Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଧାରଣ ତାପମାତ୍ରା 5 ଡିଗ୍ରୀରୁ ଅଧିକ ହେଲେ ଏହାକୁ ହିଟ୍ ୱେଭ୍ କୁହାଯାଏ

National

ସାଧାରଣ ତାପମାତ୍ରା 5 ଡିଗ୍ରୀରୁ ଅଧିକ ହେଲେ ଏହାକୁ ହିଟ୍ ୱେଭ୍ କୁହାଯାଏ

Rashmita Mishra
Browse all articles by Rashmita Mishra
·2 years ago·2 min read
ସାଧାରଣ ତାପମାତ୍ରା 5 ଡିଗ୍ରୀରୁ ଅଧିକ ହେଲେ ଏହାକୁ ହିଟ୍ ୱେଭ୍ କୁହାଯାଏ

ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ରାଜ୍ୟ ଉତ୍ତାପରେ ଜଳି ଜଳୁଛି। ପାଣିପାଗ ବିଭାଗ ଉତ୍ତର ଭାରତରେ ଏକ ହିଟ୍ ୱେଭର ସତର୍କ ସୂଚନା ଜାରି କରିଛି। ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତର ତାପମାତ୍ରା ଆସନ୍ତା ଏକ ସପ୍ତାହ ପାଇଁ ଦୁଇରୁ ତିନି ଡିଗ୍ରୀ ଅଧିକ ରହିବ। ଉତ୍ତର ଭାରତରେ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଏବଂ ପଞ୍ଜାବରେ ସବୁଠାରୁ ଅଧିକ ଉତ୍ତାପର ସମ୍ମୁଖୀନ ହେଉଛନ୍ତି ଲୋକେ । ଭାରତ ପାଣିପାଗ ବିଭାଗର ମୁଖପାତ୍ର ଡକ୍ଟର ନରେଶ କୁମାର କହିଛନ୍ତି ଯେ ଆସନ୍ତା ଏକ ସପ୍ତାହ ପାଇଁ ଉତ୍ତର ଭାରତରେ ହିଟ୍ ୱେଭ୍ ଅବସ୍ଥା ରହିବ। ଦିଲ୍ଲୀ-ଏନସିଆର, ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ୟୁପିରେ ହିଟ୍ ୱେଭର ଏକ ରେଡ୍ ଆଲର୍ଟ ଜାରି ତରାଯାଇଛି ।  

ହିଟ୍ ୱେଭ୍ କ’ଣ:-
ହିଟ୍ ୱେଭ୍ ଅର୍ଥ ହେଉଛି ଏକ ଅଞ୍ଚଳରେ ଅସ୍ୱାଭାବିକ ଉଚ୍ଚ ତାପମାତ୍ରା । ପାଣିପାଗ ବିଭାଗ ଅନୁଯାୟୀ, ଯେତେବେଳେ ଏକ ଅଞ୍ଚଳର ତାପମାତ୍ରା ସ୍ୱାଭାବିକ ଡିଗ୍ରୀ ଠାରୁ ଅଧିକ ସେଲସିୟସ ହୋଇଯାଏ ସେତେବେଳେ ଏହା ହିଟ୍ ୱେଭ ବୋଲି କୁହାଯାଏ ।ପାଣିପାଗ ବିଭାଗ ଅନୁଯାୟୀ ସମତଳ ଅଞ୍ଚଳରେ ଅତି କମରେ ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ତାପମାତ୍ରା ଏବଂ ପାହାଡ ଅଞ୍ଚଳରେ ଅତି କମରେ ୩୦ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ତାପମାତ୍ରା ସ୍ଥାନକୁ ହିଟ୍ ୱେଭ୍ ଭାବରେ ବିବେଚନା କରାଯାଏ । ସେ କହିଛନ୍ତି ଯେ ଶୀତ ଏବଂ ଗ୍ରୀଷ୍ମ ସମୟରେ ପ୍ରତ୍ୟେକ ଅଞ୍ଚଳର ସାଧାରଣ ତାପମାତ୍ରା ଭିନ୍ନ ଅଟେ। ଶୀତଦିନେ ଯଦି କୌଣସି ଅଞ୍ଚଳର ତାପମାତ୍ରା ସର୍ବନିମ୍ନ ସାଧାରଣ ତାପମାତ୍ରାଠାରୁ  ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଏ, ତେବେ ଏହାକୁ ଥଣ୍ଡା ତରଙ୍ଗ କୁହାଯାଏ । ସେହିଭଳି ଗ୍ରୀଷ୍ମ ସମୟରେ ଯେତେବେଳେ ଏକ ଅଞ୍ଚଳର ତାପମାତ୍ରା ସାଧାରଣ ତାପମାତ୍ରା 5 ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଏହାକୁ ହିଟ୍ ୱେଭ୍ କୁହାଯାଏ 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଗୋଟିଏ କଥାକୁ ଧ୍ୟାନରେ ରଖିବା ଜରୁରୀ । ପ୍ରତ୍ୟେକ କ୍ଷେତ୍ରର ସାଧାରଣ ତାପମାତ୍ରା ଅଲଗା ଅଟେ । ମନେକରନ୍ତୁ ଏକ ଅଂଚଳର ସାଧାରଣ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ତେବେ ଏହାର ଅର୍ଥ ନୁହେଁ ଯେ ଯେତେବେଳେ ତାପମାତ୍ରା  ୪୩ ସେଲସିୟସ କୁ ବୃଦ୍ଧି ପାଇଥାଏ। ସେତେବେଳେ ଏହାକୁ ହିଟ୍ ୱେଭ୍ ବେଲି ମାନିଥାନ୍ତି । ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହେବା ମାତ୍ରେ ଏହା ହିଟ୍ ୱେଭ୍ । 


 

Argus Whatsapp Channel Mobile Top
Sponsored
what-is-heatwave-how-it-forms-red-alert-for-north-india-temperature- | Argus News