Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air Pollution / ଗ୍ରାପ-୪ କଟକଣା କ'ଣ ? ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·3 min read
ଗ୍ରାପ-୪ କଟକଣା କ'ଣ ? ଜାଣନ୍ତୁ...
Air Pollution

Key Points

ପୁଣି ସାଙ୍ଘାତିକ ଦିଲ୍ଲୀ ପ୍ରଦୂଷଣ
ଲାଗୁ ହେଲା ଗ୍ରାପ ଫୋର କଟକଣା
କୁହୁଡ଼ି ଓ ଶୀତ ସାଙ୍ଗକୁ ପ୍ରଦୂଷଣ
ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ସାଙ୍ଘାତିକ ହେଉଛି ସ୍ଥିତି । ରବିବାର ବାୟୁ ଗୁଣଵତ୍ତା ଅତି ଗମ୍ଭୀର ସ୍ଥିତିରେ ପହଞ୍ଚିବା ପରେ ଲାଗୁ ହୋଇଛି ଗ୍ରାପ- ଫୋର କଟକଣା । ପୁଣି ଫେରିଛି ମାସ୍କ ଓ ୱାର୍କ ଫ୍ରମ ହୋମ୍ । ସମସ୍ତ ନିର୍ମାଣ କାମକୁ ବନ୍ଦ ରଖଯାଇଛି । ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ତେବେ ଆଗକୁ ଏଭଳି ସ୍ଥିତି ଏଡାଇବା ପାଇଁ ବିଶେଷଜ୍ଞ କହିଛନ୍ତି, ଜାପାନ ଭଳି ବ୍ୟବସ୍ଥା କରାଯାଉ । ପଲ୍ୟୁଟର୍ସ ପେ' କନସେପ୍ଟ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ସୂଚନାନୁଯାୟୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ‘ଅତି ଗମ୍ଭୀର’ ସ୍ତରରେ ପହଞ୍ଚିଛି । ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ଆକ୍ସନ୍ ରେସ୍‌ପନ୍ସ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ, ଅର୍ଥାତ ଗ୍ରାପ୍- ଫୋର ଲାଗୁ ହୋଇଛି । ପ୍ରଥମେ ପରିସ୍ଥିତିକୁ ଦେଖି ଗ୍ରାପ୍-୩ ଲାଗୁ କରାଯାଇଥିଲା । କିନ୍ତୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ- ଏକ୍ୟୁଆଇ ତୀବ୍ର ହେବାରୁ ଗ୍ରାପ୍‌-୪ ଲଗାଇବାକୁ ନିଷ୍ପତ୍ତି ହୋଇଛି । ଅଧିକାଂଶ ସ୍ଥାନରେ ବାୟୁ ଗୁଣବତ୍ତା ୪୭୪ ପାଖାପାଖି ହୋଇଥିବା ନଜରକୁ ଆସିଛି । ଜାଣନ୍ତୁ ଗ୍ରାପ-ଫୋର କଟକଣା କ'ଣ ?

ଗ୍ରାପ-୪ କଟକଣା କ'ଣ?
ଗ୍ରାଫ-ଫୋର ଆଧାରରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ।
କଂକ୍ରିଟ୍ ପ୍ଲାଣ୍ଟ, ପଥର କ୍ରସର ଓ ଇଟା ଭାଟିଗୁଡ଼ିକ ସମ୍ପୂର୍ଣ ବନ୍ଦ ।
ବିଏସ୍‌-୪ ଯାନବାହନ ଏବଂ ଅନ୍ୟ ରାଜ୍ୟରୁ ଟ୍ରକ୍ ପ୍ରବେଶ ମଧ୍ୟ ନିଷେଧ ।
ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ଶ୍ରେଣୀ ପିଲା ଅନଲାଇନରେ ପଢ଼ିବେ
ସରକାରୀ ଓ ବେସରକାରୀ କର୍ମଚାରୀ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ
ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ

ଆଜି ଧୁଳି, ଧୁଆଁ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଦିଲ୍ଲୀ, ଏନସିଆରର ଅନେକ ସ୍ଥାନରେ ସଡ଼କ ଦୁଘଟଣା ମଧ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲଗାତର ବଢୁଥିବା ବାୟୁ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି । ଏହାକୁ ନେଇ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଜ୍ୟୋଗ୍ରାଫି ପ୍ରଫେସର ଡକ୍ଟର ନେତ୍ରାନନ୍ଦ ସାହୁ କହିଛନ୍ତି । ଶୀତଦିନେ ବାୟୁ ପ୍ରବାହ ହ୍ରାସ ପାଉଥିବାରୁ ଧୂଆଁ ଓ ଧୂଳିକଣା ପ୍ରଦୂଷଣ ସ୍ତରକୁ ବୃଦ୍ଧି କରୁଛି । ଅନ୍ୟ ସହର ତୁଳନାରେ ଦିଲ୍ଲୀରେ ଅଧିକ ସଂଖ୍ୟକ ଗାଡ଼ି ମଧ୍ୟ ଏକ ପ୍ରମୁଖ କାରଣ ଖାଲି ସେତିକି ନୁହେଁ ନିର୍ମାଣ କାର୍ଯ୍ୟ ଶୀତ ଦିନେ ଅଧିକ ହେଉଥିଵାରୁ ଏଠାରୁ ନିର୍ଗତ ଧୂଳି, ଧୂଆଁ ମଧ୍ୟ ପ୍ରଦୂଷଣ ବଢ଼ାଉଛି । ଶିଳ୍ପ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ଓ ଚାଷ ଜମିର ଅବଶେଷକୁ ପୋଡ଼ିବା ମଧ୍ୟ ଏକ କାରଣ । 

ଜାପାନ ୧୯୫୦/୬୦ରେ Polluters Pay concept ଲାଗୁ କରି ସଫଳ ହୋଇଥିଲା । ଆମକୁ ଅନ୍ୟ ରାଷ୍ଟ୍ର ଭଳି ସଠିକ ଯୋଜନା କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି । ହୃଦରୋଗ ବିଶେଷଜ୍ଞ ଡକ୍ଟର ଅତୁଲ ମାଥୁରଙ୍କ ମତରେ ପ୍ରଦୂଷଣରେ ଦୁଇ ପ୍ରକାରର ଉପାଦାନ ଅଛି । ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ କଣିକା । କ୍ଷତିକାରକ କଣିକାଗୁଡ଼ିକ ଶରୀରରେ ପରିକ୍ରମା କଲେ ଶରୀରର ଧମନୀଗୁଡ଼ିକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ତେଣ ଅତି ଜରୁରୀ ଥିଲେ ହାଲୁକା ମାସ୍କ ପିନ୍ଧି ବାହାରକୁ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ବାୟୁ ପ୍ରବାହ ବଢ଼ିଲେ ଧୀରେ ଧୀରେ ପ୍ରଦୂଷଣ ହ୍ରାସ ପାଇବ ବୋଲି ପାଣିପାଗ ବିଭଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air Pollution | What Is GRAP-4 Restriction? Know the Rules and Impact | Argus News