ମାଲେଗାଓଁ ବିସ୍ଫୋରଣର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ, ୨୦୦୮ରେ ହୋଇଥିଲା ବୋମା ବିସ୍ଫୋରଣ

Key Points
ମାଲେଗାଓଁ ବିସ୍ଫୋରଣର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ
ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ନିର୍ଦ୍ଦୋଷରେ ଖଲାସ କଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟ
୨୦୦୮ରେ ହୋଇଥିଲା ମାଲେଗାଓଁ ବୋମା ବିସ୍ଫୋରଣ
2008 ମାଲେଗାଓଁ ବୋମା ବିସ୍ଫୋରଣ ମାମଲା । ମାମଲାର ରାୟ ଶୁଣାଇଲେ ଏନଆଇଏ କୋର୍ଟ । ୧୭ ବର୍ଷ ପରେ ଆସିଲା ମାଲେଗାଓଁ ବିସ୍ଫୋରଣ ମାମଲାର ରାୟ। ମାମଲାରେ ସମସ୍ତ 7 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କହିଲେ କୋର୍ଟ । କର୍ଣ୍ଣେଲ ପୁରୋହିତ ବୋମା ତିଆରି କରିଥିବାର ପ୍ରମାଣ ନାହିଁ ବୋଲି କହିଛନ୍ତି କୋର୍ଟ। ସ୍ୱାଧୀପ୍ରଜ୍ଞାଙ୍କ ବିରୋଧରେ ବି ନାହିଁ କୌଣସି ପ୍ରମାଣ। ବିସ୍ଫୋରଣ ସ୍ଥଳରେ ବାଇକ କିଏ ପାର୍କିଂ କରିଥିଲେ ତାର ପ୍ରମାଣ ନାହିଁ। ମାଲେଗାଓଁ ବିସ୍ଫୋରଣରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ମିଳିବ ୨ଲକ୍ଷ, ଆହତଙ୍କୁ ୫୦ ହଜାର କ୍ଷତିପୂରଣ।
ମହାରାଷ୍ଟ୍ରର ନାସିକ ମାଲେଗାଓଁରେ 2008 ସେପ୍ଟେମ୍ବର 29ରେ ଭିକ୍ଖୁ ଚୌକରେ ରାତି 9ଟା 35ରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧକ ଲୋକ ଆହତ ହୋଇଥିଲେ। ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତ ପୋଲିସ, ଏଟିଏସ ଏବଂ ଏନଆଇଏ କରିଛି। ଏହି ମାମଲାରେ ମୋଟ 11 ଜଣଙ୍କ ଗିରଫ କରାଯାଇଥିଲା। ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସମଗ୍ର ମାମଲାର ପ୍ରାରମ୍ଭିକ ତଦନ୍ତ ମହାରାଷ୍ଟ୍ର ATS ଦ୍ୱାରା କରାଯାଇଥିଲା।
📱 Get Argus News App
✨ରାୟ ଦେବା ସମୟରେ କ’ଣ କହିଥିଲେ ବିଚାରପତି ?
୧- ଘଟଣା ପରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରମାଣ ସଂଗ୍ରହ କରାଯାଇନଥିଲା
୨-ପ୍ରମାଣର ନାହିଁ ତାଳମେଳ
୩-ATS ଓ NIA ଚାର୍ଜସିଟ୍ ମଧ୍ୟରେ ବହୁତ ପାର୍ଥକ୍ୟ
୪-ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି ଯେ ବାଇକ୍ ଟି ସାଧ୍ୱୀଙ୍କ ଥିଲା କିନ୍ତୁ ପ୍ରତିପକ୍ଷ ବାଇକର ଚେସିସ୍ ନମ୍ବର ଖୋଜିବାରେ ବିଫଳ ହୋଇଛି ।
୫-ପ୍ରତିରକ୍ଷ ପ୍ରମାଣ କରିବାରେ ବିଫଳ, ଯେ ବୋମା ମୋଟର ସାଇକେଲରେ ଥିଲା