Dwaraka / ସମୁଦ୍ରରେ ଲୁଚିଛି ଦ୍ୱାରିକାର ରହସ୍ୟ...

Key Points
ଅର୍ଗସ ବ୍ୟୁରୋ: ଦ୍ୱାରିକା... ଭଗବାନ ଶ୍ରୀକୃଷ୍ଣଙ୍କ ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାକୁ ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ଆସିବା ପରେ ତିଆରି କରିଥିଲେ । ଯାହାର ଅବେଶେଷ ଆଜି ବି ନିଳ ସମୁଦ୍ର ଗର୍ଭରେ ଦେଖିବାକୁ ମିଳେ ।
ହେଲେ ଯିଏ ଏହି ସୃଷ୍ଟିର କର୍ତ୍ତା...ଯିଏ ଏହି ସୁନ୍ଦର ସହର ନିର୍ମାଣ କରିଥିଲେ, ସମୁଦ୍ର ଭିତରେ ଏହା କେମିତି ଲିନ ହୋଇଗଲା ? ଏହା ପଛରେ ସତରେ କ'ଣ କିଛି ରହସ୍ୟ ରହିଛି ? ନା ଏହା ପ୍ରାକୃତିକ ଘଟଣା ।
ଦ୍ୱାରିକା ନଗରୀ କେମିତି ଥିଲା ? ଏବେ କେମିତି ଅଛି ?
କେତେଦିନ ଲାଗିଥିଲା ଦ୍ଵାରିକା ସହର ନିର୍ମାଣ କରିବାରେ ? କିଛି ଏମିତି ପ୍ରଶ୍ନ ଆଜି ଅନେକଙ୍କ ମନରେ ଉଙ୍କି ମାରୁଛି । ଏମିତି କଣ ହେଲା ଯେ ସମୁଦ୍ରରେ ହଜିଗଲା ଦ୍ଵାରିକା ନଗରୀ ? ଇତିହାସ କୁହେ, ଶ୍ରୀକୃଷ୍ଣ କଂଶକୁ ବଧ କରିବା ପରେ କଂଶଙ୍କ ଶ୍ୱଶୁର ଜରାସନ୍ଧ ବାରମ୍ବାର ମଥୁରା ଉପରେ ଆକ୍ରମଣ କରିଥିଲେ ।
ଯେଉଁଥିରେ ମଥୁରାବାସୀ ଅଥୟ ହୋଇପଡିଥିଲେ । ଶେଷରେ ଏହାକୁ ରୋକିବା ପାଇଁ କୃଷ୍ଣ ମଥୁରା ଛାଡିଥିଲେ । ଏବଂ ସମ୍ସତ ମଥୁରାବାସୀଙ୍କୁ ସମୁଦ୍ରକୂଳକୁ ଆଣି ନିଜର ଦିବ୍ୟ ନଗରୀ ତିଆରି କରିଥିଲେ । ଯାହାର ନାମ ରଖିଥିଲେ ଦ୍ୱାରିକା । ଏହି ନଗରୀକୁ ଯିବା ପାଇଁ ଯେହେତୁ ଅନେକ ଦ୍ୱାର ରହିଛି । ସେଥିପାଇଁ ଏହାକୁ ଦ୍ୱାରିକା କୁହାଯାଏ ।
ଆହୁରି ମଧ୍ୟ କୁହାଯାଏ ଦ୍ୱାରିକା ତିଆରି କରିବା ପାଇଁ ଶ୍ରୀକୃଷ୍ଣ ସମୂଦ୍ର ଦେବତାଙ୍କ ଠାରୁ ଭୂମି ନେଇଥିଲେ ଏବଂ ବ୍ରହ୍ମାଣ୍ଡର ନିର୍ମାତା ବିଶ୍ୱକର୍ମାଙ୍କୁ କହି ରାତି ଭିତରେ ଦ୍ୱାରିକା ତିଆରି କରିଥିଲେ ।
ପୌରାଣିକ କଥାରୁ ଯାହା ଜଣାପଡିଛି ଦ୍ୱାରିକା ଲିନ ହେବା ପଛରେ ଦୁଇଟି ମହାନ ଘଟଣା ହିଁ ଦାୟୀ ଥିଲା । ଗୋଟିଏ ହେଉଛି ମହାଭାରତରେ ଗାନ୍ଧାରୀଙ୍କ ସବୁ ପୁଅ ମରିଗଲା ପରେ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରିଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ । ବିଶ୍ୱାସ ରହିଛି ଯେ, ମହାଭାରତର 36 ବର୍ଷ ପରେ ଦ୍ୱାରିକା ସହର ସମୁଦ୍ରରେ ବୁଡ଼ି ଯାଇଥିଲା ।
ମହାଭାରତରେ ପାଣ୍ଡବମାନେ ବିଜୟୀ ହୋଇଥିଲେ ଏବଂ ସମସ୍ତ କୌରବ ବଂଶ ଧ୍ୱଂସ ହୋଇଯାଇଥିଲେ । ଏହାପରେ, ଯେତେବେଳେ ଯୁଧିଷ୍ଠିର ହସ୍ତିନାପୁରରେ ମୁକୁଟ ପିନ୍ଧିଥିଲେ, ସେତେବେଳେ ଶ୍ରୀକୃଷ୍ଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ଗାନ୍ଧାରୀ ମହାଭାରତ ଯୁଦ୍ଧ ପାଇଁ ଶ୍ରୀକୃଷ୍ଣଙ୍କୁ ଦାୟୀ କରିଥିଲେ ଏବଂ ଭଗବାନ କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ।
ଯେ ଯଦି ମୁଁ ମୋର ଦେବତାଙ୍କୁ ପ୍ରକୃତରେ ମନ ପ୍ରାଣ ଦେଇ ସ ହୃଦୟରେ ପୂଜା କରିଛି... ମୋର ପତ୍ନୀବତା ଧର୍ମ ବିଶ୍ୱସ୍ତତାର ସହ ପାଳନ କରିଛି, ତେବେ ମୋର ବଂଶ ଯେପରି ନଷ୍ଟ ହୋଇଯାଇଛି, ସେହିପରି ତୁମର ବଂଶ ମଧ୍ୟ ଧ୍ୱଂସ ହେବ । କୁହାଯାଏ ଯେ ଏହି ଅଭିଶାପ ହେତୁ ଶ୍ରୀକୃଷ୍ଣଙ୍କ ପ୍ରିୟର ନଗରୀ ଦ୍ୱାରିକା ପାଣିରେ ବୁଡ଼ି ଯାଇଥିଲା ।
କ'ଣ ଥିଲା ଦ୍ୱିତୀୟ କାରଣ ?
ମୁନିଋଷିଙ୍କ ଅଭିଶାପ
📱 Get Argus News App
✨ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଥରେ ମହର୍ଷୀ ବିଶ୍ୱାମିତ୍ର, ଦେବ ଋଷି ନାରଦ, କାନଭା ଦ୍ୱାରିକା ଯାଇଥିଲେ । ସେତେବେଳେ ଯାଦବ ବଂଶର କିଛି ପୁଅ ଋଷୀଙ୍କୁ ପରିହାସ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ପୁଅ ସାମ୍ଭଙ୍କୁ ନାରୀ ବେଶରେ ସଜ୍ଜିତ କରି ସାଧୁମାନଙ୍କ ନିକଟକୁ ନେଇଥିଲେ । ଏବଂ ମୁନିଋଷିଙ୍କୁ କହିଥିଲେ ଯେ ଏହି ନାରୀ ଗର୍ଭବତୀ ଅଛନ୍ତି । ତାଙ୍କ ଗର୍ଭରେ ବଢୁଥିବା ଶିଶୁ ବିଷୟରେ ଆମକୁ କୁହନ୍ତୁ ।
ସେତେବେଳେ ଋଷି ରାଗିଯାଇଥିଲେ । ଏବଂ ସମଗ୍ର ଯଦୁବଂଶ ଧ୍ୱଂସ ହୋଇଯିବା ନେଇ ଅଭିଶାପ ଦେଇଥିଲେ । ଯେତେବେଳେ ଶ୍ରୀକୃଷ୍ଣଙ୍କ ଉପରେ ଗାନ୍ଧାରୀଙ୍କ କ୍ରୋଧ ଶାନ୍ତ ହୋଇଗଲା ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଥିଲେ । ଏଥିରେ ଶ୍ରୀକୃଷ୍ଣ କହିଥିଲେ ହେ ମାତା ଆପଣ କ୍ଷମା କଣ ପାଇଁ ମାଗୁଛନ୍ତି ଏହାର ବିଧିର ବିଧାନ ଏବଂ ଏଥିରେ ମୁଁ ମଧ୍ୟ ଅଛି ।
ଏହା ପରେ ଶ୍ରୀକୃଷ୍ଣ ଦ୍ଵାରିକା ନଗରୀ ଚାଲିଗଲେ । ସେତେବେଳେ ଶ୍ରୀକୃଷ୍ଣଙ୍କ ପୁତ୍ରମାନେ ଧୀରେ ଧୀରେ ମହାଶକ୍ତିଶାଳି ହୋଇଥିଲେ ଏବଂ ପୁରା ଯଦୁ ବଂଶ ବିକ୍ରମଶାଳି ହୋଇଥିଲା । ମାତ୍ର ଗାନ୍ଧାରୀଙ୍କ ଅଭିଶାପ ଓ ମୁନିଋଷିଙ୍କ ଅଭିଶାପ ଯୋଗୁଁ ଦ୍ଵାରିକାରେ ସବୁ ସୁଖଶାନ୍ତି ଥାଇ ମଧ୍ୟ ଅଭିଶାପରୁ ବଞ୍ଚିପାରିଲେ ନାହିଁ ।
ଯଦୁବଂଶରେ ଉଭୟ ଉଭୟଙ୍କ ବିରୋଧରେ ଯୁଦ୍ଧ କଲେ । ଶେଷରେ ପୁରା ଯଦୁବଂଶ ଏବଂ ଦ୍ୱାରିକା ନଗରୀ ଧ୍ୱଂସ ହୋଇଗଲା ।
ସମୁଦ୍ର ଭିତରେ ଏହି ଅବଶେଷକୁ ପ୍ରଥମେ ଭାରତୀୟ ବାୟୁସେନା ହିଁ ଦେଖିଥିଲା । ଏହାପୂର୍ବରୁ ଏହି ଦ୍ୱାରିକାକୁ ଏକ କାଳ୍ପନିକ ନଗରୀ ବୋଲି କୁହାଯାଉଥିଲା ।
କେହିବି ଦ୍ୱାରିକାକୁ ନେଇ ବିଶ୍ୱାସ କରୁନଥିଲେ । ହେଲେ ଦ୍ୱାରିକାକୁ ନେଇ ଇତିହାସର ପ୍ରଥମ ଉଲ୍ଲେଖ ଗୁଜୁରାଟର ଭାବନଗରରେ ଷଷ୍ଠ ଶତାବ୍ଦୀର ପାଲିତାନା କପର ପ୍ଲେଟରେ ଲେଖା ଥିବା ମିଳିଥିଲା । ତାପରେ ଲୋକଙ୍କୁ ଏହା ଉପରେ ବିଶ୍ୱାସ ହୋଇଥିଲା । ଏହାପରେ ଦ୍ୱାରିକାକୁ ନେଇ ଅଧିକ ଅନୁସନ୍ଧାନ ଆରମ୍ଭ ହୋଇଥିଲା ।
ଦ୍ୱାରିକା ବୁଡ଼ିବାକୁ ନେଇ ଅନେକ କେହି ଅନେକ କଥା କହୁଛନ୍ତି । କେହି କହୁଛନ୍ତି ଏହା କୌଣସି ପ୍ରାକୃତକ ଘଟଣା ପାଇଁ ହିଁ ହୋଇଛି ତ ଆଉ କେହି କୁହନ୍ତି ଦ୍ୱାରିକାକୁ ଏଲିୟନ ମାନେ ନଷ୍ଟ କରିଦେଇଛନ୍ତି ।
କିନ୍ତୁ ବୈଜ୍ଞାନିକ ମାନଙ୍କର କହିବା କଥା ଯେତେବେଳେ ବରଫ ଯୁଗ ତରଳିବାକୁ ଆରମ୍ଭ କରିଥିଲା ସେତେବେଳେ ସମୁଦ୍ରର ପତନ ବଢ଼ିଥିଲା । ସେତେବେଳେ ଏହି ସହର ସମୁଦ୍ର ଗର୍ଭକୁ ଚାଲିଆସିଥିଲା ।
Related Topics
Explore more stories