Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମନ୍ଦିରରେ ପ୍ରବେଶ ପୂର୍ବରୁ ପାହାଚରୁ ଜୁହାର ହେଲେ ମିଳିଥାଏ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମନ୍ଦିରରେ ପ୍ରବେଶ ପୂର୍ବରୁ ପାହାଚରୁ ଜୁହାର ହେଲେ ମିଳିଥାଏ...

ମନ୍ଦିର ଯିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କୁହାଯାଏ ମନର ଶାନ୍ତି ହେଉ ଅବା ମନ କୌଣସି ଜିନିଷକୁ ନେଇ ଚିନ୍ତିତ ଥାଉ। ଯଦି ଆପଣ ମନ୍ଦିରକୁ ଯାଉଛନ୍ତି ତେବେ ଖୁବ ଶାନ୍ତି ଏବଂ ଆନନ୍ଦ ମିଳିଥାଏ। ଭଗବାନଙ୍କ ଦର୍ଶନ ଟିକେ ମିଳିଗଲେ ମନର ଆତ୍ମା ତୃପ୍ତି ହୁଏ। କିନ୍ତୁ ଆପଣ ଜାଣନ୍ତି କି, ସମସ୍ତେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମନ୍ଦିର ପାହାଚକୁ କାହିଁକି ମୁଣ୍ଡିଆ ମାରନ୍ତି।


ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପାହାଚରୁ ଜୁହାର ହେବା ନିୟମ କେଉଁ କାଳରୁ ରହିଆସିଛି। ଇଶ୍ୱରଙ୍କ ପାଖକୁ ଯିବା ପାଇଁ ଆମେ ଶିଡିର ସାହାଯ୍ୟ ନେଇଥାଉ। ମଣିଷ ମନ୍ଦିର ଶିଡିକୁ ସ୍ପର୍ଶ କରିବା ଦ୍ୱାରା ତାର ଅହଙ୍କାରର ବିନାଶ ହୋଇଥାଏ । ତେଣୁ ଆମେ ମନ୍ଦିର ଶିଡି ନିକଟରେ କୃତଜ୍ଞତା ଜଣାଇ ଭିତରକୁ ଯାଇଥାଉ। ଶିଡିକୁ ପ୍ରଣାମ କରିବା ଦ୍ୱାରା ଆମ ମଧ୍ୟରେ ଆତ୍ମ ସମର୍ପଣ ଭାବ ଦେଖାଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପରି କରିବା ଦ୍ୱାରା ଆମେ ନିଜର ଆତ୍ମା ଓ ଶରୀରକୁ ଇଶ୍ୱରଙ୍କୁ ସମର୍ପଣ କରିଥାଉ। କୁହାଯାଏ ହିନ୍ଦୁ ମନ୍ଦିରର ଶିଡିରେ ଦେବାଦେବୀ ବାସ କରନ୍ତି। ଶିଡିକୁ ଛୁଇଁବା ଦ୍ୱାରା ମନରେ ସକରାତ୍ମକ ଭାବନା ଆସିଥାଏ। ଜୀବନ ସୁଖ ସମୃଦ୍ଧରେ ଭରିଯାଏ ।

Sponsored
What happens if you touch the temple steps? | Argus News