Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ'ଣ କରନ୍ତି ଖାନ ସାରଙ୍କ ପତ୍ନୀ ଏଏସ ଖାନ ? କ'ଣ ତାଙ୍କର ପେଶା ? ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କ'ଣ କରନ୍ତି ଖାନ ସାରଙ୍କ ପତ୍ନୀ ଏଏସ ଖାନ ? କ'ଣ ତାଙ୍କର ପେଶା ? ଜାଣନ୍ତୁ...

Key Points

ନିକଟରେ ଖାନ ସାର୍ ବିବାହ କରିଥିବା ଖବର ସାମ୍ନାକୁ ଆସିଥିଲା ।

ତାପରେ ୨ ଜୁନରେ ସେ ପାଟନାରେ ତାଙ୍କ ବିବାହ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ।

ସାରା ଦେଶରୁ ଶିକ୍ଷକ ଏବଂ ରାଜନେତା ଏଥିରେ ଯୋଗ ଦେଇଥିଲେ।

ଖାନ ସାର୍ । ତାଙ୍କୁ କିଏ ବା ନଜାଣେ । ବିହାରର ଜଣେ ଜଣାଶୁଣା ଶିକ୍ଷକ ଏବଂ YouTuber । ଦେଶର କୋଣ ଅନୁକୋଣରେ ତାଙ୍କର ଛାତ୍ରଛାତ୍ରୀ ରହିଛନ୍ତି । କହିବାକୁ ଗଲେ ଘରେ ଘରେ ଏବେ ସେ ପରିଚିତ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଅନ୍ୟ ବର୍ଗର ଲୋକମାନେ ମଧ୍ୟ ତାଙ୍କୁ ଫଲୋ କରନ୍ତି । ସେ କମ୍ପିଟେଟିଭ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାନ୍ତି । ତାଙ୍କର କୋଚିଂ ସେଣ୍ଟର ଖାନ GS ରିସର୍ଚ୍ଚ ସେଣ୍ଟର ଏବଂ ତାଙ୍କର YouTube ଚ୍ୟାନେଲ ଜରିଆରେ ଶିକ୍ଷା ଜଗତରେ ଜଣେ ଜଣାଶୁଣା ଚେହେରା । ତାଙ୍କର ୨୩ ମିଲିଅନ ଫଲୋଅର୍ସ ରହିଛନ୍ତି ।

ନିକଟରେ ଖାନ ସାର୍ ବିବାହ କରିଥିବା ଖବର ସାମ୍ନାକୁ ଆସିଥିଲା । ତାପରେ ୨ ଜୁନରେ ସେ ପାଟନାରେ ତାଙ୍କ ବିବାହ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ସାରା ଦେଶରୁ ଶିକ୍ଷକ ଏବଂ ରାଜନେତା ଏଥିରେ ଯୋଗ ଦେଇଥିଲେ। ଏହା ପ୍ରଥମ ଥର ଥିଲା ଯେତେବେଳେ ଖାନ ସାରଙ୍କ ପତ୍ନୀ ଏଏସ ଖାନ ଲୋକଙ୍କ ସାମ୍ନାକୁ ଆସିଥିଲେ। ସେ ଲାଲ ଲେହେଙ୍ଗା ପିନ୍ଧିଥିଲେ ଏବଂ ଚେହେରାରେ ଓଢ଼ଣି ଢ଼ାଙ୍କିଥିଲେ, ଯାହା ଫଳରେ ତାଙ୍କ ମୁହଁ ଗଣମାଧ୍ୟମ କିମ୍ବା ଲୋକଙ୍କୁ ଦେଖାଯାଉ ନଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖାନ ସାରଙ୍କ ପତ୍ନୀ ବିହାର ସିୱାନ ଜିଲ୍ଲାର। ସେ ICSE ବୋର୍ଡରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ପରେ ଉଚ୍ଚଶିକ୍ଷା ମଧ୍ୟ ପ୍ରାପ୍ତ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେ ଜଣେ ସରକାରୀ ଅଧିକାରୀ । ଖାନ ସାର୍ ଜୁନ୍ ୬ ତାରିଖରେ ତାଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପାର୍ଟି ମଧ୍ୟ ଦେବାକୁ ଯାଉଛନ୍ତି, ଯେଉଁଥିରେ ତାଙ୍କ ପତ୍ନୀଙ୍କ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିବାର ଆଶା କରାଯାଉଛି।

ଖାନ ସାରଙ୍କ ରିସେପ୍‌ସନ୍‌ ପାର୍ଟି ପାଟନାର ଶାଗୁନ୍ ମୋଡ଼ସ୍ଥିତ ଏକ ବ୍ୟାଙ୍କେଟ୍ ହଲ୍‌ରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ରଙ୍ଗବେରଙ୍ଗ ଅଲୋକମାଳା ସହିତ ଫୁଲରେ ଖୁବ୍‌ ସଜାଯାଇଥିଲା । ଅତିଥି ତାଲିକାରେ ଅଳଖ ପାଣ୍ଡେ, ହିମାଂଶୀ ମାମ୍, ନୀତୁ ମାମ୍, ଗଗନ ପ୍ରତାପ ସାର୍, ଆଦିତ୍ୟ ରଞ୍ଜନ ସାର୍, ରୋଶନ ଆନନ୍ଦ ସାର୍ ଏବଂ ଏସ୍‌କେ ଝାଙ୍କ ଭଳି ଶିକ୍ଷକମାନେ ସାମିଲ ଥିଲେ। ଏହା ବ୍ୟତୀତ, ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଏବଂ ଅନେକ ପ୍ରସିଦ୍ଧ ୟୁଟ୍ୟୁବର୍ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What does Khan Sar's wife AS Khan do? What is her profession? Find out... | Argus News