Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ବଳ ହେଇଯାଉଛନ୍ତି ପୁଟିନ୍‌ଙ୍କ ସୈନ୍ୟ 

National

ଦୁର୍ବଳ ହେଇଯାଉଛନ୍ତି ପୁଟିନ୍‌ଙ୍କ ସୈନ୍ୟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁର୍ବଳ ହେଇଯାଉଛନ୍ତି ପୁଟିନ୍‌ଙ୍କ ସୈନ୍ୟ 

 ନୂଆଦିଲ୍ଲୀ:  ଆଖିରୁ ବାହାରୁଛି  ଲୁହ ବଦଳରେ ଧାର ଧାର ରକ୍ତ। ପ୍ରବଳ ବିନ୍ଧୁଛି ମୁଣ୍ଡ.. ଆଉ ଦିନରେ ଅନେକ ଥର ହେଉଛି ବାନ୍ତି। ଏମତି ଏକ ରୋଗ ଧରିଛି ରୁଷ୍‌ ସୈନ୍ୟଙ୍କୁ। ଏହି ରୋଗ ଏବେ  ଋଷ ସୈନ୍ୟଙ୍କୁ ନଷ୍ଟ କରିବାରେ ଲାଗିଛି । କିନ୍ତୁ ସୈନ୍ୟମାନେ କାହା ଆଗରେ କିଛି ଏ ବିଷୟରେ  ପ୍ରକାଶ କରୁନାହାନ୍ତି। ଇଆଡେ ରୋଗ କିନ୍ତୁ ଖୋକଲା କରିଦେଲାଣି ଋଷ ସୈନିକଙ୍କୁ। ତେବେ ଏପରି ଏକ ଆଶ୍ଚର୍ଯ୍ୟ ଏବଂ ସାଙ୍ଘାତିକ ଖବର ଦେଇଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ବିଭାଗ ଏ ସୂଚନା ଦେଇଛି।  ଏହି ରୋଗକୁ ମାଉସ୍‌ ଫିଭର ବୋଲି କୁହାଯାଉଛି। ଯାହା ଏବେ ସାଙ୍ଘାତିକ ବ୍ୟାପିବାରେ ଲାଗିଛି। 

ମୂଷା କିମ୍ବା ମୂଷାର ମଳ ସମ୍ପର୍କରେ ଆସିଲେ ଏହି ରୋଗ  ମନୁଷ୍ୟଙ୍କଠି ବ୍ୟାପୁଛି ବୋଲି କୁହାଯାଉଛି।  ୟୁକ୍ରେନ ତରଫରୁ ଏହି ରୋଗକୁ ନେଇ କୁହାଯାଇଛି, ଆକ୍ରାନ୍ତ ସୈନିକଙ୍କ ଦେହରେ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଯାଇଥାଏ। ଶରୀରରେ କିଛି ଦାଗ ଆସିବା ସହ ଦେହ ଲାଲ ହୋଇଯାିଥାଏ।  ବ୍ଲଡ ପ୍ରେସର କମିବାରେ ଲାଗିଥାଏ। ଆଖିରେ ରକ୍ତ ଶ୍ରାବ ହୋଇଥାଏ।  ଏଜେନ୍ସି ଆହୁରୀ ମଧ୍ୟ କହିଛି  ଏହି ରୋଗ ନେଇ ଋଷ କମାଣ୍ଡରଙ୍କୁ ଲାଗାତାର ଅଭିଯୋଗ ଯାଇଛି କିନ୍ତୁ ଏହାକୁ ଅଣଦେଖା କରିଦେିଥିଲେ। ମାଉସ ଫିଭର ଋଷର ସୈନିକଙ୍କୁ ଦୁର୍ବଳ କରିସାରିଲାଣି । ଏ ଖବର ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What is ‘Mouse Fever’ spreading among Russian soldiers? | Argus News