Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Premanand Ji Maharaj / ପ୍ରେମାନନ୍ଦ ଜୀଙ୍କୁ ହୋଇଥିବା ପଲିସିଷ୍ଟିକ୍ କିଡନୀ ରୋଗ କ'ଣ ? ଏହାର ଲକ୍ଷଣ, କାରଣ ଜାଣନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ପ୍ରେମାନନ୍ଦ ଜୀଙ୍କୁ ହୋଇଥିବା ପଲିସିଷ୍ଟିକ୍ କିଡନୀ ରୋଗ କ'ଣ ? ଏହାର ଲକ୍ଷଣ, କାରଣ ଜାଣନ୍ତୁ...

Key Points

ସମାଜକୁ ତଥା ଆଗାମୀ ପିଢୀକୁ ଦିଗ୍‌ଦର୍ଶନ ଦେଉଥିବା ପ୍ରେମାନନ୍ଦ ଜୀ ମହାରାଜ କିଛିଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତାଙ୍କର ଅସୁସ୍ଥ ସମୟରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ମୁହଁ ଫୁଲିଥିବା ପରି ଲାଗୁଥିଲା, ଆଖି ଗୁଡିକ ଛୋଟ ଦିଶୁଥିଲା, ଏବଂ ମଥାରେ ତିଳକ ନଥିଲା । ପରେ ତାଙ୍କର ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଥିଲା ।

ଚାରିଆଡେ କାନ୍ଦୁଛନ୍ତି ଭକ୍ତ, ଚାଲିଛି ପ୍ରାର୍ଥନା । ସମସ୍ତେ ମହାନ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଭାବବିହ୍ଵଳ ହୋଇପଡିଛନ୍ତି । କାରଣ ସମାଜକୁ ତଥା ଆଗାମୀ ପିଢୀକୁ ଦିଗ୍‌ଦର୍ଶନ ଦେଉଥିବା ପ୍ରେମାନନ୍ଦ ଜୀ ମହାରାଜ କିଛିଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତାଙ୍କର ଅସୁସ୍ଥ ସମୟରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ମୁହଁ ଫୁଲିଥିବା ପରି ଲାଗୁଥିଲା, ଆଖି ଗୁଡିକ ଛୋଟ ଦିଶୁଥିଲା, ଏବଂ ମଥାରେ ତିଳକ ନଥିଲା । ପରେ ତାଙ୍କର ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଥିଲା ।

ପ୍ରେମାନନ୍ଦ ଜୀଙ୍କ ଅସୁସ୍ଥ ଖବରକୁ ନେଇ ଚାରିଆଡେ ପ୍ରାର୍ଥନା କରୁଛନ୍ତି ତାଙ୍କ ଭକ୍ତ । ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଯେମିତିକି ଇସ୍ରୋର ବୈଜ୍ଞାନିକ, କ୍ରିକେଟର ବିରାଟ କୋହଲି ଏବଂ ସ୍ତ୍ରୀ ଅନୁଷ୍କା, ଲୋକସଭାର ସାଂସଦ ହେମା ମାଳିନୀ, ଏବଂ ରବି କିଶାନ ପ୍ରେମାନନ୍ଦ ଜୀଙ୍କ ଦର୍ଶନ ପାଇ ସାନ୍ନିଧ୍ୟ ଲାଭ କରିବାକୁ ଆସିଥିଲେ । ବୃନ୍ଦାବନରେ ରହୁଥିବା ପ୍ରେମାନନ୍ଦ ଜୀ ଦୀର୍ଘ ୧୯ ବର୍ଷ ହେବ ବିନା କିଡନୀରେ ବଞ୍ଚିଛନ୍ତି । ୨୦୦୬ରୁ ସେ ପଲିସିଷ୍ଟିକ କିଡନୀ ରୋଗରେ ପୀଡିତ ଅଛନ୍ତି । ତେବେ କ'ଣ ଏହି ପଲିସିଷ୍ଟିକ କିଡନୀ ରୋଗ ଆସନ୍ତୁ ଜାଣିବା ।

ପଲିସିଷ୍ଟିକ୍ କିଡନୀ ରୋଗ କ'ଣ ?

ପଲିସିଷ୍ଟିକ୍ କିଡନୀ ରୋଗ ହେଉଛି ଏକ ଜିନ୍‌ଗତ ବ୍ୟାଧି । ଏହି ରୋଗଦ୍ଵାରା କିଡନୀରେ ଏକ ତରଳ ପଦାର୍ଥ ଭଳି ସିଷ୍ଟ ବୃଦ୍ଧି ହୋଇଥାଏ । ଏହା କ୍ରମଶଃ କିଡନୀକୁ ବଡ କରେ, ଆଉ ଧିରେଧିରେ ଏହାଦ୍ଵାରା କିଡନୀର କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଏ, ଆଉ ଏହା ସମ୍ପୁର୍ଣ୍ଣ ଅକାମୀ ହୋଇଯାଏ ।

ରୋଗର ଲକ୍ଷଣ

ସାଧାରଣତଃ ଏହି ପଲିସିଷ୍ଟିକ ରୋଗ ହେଲେ ତଳିପେଟରେ ଯନ୍ତ୍ରଣା ଆରମ୍ଭ ହୁଏ । ରକ୍ତଚାପ ବଢେ, ଏବଂ ମୁତ୍ରରେ ରକ୍ତ ପଡିଥାଏ । ଏହା ଧିରେ ଧିରେ ଲିଭର ଭଳି ଅନ୍ୟ ଅଙ୍ଗଗୁଡିକୁ ନଷ୍ଟ କରେ । ଏହି ଚିକିତ୍ସାରେ ଦୀର୍ଘଦିନ ଧରି ଚାଲିଥାଏ । ଯେଉଁଥିରେ ଡାଏଲାସିସ୍ କିମ୍ବା କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡେ ।


ଅଧିକ ପଢନ୍ତୁ : ବିବାଦରେ ପ୍ରେମାନନ୍ଦ ଜୀ ମହାରାଜ , କାହିଁକି ମହିଳାମାନଙ୍କୁ କହିଲେ ଏମିତି, ଜାଣନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ବର୍ତ୍ତମାନ ପ୍ରେମାନନ୍ଦ ଜୀ ମହାରାଜ ଧିରେଧିରେ ସୁସ୍ଥ ହେଉଥିବା କୁହାଯାଉଛି । ଦେହ ଅସୁସ୍ଥ କାରଣରୁ ତାଙ୍କର ଗୋବର୍ଦ୍ଧନ ପରିକ୍ରମା କାର୍ଯ୍ୟକ୍ରମ ବନ୍ଦ ରହିଛି । ଏହା ସହିତ, ଆଶ୍ରମ ଭକ୍ତମାନଙ୍କୁ କୌଣସି ମିଥ୍ୟା କିମ୍ବା ଭିତ୍ତିହୀନ ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରାଯାଇଛି । ପୂର୍ବ ଥର ଯେବେ ପ୍ରେମାନନ୍ଦ ଜୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ସେତେବେଳେ ସେ ରାମକୃଷ୍ଣ ମିଶନ ସେବାଶ୍ରମରେ ଚିକିତ୍ସିତ ହେଉଥିଲେ । ଏହି ପୁରୁଣା ଭିଡିଓ ଆଧାରରେ ଗୁଜବ ପ୍ରଚାର ହେଉଛି ।

Related Topics

Explore more stories

Sponsored
What is Polycystic Kidney Disease that Premanand Ji has? | Argus News