Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୯୦ ଦିନର ଡେଡ୍‌ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ

National

PM Modi to Mobile Company / ୯୦ ଦିନର ଡେଡ୍‌ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
୯୦ ଦିନର ଡେଡ୍‌ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ
Narendra Modi

Key Points

ଡୁପ୍ଲିକେଟ୍ IMEI, ଫୋନ୍ ଚୋରି ରୋକିବା ଏହାର ଉଦ୍ଦେଶ୍ୟ ।
ସେକେଣ୍ଡ ହ୍ୟାଣ୍ଡ ବଜାରର ଠକେଇ ରୋକିବା ନେଇ ମଧ୍ୟ ଉଦ୍ଦେଶ୍ୟ ରହିଛି ।

ମୋବାଇଲ କମ୍ପାନୀଙ୍କୁ ମୋଦି ସରକାରଙ୍କ ବଡ଼ ନିର୍ଦ୍ଦେଶ । ସବୁ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ବାଧ୍ୟତାମୂଳକ । ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଦିଆଯାଇଛି ୯୦ ଦିନର ଡେଡ୍‌ଲାଇନ୍ । ଏହି ଆପ୍ ନା ହୋଇପାରିବ ଡିଲିଟ୍, ନା ହୋଇପାରିବ ଡିସାବୁଲ୍ । ମୋବାଇଲରେ ସଞ୍ଚାର ସାଥୀ ଆପ୍ ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ମୋବାଇଲରେ ପ୍ରି ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍ । ସାଇବର ଫ୍ରଡ୍ ରୋକିବାକୁ ମୋଦି ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଡୁପ୍ଲିକେଟ୍ IMEI, ଫୋନ୍ ଚୋରି ରୋକିବା ଏହାର ଉଦ୍ଦେଶ୍ୟ । ସେକେଣ୍ଡ ହ୍ୟାଣ୍ଡ ବଜାରର ଠକେଇ ରୋକିବା ନେଇ ମଧ୍ୟ ଉଦ୍ଦେଶ୍ୟ ରହିଛି ।

ଏହି ଆପ୍ ଡାଉନଲୋଡ ବା ଇନଷ୍ଟଲ୍ ଦ୍ବାରା କୌଣସି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ନକଲି ସିମ୍‌ କାର୍ଡର ଉପଯୋଗ କରାଯାଇପାରିବ ନାହିଁ। ଏହା ସହିତ ମୋବାଇଲ୍ ହ୍ୟାଣ୍ଡସେଟ୍ ଅସଲି ଓ ନକଲିକୁ ଚିହ୍ନଟ କରାଯାଇପାରିବ। ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ ଏହାକୁ ଠାବ କରାଯାଇପାରିବ। ମୋବାଇଲର କୌଣସି ଦୁରୁପଯୋଗ ହେଲେ ଏହାର ସୂଚନା ମିଳିପାରିବ। ତେଣୁ ଭାରତରେ ବିକ୍ରି ହେବାକୁ ଥିବା ମୋବାଇଲ ହ୍ୟାଣ୍ଡସେଟ୍‌ରେ ଏହି ଆପକୁ କମ୍ପାନୀଗୁଡିକ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ।

ଏହି ଆପ୍ ମାଧ୍ୟମରେ, ୟୁଜର୍ସ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ବ୍ଲକ୍ କରିପାରିବେ । ସେମାନଙ୍କର IMEI ନମ୍ବର ଯାଞ୍ଚ କରିପାରିବେ, ସନ୍ଦିଗ୍ଧ କଲ୍ ରିପୋର୍ଟ କରିପାରିବେ । ଏକ କେନ୍ଦ୍ରୀୟ ରେଜିଷ୍ଟ୍ରି ମାଧ୍ୟମରେ ଫୋନଗୁଡ଼ିକୁ ଟ୍ରାକ୍ କରିପାରିବେ । ସରକାରୀ ତଥ୍ୟ ଅନୁଯାୟୀ, ଏହି ଆପ୍ ଜାନୁଆରୀରୁ ଏପର୍ଯ୍ୟନ୍ତ ୭,୦୦,୦୦୦ରୁ ଅଧିକ ହଜିଯାଇଥିବା ଫୋନ୍ ପାଇବାରେ ସାହାଯ୍ୟ କରିଛି । ଏଥିରୁ କେବଳ ଅକ୍ଟୋବରରେ ୫୦,୦୦୦ଫୋନ ମିଳିଛି ।

ଚଳିତ ବର୍ଷ ଜାନୁଆରୀରେ ଲଞ୍ଚ୍ ହୋଇଥିବା ସଞ୍ଚାର ସାଥୀ ଆପ୍ ବେଶ ଲୋକପ୍ରିୟତା ହାସଲ କରିଛି । ଏହାକୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଏହି ଆପ୍ ୩.୭ ନିୟୁତରୁ ଅଧିକ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନ୍ ବ୍ଲକ୍ କରିଛି । ଏହା ବ୍ୟତୀତ, ସଞ୍ଚାର ସାଥୀ ୩୦ ନିୟୁତରୁ ଅଧିକ ଫେକ୍ ମୋବାଇଲ୍ କନେକ୍ସନ ମଧ୍ୟ ବନ୍ଦ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Modi to Mobile Company | What is Sanchar Saathi? Govt wants app installed in all smartphones | Argus News