Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧନିଆ ପାଣି ଶରୀରକୁ ଏପରି କରିଦେ.. 

Manini Pattanayak
Browse all articles by Manini Pattanayak
·1 year ago·2 min read
ଧନିଆ ପାଣି ଶରୀରକୁ ଏପରି କରିଦେ.. 

ନୂଆଦିଲ୍ଲୀ: ରୋଷେଇ ଘରେ ଥିବା ଧନିଆ ଏପରି ଏକ ମସଲା ଯାହା  ବିଭିନ୍ନ ହିତକର କାର୍ଯ୍ୟରେ ଲାଗିଥାଏ।  ଧନିଆର ମଞ୍ଜି ଏବଂ ଧନିଆ ପତ୍ର ଉଭୟର ବହୁଳ ଭାବେ ବ୍ୟବହାର କରାଯାଇଥାଏ।  ଗାର୍ନିଶିଙ୍ଗରେ ଧନିଆ ପତ୍ର ବ୍ୟବହାର ହୋଇଥାଏ ଏବଂ ତରକାରୀରେ ଭଲ ବାସ୍ନା ପାଇଁ ଆମେ ଏହାକୁ ବ୍ୟବହାର କରିଥାଉ। ଏହାକୁ ଅନେକ ପ୍ରକାର ଚଟ୍‌ନି ରେ ମଧ୍ୟ ବ୍ୟବହର କରାଯାଇଥାଏ।  ସେହିପରି ଧନିଆ ମଞ୍ଜିର ପାଉଡରକୁ ମସଲା ଭାବେ ବ୍ୟବହାର କରାଯାଇଥାଏ।  କିନ୍ତୁ ଆପଣ ଏହା ଜାଣିଛନ୍ତି କି  ଧନିଆ ମଞ୍ଜିକୁ ରାତିରେ ପାଣିରେ ଭିଜେଇ ସକାଳେ ଏହାର ପାଣିକୁ ପିଇଲେ  ଶରୀରକୁ  ଅନେକ ଲାଭ ମିଳିଥାଏ ବୋଲି । ଯେମିତିକି   ଧନିଆ ପାଣି ପିଇଲେ ବଢୁଥିବା ଓଜନ କମ୍‌ ହୋଇଥାଏ। ଏହା ହଜମକୁ ଭଲ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।  ତେବେ ଚାଲନ୍ତୁ  ଧନିଆ ପାଣି ପିଇବା ଦ୍ୱାରା ଅନ୍ୟସବୁ ଲାଭ କଣ ମିଳିଥାଏ।  
 ହଜମ କରିଥାଏ ଧନିଆ ପାଣି

ଧନିଆର ପାଣି ହଜମ ପ୍ରକ୍ରିୟାକୁ ମଜଭୁତ  କରିଥାଏ। ଗ୍ୟାସ୍, କୋଷ୍ଠକାଠିନ୍ୟ, ଅମ୍ଳତା ଭଳି ସମସ୍ୟାରୁ ମୁକ୍ତି  ଦେଇଥାଏ ଧନିଆ ପାଣି । 

 ଓଜନ ହ୍ରାସ କରେ


ଧନିଆ ପାଣିରେ କ୍ୟାଲୋରୀ କମ୍  ଥାଏ। ଏବଂ ମେଟାବୋଲିଜିମ୍ କୁ ଦୃତ କରିଥାଏ।   ଯେଉଁଥିପାଇଁ ଓଜନ୍‌ କମ୍‌ ହୋଇଥାଏ। 
 ବ୍ଲଡ ସୁଗାର 
ଧନିଆ ପାଣି ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ। ଯାହା ଡାଇବେଟିସ୍‌ ରୋଗିମାନଙ୍କ ପାଇଁ ଫାଇଦା ଦେଇଥାଏ। 
 

ୟୁରିନରି ଟ୍ରେକ୍ଟ

ଧନିଆର ପାଣି ଏକ  ପ୍ରାକୃତିକ ଡାଇୟୁରେଟିକ୍ ଭାବରେ କାମ କରେ । ଯାହା ୟୁରିନ୍‌କୁ   ସଫା କରିବାରେ ସାହାର୍ଯ୍ୟ କରିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସ୍କିନ୍‌ 

 ଧନିଆ ପାଣି ସ୍କିନ୍‌କୁ ସଫା  ଏବଂ ଉଜ୍ଜ୍ୱଳ କରିଥାଏ।  ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ ଯେଉଁଥିପାଇଁ  ସ୍କିନ୍‌ ପାଇଁ ଲାଭଦାୟକ ହୋଇଥାଏ। 

 ଇମ୍ୟୁନିଟି

ଧନିଆରେ ଥିବା ଭିଟାମିନ୍‌ c ଏବଂ ଆଣ୍ଟିଅକ୍ସିଡେଣ୍ଟ ଇମ୍ୟୁନ୍‌ ସିଷ୍ଟମକୁ  ମଜଭୁତ କରିବାରେ ସହାୟତା  କରିଥାଏ।  ମଜଭୁତ ଇମ୍ୟୁନିଟି  ଶରୀରକୁ ଅନେକ ପ୍ରକାର  ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।   ଧନିଆ ପାଣିର ଏତେ ସବୁ ଉପକାର  ଜାଣିବା ପରେ  ଆପଣ ନିଶ୍ଚୟ  ଆଶ୍ଚର୍ଯ୍ୟ ହୋଇଥିବେ। ତେବେ ଆଉ ଡେରି ନକରି  ସକାଳୁ ଖାଲିପେଟରେ ଧନିଆ ମଞ୍ଜି ଭିଜା ପାଣି ପିଅନ୍ତୁ..  ଆଉ ଦେଖନ୍ତୁ କେତେ ଲାଭ ମିଳୁଛି..
 
ଅଧିକ ଦେଖନ୍ତୁ  :

Sponsored
Drinking coriander seeds water on an empty stomach can help in detoxification of the body by flushing out toxins | Argus News