wipes them (terrorists) off completely. He… pic.twitter.com/NIpGcNBDFg
