train travel / C/FA ଏବଂ W/L ମାନେ କ'ଣ?

Key Points
ଅର୍ଗସ ବ୍ୟୁରୋ: ଆପଣ ସମସ୍ତେ ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଟ୍ରେନକୁ ନେଇ ଏମିତି ଅନେକ ଫ୍ୟାକ୍ଟ ଥାଏ ଯାହା ବହୁତ ଲୋକ ଜାଣିଥାନ୍ତି କାରଣ ବହୁତ କମ ଲୋକ ସେ ସବୁ ଫ୍ୟାକ୍ଟ ଉପରେ ଧ୍ୟାନ ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧୀୟ ଏକ ତଥ୍ୟ ଜଣାଇବୁ। ଆପଣ ଦେଖିଥିବେ ରେଳ ଟ୍ରାକ୍ ପାଖରେ ଏକ ବୋର୍ଡ଼ ଲାଗିଥାଏ ଯେଉଁଥିରେ ‘W / L’ କିମ୍ବା ‘C / FA’ ଲେଖା ହୋଇଥାଏ।କଣ ପାଇଁ ଲେଖା ହୋଇଥାଏ ? କଣ ରହିଛି ଏହାର ଗୁରୁତ୍ୱ ? ଆସନ୍ତୁ ଜାଣିବା।
‘C / FA’ ର ଅର୍ଥ ହେଉଛି ସିଟି / ଫାଟକ ଏବଂ ‘W / L’ ର ଅର୍ଥ ହେଉଛି ହ୍ୱିସଲ / ଲେବଲ କ୍ରସିଂ। ଏହି ବୋର୍ଡ ଲୋକୋ ପାଇଲଟ ବା ଟ୍ରେନ୍ ର ଡ୍ରାଇଭରଙ୍କ ପାଇଁ ଏକ ପ୍ରକାର ସଙ୍କେତ ଅଟେ କି ଯେତେବେଳେ ସିଏ ସେହି ସ୍ଥାନରେ ପହଂଚୁଛନ୍ତି ସେହିଠାରୁ ସିଟି ମାରିବା ଆରମ୍ଭ କରିଦିଅନ୍ତୁ ,ସତର୍କ ରୁହନ୍ତୁ ଏବଂ ଟ୍ରେନର ଗତିକୁ ମନ୍ଥର କରିଦିଅନ୍ତୁ କାରଣ ଆଗରେ ଏକ ଗେଟ୍ ଅଛି। ଯାହାଦ୍ୱାରା ଆଗରେ ଫାଟକରେ ଠିଆ ହୋଇଥିବା ଲୋକମାନେ ସତର୍କ ହୋଇଯିବେ ଏବଂ କ୍ରସିଂ ଅତିକ୍ରମ କରିବାକୁ ଚେଷ୍ଟା କରିବେ ନାହିଁ ।
ଏହି ବୋର୍ଡଗୁଡ଼ିକ ପ୍ରାୟତ ହଳଦିଆ ରଙ୍ଗରେ ତିଆରି ହୋଇଥାଏ । କାରଣ ହଳଦିଆ ରଙ୍ଗ ଦୂରରୁ ବି ସ୍ପଷ୍ଟ ନଜର ଆସିଥାଏ ଯାହାଦ୍ୱାରା ପାଇଲଟ ସତର୍କ ହୋଇପାରେ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨Related Topics
Explore more stories