Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କବାଦୀମାନେ ପହଲଗାମ୍ ରେ ପହଞ୍ଚିଥିଲେ କେମିତି... କ'ଣ ଥିଲା ପୁରା ପ୍ଲାନ୍ ?

Smruti Parija
Browse all articles by Smruti Parija
·1 year ago·4 min read

Key Points

କେଉଁଠି ଅଛି ବୈସରନ ଭ୍ୟାଲି ?
କାହିଁକି Mini switzerlandକୁ ବାଛିଲେ ଆତଙ୍କବାଦୀ ?
ଆତଙ୍କବାଦୀମାନେ ଏଠାରେ ପହଞ୍ଚିଥିଲେ କେମିତି ?
କ'ଣ ଥିଲା ଆତଙ୍କୀଙ୍କ ପୁରା ପ୍ଲାନ୍ ?

ପହଲଗାମ । ଏହାର ଜଙ୍ଗଲ, ସ୍ୱଚ୍ଛ ଜଳ, ହ୍ରଦ ଏବଂ ବିସାଳ ତୃଣଭୂମି ପାଇଁ ପ୍ରସିଦ୍ଧ । ଆଉ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ । ପାଇନ ଗଛକୁ ବରଫରେ ଆଚ୍ଛାଦିତ ପାହାଡ ଏହାର ସୁନ୍ଦରତାକୁ ଆହୁରି ବଢାଇଦିଏ । କେବଳ ଚାଲି ଚାଲି କିମ୍ବା ଘୋଡା ପିଠିରେ ବସି ଏହି ସ୍ଥାନକୁ ଯିବାକୁ ହୁଏ । କିଏ ହନିମୁନ୍ କରିବାକୁ ଯାଏ ତ କିଏ ପରିବାର ସହ ବୁଲିବାକୁ ଯାଏ । ଏଠାରେ ସାଧାରଣତଃ ଆତଙ୍କବାଦୀ ଘଟଣା ନଗଣ୍ୟ । ଏବଂ ପର୍ଯ୍ୟଟକଙ୍କ ଦୃଷ୍ଟିରୁ ଏହାକୁ ସୁରକ୍ଷିତ ବୋଲି ବିବେଚନା କରାଯାଏ । ହେଲେ ଆତଙ୍କବାଦୀମାନେ ଯେଉଁଭଳି ଭୟାନକ ଆକ୍ରମଣ କରିଛନ୍ତି ତାହା ଦେଶକୁ ସ୍ତବ୍ଧ କରିଦେଇଛି ।



ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ 90 କିଲୋମିଟର ଦୂର ପହଲଗାମର ବୈସରନ ଭ୍ୟାଲ୍ଲୀ । ଯାହା ଦକ୍ଷିଣ କାଶ୍ମୀରର ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଲୋକପ୍ରିୟ ପାହାଡ଼ୀ ସ୍ଥାନ । ଯାହାର ଚାରିପଟେ ଅଛି ନଦୀ ଓ ଘଞ୍ଚ ଜଙ୍ଗଲ । ଏଠାରେ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ଅମରନାଥ ଗୁମ୍ଫା ମଧ୍ୟ ରହିଛି । ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ଆରୁ ବନ୍ୟପ୍ରାଣୀ ଅଭୟାରଣ୍ୟ, ମନୋରମ ବେତାବ ଉପତ୍ୟକା, ତୁଲିଆନ୍ ହ୍ରଦ ଭଳି ଅନେକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ରହିଛି । ବୈସାରନ ଉପତ୍ୟକା ଏଠାରେ ଆଉ ଏକ ଜଣାଶୁଣା ସ୍ଥାନ ଯାହା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।


ପହଲଗାମରୁ 5 କିଲୋମିଟର ଦୂରରେ ଅବସ୍ଥିତ, ବୈସାରନ ଉପତ୍ୟକା ଏକ ଚରାଭୂମି ଯାହା ଏକ ଲୋକପ୍ରିୟ ଟ୍ରେକିଂ ସ୍ଥାନ । ଦୀର୍ଘ, ଅନ୍ଧକାର ଚରାଭୂମି ଏବଂ ଚାରିପାଖରେ ଘନ ପାଇନ୍ ଜଙ୍ଗଲ ହେତୁ ଏହାକୁ ମିନି ସ୍ୱିଜରଲ୍ୟାଣ୍ଡ୍ ବୋଲି କୁହାଯାଏ। ଅନେକ ଟ୍ରେକର୍ ଏଠାରେ କ୍ୟାମ୍ପ ମଧ୍ୟ କରନ୍ତି।


ଗତ ବର୍ଷଗୁଡ଼ିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏହି କେନ୍ଦ୍ରଶାସିତ ଅଞ୍ଚଳ ସଡ଼କ ପଥ, ରେଳପଥ ଏବଂ ବିମାନ ପରିବହନ ମାଧ୍ୟମରେ ସମଗ୍ର ଦେଶ ସହିତ ସଂଯୋଗ ହୋଇଛି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ କାଶ୍ମୀରକୁ ନେଇ ଲୋକଙ୍କ ମନରେ ଭୟ ଥିଲା । ହେଲେ ଧାରା 370 ହଟିବା ପରେ ହଟିବା ପରେ କାଶ୍ମୀର ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।


ସେହିପରି କାଶ୍ମୀରରୁ କନ୍ୟାକୁମାରୀ ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ ଏବେ କଶ୍ମୀର ସହ କନ୍ୟାକୁମାରୀକୁ ଯୋଡ଼ିବାରେ ସକ୍ଷମ ହୋଇଛି । ନିକଟରେ ଚେନାବ ରେଳବ୍ରିଜ ଉଦାଘଟଣ ହେବା ପରେ ଏବେ ଆହୁରି ସହଜ ହୋଇଛି କାଶ୍ମୀରର ବୁଲିବା । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଏବେ କାଶ୍ମୀର ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶ୍ରୀନଗରର ଲାଲଚୌକ, ଯେଉଁଠାରେ ବିଚ୍ଛିନ୍ନତାବାଦୀମାନେ ଥରେ ଦେଶ ବିରୋଧୀ ରାଲି କରୁଥିଲେ, ଏବେ ସେଠାରେ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଏପରି ପରିସ୍ଥିତିରେ, ପାକିସ୍ତାନ ଦ୍ୱାରା ସମର୍ଥିତ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏବଂ ତାହା ମଧ୍ୟ ପର୍ଯ୍ୟଟନ ଋତୁ ଆରମ୍ଭରେ । କେବଳ ଏତିକି ନୁହେଁ, ଆଗାମୀ ମାସଗୁଡ଼ିକରେ ପବିତ୍ର ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏବଂ ଏହା ପୂର୍ବରୁ ଦେଶର ଶତ୍ରୁମାନଙ୍କ ପାଇଁ ପରିବେଶକୁ ନଷ୍ଟ କରିବା ଠାରୁ ଭଲ ସମୟ ଆଉ କ’ଣ ହୋଇପାରେ ବୋଲି ଭାବି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ନିଜ ଭିରୁତାର ପ୍ରମାଣ ଦେଇଛନ୍ତି ଏହି ଆତଙ୍କୀ ।


ଜମ୍ମୁ ଓ କଶ୍ମୀରରେ article 370 ହଟିବା ପରେ ଏହା ହେଉଛି ସବୁଠୁ ବଡ ଆକ୍ରମଣ । ପହଲଗମର ଟୁରିଷ୍ଟ ଡେସଟିନେସନରେ ହୋଇଥିବା ଆକ୍ରମଣ ପାଇଁ ଆତଙ୍କବାଦୀ ଯେଉଁ ସମୟ ବାଛିଥିଲେ, ତାହା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ ।


ଏପ୍ରିଲ 22 ତାରିଖ । ମଙ୍ଗଳବାର । ସମୟ 2.45 ରୁ 3 ଟା ହେବ । ଏହି ସ୍ଥାନକୁ ଗାଡି ଯାଏନି । କେବଳ ପାଦରେ ଚାଲି ଚାଲି କିମ୍ବା ଘୋଡା ଉପରେ ବସି ଯିବାକୁ ପଡେ । ଯେହା ଆତଙ୍କବାଦୀଙ୍କ ପାଇଁ ସହଜ ହୋଇଥିଲା । ଆତଙ୍କବାଦୀଙ୍କ ପ୍ରଥମ ଅସ୍ତ୍ର ଥିଲା ସେନା ପୋଷାକ । ଆଉ ମୁଣ୍ଡରେ ହେଲମେଟ୍ । ହେଲମେଟ୍ ରେ ଲାଗିଥାଏ କ୍ୟାମେରା । ପ୍ରଥମେ ସେମାନେ ସୁରକ୍ଷାକର୍ମୀ ହେବାର ନାଟକ କରିଥିଲେ । ପରେ ଲୋକଙ୍କ ବିଶ୍ୱାସ ଜିତି ଅଞ୍ଚଳରେ ପ୍ରବେଶ କରିଥିଲେ । ଦେଖିଥିଲେ ସବୁକିଛି ଠିକ୍ ଠାକ୍ ଚାଲିଛି । ତାପରେ ଫାଙ୍କା ଗୁଳି ଚାଳନା କରିଥିଲେ ।
ବାହାରେ ଗୁଳି ବର୍ଷା ହେଉଥାଏ । ଟେଣ୍ଟ ଭିତରେ ଥରୁଥାନ୍ତି ପର୍ଯ୍ୟଟକ । ସେନା ପୋଷାକକୁ ହାତରେ ବନ୍ଧୁକ ଧରି ପଶି ଆସିଲେ ଆତଙ୍କବାଦୀ । ଆମକୁ କହିଲେ ତମେ ଇସଲାମର ପଦ ଅର୍ଥାତ୍ କଲମା ଗାଅ । ଯେତେବେଳେ କଲମା ଗାଇ ପାରିଲିନୁ ସେତେବେଳେ ଆଖିବୁଜା ଗୁଳି ଚଳାଇଥିଲେ । ଗୋଟେ ବାଜିଲା ମୁଣ୍ଡରେ...ଗୋଟେ କାନରେ । ଆଉ ଗୋଟିଏ ପିଠିରେ । ଯାହାକୁ ବଖାଣିଛନ୍ତି ସଦ୍ୟ ସଦ୍ୟ ବାପାକୁ ହରାଇଥିବା ଗୋଟେ ଝିଅ ।



ବୟସ 26 ବର୍ଷ । ବାପା ମା ଓ ପୁରା ପରିବାରର ମୋଟ୍ 5 ଜଣଙ୍କ ସହ ବୁଲି ଆସିଥିଲେ ଭାରତର ଭୂସ୍ୱର୍ଗକୁ । ବାପା ବିଜନେସ୍ ମ୍ୟାନ୍ । ଆତଙ୍କୀଙ୍କ ଗୁଳିରେ ସେ ଚିର ଦିନ ପାଇଁ ଶୋଇଯାଇଛନ୍ତି । ବୁକୁ ଫଟେଇ କାନ୍ଦୁଛନ୍ତି ଝିଅ ଓ ମା । ତାଙ୍କ ଆଖି ଆଗରେ ଖାଲି ବାପାଙ୍କର ମୃତ୍ୟୁ ହୋଇନି..ମୃ.ତାଙ୍କ ଦାଦାଙ୍କୁ ମଧ୍ୟ ସେ ହରାଇଛନ୍ତି । ପ୍ରଥମେ ବାପା ଟଳିପଡିବା ପରେ ଅତି ନିର୍ମମ ଭାବେ ଆତଙ୍କୀ ତାଙ୍କ ଦାଦାଙ୍କ ଉପରେ ଗୁଳି ବର୍ଷା କରିଥିଲେ ।


ଝିଅ କୁହନ୍ତି ଆମେ 5 ଜଣ ବୁଲିବାକୁ ଆସିଥିଲୁ । Mini Switzerlandରେ ବୁଲୁ ବୁଲୁ ହଠାତ୍ ହେଲା ଆକ୍ରମଣ । ପ୍ରଥମେ ଆମେ ଭାବିଲୁ ଏହା ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଛି । ହେଲେ ଆତଙ୍କବାଦୀମାନେ ସେନା ପୋଷାକରେ ଆସିଥିଲେ । ହିନ୍ଦୁଙ୍କୁ ଖୋଜି ଖୋଜି ମାରିଥିଲେ । କିଏ ସ୍ୱାମୀକୁ ହରାଇ କାନ୍ଦି କାନ୍ଦି କହୁଥିଲା ଯେ ମୋ ସ୍ୱାମୀକୁ ମାରିଲ ତ ମତେ ମାର । ହେଲେ ଆତଙ୍କୀ ମାରିନଥିଲେ କହିଥିଲେ ଯାଅ ତମ ମୋଦିଙ୍କୁ କହିବ ଆମ କଥା । ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିଥିବାରୁ ତୁମେ ମାନେ ଦୋଷୀ ବୋଲି କହିଥିଲେ । ଖାଲି ଏତିକି ନୁହେଁ ଆତଙ୍କବାଦୀମାନେ ନୀରିହ ଜନତା ଓ ପିଲାଙ୍କୁ ମାରନ୍ତି ନାହିଁ ଲୋକଙ୍କୁ କହିବାକୁ ତାଙ୍କୁ ବାଧ୍ୟ କରିଥିଲେ ।

Sponsored
what-happened-in-kashmir-attack-that-killed-26-tourists-why-terrorist-choose-pahalgam | Argus News