Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଲମାନଙ୍କ ସହ ବିଷ୍ଣୋଇ ଗ୍ୟାଙ୍ଗର ଶତ୍ରୁତା କାହିଁକି ?

Smruti Parija
Browse all articles by Smruti Parija
·1 year ago·2 min read
ସଲମାନଙ୍କ ସହ ବିଷ୍ଣୋଇ ଗ୍ୟାଙ୍ଗର ଶତ୍ରୁତା କାହିଁକି ?

Key Points

  • ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗିପଡିଛନ୍ତି ସଲମାନ୍
  •  ନିଜର ସମସ୍ତ ସୁଟିଂ ଓ ମିଟିଂ କ୍ୟାନସଲ୍ 
  • ନା ଖାଉଛନ୍ତି ନା ଶୋଉଛନ୍ତି

ଅର୍ଗସ ବ୍ୟୁରୋ: ଏ କାହାଣୀର ମୂଳଦୂଆ ପଡେ 1998 ମସିହାରେ । ୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେ’ ଫିଲ୍ମ ସୁଟିଂ ବେଳେ ସଲମାନ ଶିକାର କରିବାକୁ ଯାଇଥିଲେ । ୧୯୯୮ ଡିସେମ୍ବର ୨୭-୨୮ରେ ଫୋଡ଼ା ଫାର୍ମ ହାଉସ୍‌ରେ କୃଷ୍ଣସାର ମୃଗ ଶିକାର କରାଯାଇଥିଲା। ଆଉ ଏହା ପଛରେ ସଲମାନ ଥିବା କୁହାଯାଇଥିଲା । ଅକ୍ଟୋବର ୧୨,୧୯୯୮ରେ ପ୍ରଥମ ଥର ଲାଗି ସଲମାନଙ୍କୁ ଗିରଫ କରାଯାଇଥିଲା । ୫ ଦିନ ଜେଲରେ ରହିବା ପରେ ଅକ୍ଟୋବର ୧୭ରେ ସଲମାନ ମୁକୁଳିଥିଲେ । ଏପ୍ରିଲ ୫,୨୦୧୮ରେ ମାମଲାର ଶୁଣାଣି କରି ଅଭିନେତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ଏପ୍ରିଲ ୭ରେ କିନ୍ତୁ ତାଙ୍କୁ ଜାମିନ ମିଳିଯାଇଥିଲା । 

ହେଲେ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋଇ ତାଙ୍କୁ ଧମକ ଦେଇଥିଲେ । ଯିଏ ବି କୃଷ୍ଣସାର ମୃଗ ଶିକାର କରିଛନ୍ତି ତା ଠୁ ପ୍ରତିଶୋଧ ନିଆଯିବ । ଏହା ପରେ ବଢିଥିଲା ଲରେନ୍ସ ଓ ଭାଇଜାନଙ୍କ ମଧ୍ୟରେ ଶତ୍ରୁତା । ଲରେନ୍ସ ବିଷ୍ଣୋଇ ଜଣେ ଗ୍ୟାଙ୍ଗଷ୍ଟାର୍ ।  ବିଷ୍ଣୋଇ ସମାଜରେ କୃଷ୍ଣସାର ମୃଗକୁ ପୂଜା କରାଯାଉଥିବାରୁ ଏହା ସାରା ବିଷ୍ଣୋଇ ସମାଜ ପ୍ରତି ଅପମାନ ଦର୍ଶାଇ ସଲମାନ୍‌ଙ୍କୁ ହତ୍ୟା କରିବାକୁ ତିହାର ଜେଲରୁ ଖୋଲାଖୋଲି ଧମକ ଦେଇଥିଲା ଲରେନ୍ସ । ସେବେଠୁ ସଲମାନ୍‌ଙ୍କୁ ବାରମ୍ବାର ଧମକ ଦେଉଛି । 

ଏପରିକି ଗତ ଜୁଲାଇରେ ସଲମାନଙ୍କ ଘର ଉପରକୁ ଫାୟାରିଂ ପଛରେ ବି ତା ହାତ ରହିଛି। ଲରେନ୍ସର ଦବଦବା ଏତେ ଯେ ଗୁଜରାଟ ସାବରମତୀ ଜେଲରେ ବସି ସେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ ଆଉ ଏବେ ମୁମ୍ବାଇରେ ଗ୍ୟାଙ୍ଗ ଚଲାଉଛି। ଯେଉଁଥିରେ ପ୍ରାୟ ୭ଶହ ସୁଟର ନିୟୋଜିତ ଥିବା କୁହାଯାଉଛି । ଏପରିକି କାନାଡାରେ ବି ତାର ଅପରାଧ ସାମ୍ରାଜ୍ୟ ରହିଛି । 
ସେପଟେ ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗିପଡିଛନ୍ତି ସଲମାନ୍। ନିଜର ସମସ୍ତ ସୁଟିଂ ଓ ମିଟିଂ କ୍ୟାନସଲ୍ କରିଦେଇଛନ୍ତି। ଚିନ୍ତିତ ଓ ବିବ୍ରତ ଅଛନ୍ତି ସଲମାନ। ଅତି ଘନିଷ୍ଠ ତଥା ପାରିବାରିକ ବନ୍ଧୁ ସିଦ୍ଦିକିଙ୍କୁ ହରାଇବାର ଦୁଃଖ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମେ ଲୀଲାବତୀ ହସପିଟାଲ ପରେ ସିଦ୍ଦିକିଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସଲମାନ୍। ତାପରଠୁ ପୁଅ ଜିଶାନ ସିଦ୍ଦିକିଙ୍କ ସହ ସେ ଲଗାତର ସମ୍ପର୍କରେ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଟଣାରେ ପୋଲିସ ଏଯାଏଁ ୩ ଜଣଙ୍କୁ ଗିରଫ କରିସାରିଛି। ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୨୧ ଯାଏଁ ରିମାଣ୍ଡରେ ନେଇ ଚାଲିଛି ପଚରାଉଚରା । ତୃତୀୟ ଅଭିଯୁକ୍ତ ଧର୍ମରାଜ କଶ୍ୟପ ନିଜକୁ ନାବାଳକ ଦର୍ଶାଇଥିବା ବେଳେ ଓସିଫିକେସନ୍ ଟେଷ୍ଟରେ ସେ ସାବାଳକ ବୋଲି ପ୍ରମାଣିତ ହୋଇଛି। ସେପଟେ ଅନ୍ୟ ଅଭିଯୁକ୍ତ ଶିବ କୁମାର ଓ ମହମ୍ମଦ ଜିଶାନ ଅଖତାରଙ୍କୁ ଖୋଜୁଛି ପୋଲିସ।
ସଲମାନ ସୁପରଷ୍ଟାର ହୋଇଥିବାରୁ ତାଙ୍କର ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ଲରେନ୍ସ ଧାର୍ମିକ କାରଣରୁ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା କହୁଥିବାରୁ କାହାଣୀ ବୁଢ଼ିଆଣୀ ଜାଲ ଭଳି ହୋଇଛି। ଏହି ଗ୍ୟାଙ୍ଗ ନିଜକୁ ଦେଶଭକ୍ତ ବୋଲି ଦାବି କରିଆସୁଛି। ଭଗତ ସିଂଙ୍କୁ ହିରୋ କହୁଛି। ଏଣୁ ବିଶ୍ନୋଇ ହିରୋ କି ଭିଲିୟାନ ତାହା କହିବା ମୁସ୍କିଲ । ଆଗାମୀ ଦିନରେ ଏହି କାହାଣୀ କି ରୂପ ନେବ ତାହା ସମୟ କହିବ ବୋଲି କିଛି ପ୍ରତିକ୍ରିୟା ରଖୁଛନ୍ତି । ହେଲେ ସଲମାନଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି । 
 

Sponsored
what-is-the-main-reason-of-dispute-between-salman-khan-and-bishnoi-gang | Argus News