ବନ୍ୟଜନ୍ତୁ ଶୀକାର ପାଇଁ କ'ଣ ରହିଛି ଦଣ୍ଡ ବ୍ୟବସ୍ଥା ?

Key Points
ଡିସେମ୍ବର ଓ ଜାନୁୟାରୀରେ ଓଡ଼ିଶାର କେଉଁଠୁ ଜବତ ହୋଇଛି ବାଘଛାଲ ?
ଇଂରେଜ ଶାସନ ସମୟରେ କ'ଣ ଥିଲା ନିୟମ ?
ବନ୍ୟଜନ୍ତୁ ଶିକାର ପାଇଁ କ'ଣ ରହିଛି ଦଣ୍ଡ ବ୍ୟବସ୍ଥା ?
ଅର୍ଗସ ବ୍ୟୁରୋ:ଦେଢବର୍ଷର ବାଘ ଛଆକୁ ବି ଛାଡିଲେନି ଶିକାରୀ। ଶିମିଳିପାଳରେ ମାରିଦେଲେ କଳାବାଘ ଛୁଆ। ବାଘ ଛୁଆର ନଖ ଓ ଚମଡା ଜବତ କରାଯାଇଛି। ଏଆଇ କ୍ୟାମେରା ଜରିଆରେ ୧୦ ଜଣଙ୍କୁ ବାନ୍ଧିଛି ପୋଲିସ। ଏଇ ଘଟଣାକୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଜୋର ଧରିଥିବା ବେଳେ ଚିନ୍ତାରେ ବନ ବିଭାଗ ସହ ପରିବେଶବିତ୍ । ଏଘଟଣା କେବଳ ଆଜିର ନୁହେଁ , ପ୍ରତି ମାସେ ୧୫ ଦିନରେ ବାଘଛାଲ , ବଜ୍ରକାପ୍ତା ଶିକାରୀଙ୍କୁ ଗିରଫ କରୁଛି ପୋଲିସ ବନବିଭାଗ ଓ ଏସଟିଏଫ ଟିମ୍। ତଥାପି କମୁନି ଶିକାର
ଡିସେମ୍ବର ଓ ଜାନୁୟାରୀରେ ଓଡ଼ିଶାର କେଉଁଠୁ ଜବତ ହୋଇଛି ବାଘଛାଲ ?
ଗତ ଡିସେମ୍ବର ୧୫ ରେ ରାୟଗଡା ସଦରରେଞ୍ଜ ମୁଖ୍ୟରାସ୍ତା ନିକଟରେ ଥିବା ଏକ ଲଜରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବାଘଛାଲ ସହ ଜଣଙ୍କୁ ବାନ୍ଧିଥିଲା ପୋଲିସ। ସେହିଭଳି ଡିସେମ୍ବର ୩୦ ତାରିଖରେ କେନ୍ଦୁଝର ପାଟଣାରୁ ଗୋଟିଏ କଲରାପତିଆ ବାଘ ଛାଲ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ଓ ବନବିଭାଗ ମିଳିତ ଟିମ୍ । ଏବେ ଜାନୁୟାରୀ ୧୫ ରେ ଶିମିଳିପାଳରୁ ଦେଢ ବର୍ଷର ବାଘଛୁଆ ଛାଲ ସହ ନଖ ଜବତ କରିଛି ବନବିଭାଗ
ଇଂରେଜ ଶାସନ ସମୟରେ କ'ଣ ଥିଲା ନିୟମ ?
ସାଧାରଣତଃ ଆମେ ଜାଣିଛେ ରାଜାରାଜୁଡା ଓ ଇଂରେଜ ଶାସନ ସମୟରେ ଶିକାର କରିବାକୁ ଏକ ଆଭିଜାତ୍ୟ ବୋଲି ବିଚାର କରାଯାଉଥିଲା। ରାଜା, ଜମିଦାର ଓ ବଡବଡ ଅଧିକାରୀମାନେ ଶିକାର କରିବା ପାଇଁ ଜଙ୍ଗଲକୁ ଯାଉଥିଲେ। ନିଜର ଖୁସ ପାଇଁ ଜୀବଜନ୍ତୁ ଶିକାର କରିବାର ଧାରା ଆରମ୍ଭ କରିଥିଲେ ଇଂରେଜମାନେ। ଆଉ ଗୋଟେ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବ୍ରିଟିଶ ଅଫିସର ଡିଏସଆଇ ସାଣ୍ଡର୍ସଙ୍କ ପୁସ୍ତକର ତଥ୍ୟ ଅନୁସାରେ ସେ ସମୟରେ ମହାବଳ ବାଘ ଶିକାର କରି ଚମଡା ଆଣିଦେଲେ ୨୫ ଟଙ୍କା ଏବଂ ଚିତାବାଘ ଓ ଭାଲୁ ଚମଡା ଦେଲେ ୧୫ ଟଙ୍କା ପୁରସ୍କାର ଦିଆଯାଉଥିଲା
📱 Get Argus News App
✨ଦୁଃଖରେ ଦିନେ ଶିକାର ଛାଡି ଦେଇଥିଲେ
ଇଂରେଜ ଶାସନ ସମୟରେ ଜଣେ ବ୍ରିଟିଶ୍ କର୍ଣ୍ଣେଲ ଥିଲେ ଜେମସ୍ ଏଡଓ୍ବାର୍ଡ କର୍ବେଟ। ସେ ଜଣେ ପ୍ରଖ୍ୟାତ ବାଘ ଶିକାରୀ ଥିବାରୁ ଉତ୍ତର ଭାରତରେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ସେ ବହୁ କଲରାପତରିଆ ଓ ମହାବଳ ବାଘ ଶିକାର କରିଥିଲେ। ବ୍ରିଟିଶ୍ ସରକାର ତାଙ୍କୁ ମଣିଷଙ୍କ ସୁରକ୍ଷା ପାଇଁ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ। ସେ ୧୯୩୦ ମସିହାରେ ପାଓ୍ବଲଗଡର ରାଜା ଭାବରେ ପରିଚିତ ବେଙ୍ଗଲ ବାଘ ବ୍ୟାଚେଲରକୁ ଶିକାର କରିଥିଲେ। ଯାହାର ଉଚ୍ଚତା ଥିଲା ୧୦ ଫୁଟ ସାତ ଇଞ୍ଚ , ଲମ୍ବ ୩ ମିଟର ୨୩ ସେମି ରୁ ଅଧିକ ଥିଲା। ଜିମ୍ କର୍ବେଟ୍ ୧୯୪୪ ମସିହାରେ ତାଙ୍କ ଲିଖିତ ଏକ ପୁସ୍ତକରେ ଉଲ୍ଲେଖ କରିଥିଲେ। ପରେ ସେ ଏଥିରେ ମର୍ମାହତ ହୋଇ ଶିକାର ଛାଡି ଫୋଟ ଉଠାଇବାରେ ମନ ଦେଇଥିଲେ।
ବନ୍ୟଜନ୍ତୁ ଶିକାର ପାଇଁ କ'ଣ ରହିଛି ଦଣ୍ଡ ବ୍ୟବସ୍ଥା ?
ପଶୁପକ୍ଷୀଙ୍କ ଉପରେ ହେଉଥିବା ଅପରାଧ ରୋକିବା ପାଇଁ ୧୯୭୨ ମସିହାରେ ବନ୍ୟପ୍ରାଣୀ ଆଇନ୍ ପାରିତ ହୋଇଥିଲା। ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ବେଆଇନ୍ ଶୀକାର, ମାଂସ ଓ ବନ୍ୟଜନ୍ତୁଙ୍କ ଚମଡା କାରବାରକୁ ବନ୍ଦ କରିବା। ୨୦୦୩ରେ ଏଥିରେ ସଂଶୋଧନ କରି ଦଣ୍ଡବିଧାନକୁ ଆହୁରି କଠୋର କରାଯାଇଛି। ଅଭୟାରଣ୍ୟ ଭିତରେ ହେଉ କିମ୍ବା ବାହାରେ ହେଉ, ବନ୍ୟ ଜନ୍ତୁ ଶିକାର କଲେ ଧାରା ୫୦ ର ଉପଧାରା (୧)ର ଧାରା (ସି) ଅନୁଯାୟୀ ଅଭିଯୁକ୍ତ ବା ବ୍ୟକ୍ତିଙ୍କୁ ଗିରଫ କରାଯିବ। କୌଣସି ବନ୍ୟଜନ୍ତୁଙ୍କୁ ଯେ କୌଣସି ଅଞ୍ଚଳରେ ଶିକାର କଲେ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଅତି କମରେ ୧୦ ହଜାର ଟଙ୍କା ଜରିମାନା ହୋଇପାରେ।
