Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ହରିୟାଣା ପରେ ବିଜେପି ଫୋକସ୍‌ ରେ ଆଉ ତିନି ରାଜ୍ୟ 

National

 ହରିୟାଣା ପରେ ବିଜେପି ଫୋକସ୍‌ ରେ ଆଉ ତିନି ରାଜ୍ୟ 

Manini Pattanayak
Browse all articles by Manini Pattanayak
·1 year ago·1 min read
 ହରିୟାଣା ପରେ ବିଜେପି ଫୋକସ୍‌ ରେ ଆଉ ତିନି ରାଜ୍ୟ 

 ନୂଆଦିଲ୍ଲୀ:  ହରିୟାଣା  ଏବଂ ଜାମ୍ମୁ କାଶ୍ମୀର  ବିଧାନସଭା ନିର୍ବାଚନ  ପାଇଁ  ଭୋଟ ଗଣତି ଜାରୀ ରହିଛି। ଏକଜିଟ୍‌ ପୋଲ୍‌ର ଗଣନାକ  ଭୁଲ୍‌  ପ୍ରମାଣତ କଲା  ବିଜେପି। ହରିୟାଣାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ହରିୟାଣାରେ ପିଜେପି ୪୯ ସିଟ୍‌ ରେ ଆଗରେ ଅଛି। ଏଠାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି।   ହରିୟାଣାରେ  ବିଜେପିର ଏହି ବିଜୟ ଆଗାମୀ  ନିର୍ବାଚନରେ ଶୁଭଙ୍କର ହେବ  ବୋଲି କୁହାଯାଉଛି।  ତେବେ  ଯାହାର ଆରମ୍ଭ ମହାରାଷ୍ଟ୍ରରୁ ହେବ ।

ରାଜନୈତିକ ବିଶ୍ଳେଷକ ତଥା ଲେଖକ ନୀଳାଞ୍ଜନ ମୁଖୋପାଧ୍ୟାୟ  କହିଛନ୍ତି  “2024 ଲୋକସଭା ନିର୍ବାଚନରେ ​​ଦେଖାଯାଇଥିବା ହ୍ରାସକୁ ଓଲଟପାଲଟ କରିଲା  ହରିୟାଣା ନିର୍ବାଚନ। ହ୍ୟାଟ୍ରିକ ମାରିଲା ବିଜେପି ।   ହରିୟାଣାର ବିଜୟ  ମହାରାଷ୍ଟ୍ର , ଝାରଖଣ୍ଡ ଏବଂ ଦିଲ୍ଲୀରେ ଭଲ ପ୍ରଦର୍ଶନ ପାଇଁ ମୂଳଦୁଆ ପକାଇପାରେ।  ଏଠି କହି ରଖୁଛୁ ଯେ,  ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର ରେ ନିର୍ବାଚନ ହେବାର ଅଛି।  ସେହିପରି ଝାଡଖଣ୍ଡରେ ମଧ୍ୟ ନିର୍ବାଚନ  ଖୁବ୍‌ ଶୀଘ୍ର ହେବାର ଅଛି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what is the meaning of bjp victory in haryana affect on delhi maharashtra upcoming elections | Argus News