Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 11A ସିଟ୍ ପଛର ରହସ୍ୟ କଣ ? ଏହି ସିଟ୍ କିପରି ଲୋକଙ୍କ ଜୀବନ ବଞ୍ଚାଉଛି ?

National

11A ସିଟ୍ ପଛର ରହସ୍ୟ କଣ ? ଏହି ସିଟ୍ କିପରି ଲୋକଙ୍କ ଜୀବନ ବଞ୍ଚାଉଛି ?

Arpita Mohanty
Browse all articles by Arpita Mohanty
·10 months ago·1 min read
11A ସିଟ୍ ପଛର ରହସ୍ୟ କଣ ? ଏହି ସିଟ୍ କିପରି ଲୋକଙ୍କ ଜୀବନ ବଞ୍ଚାଉଛି ?

Key Points

ଦୁଇ ଦୁର୍ଘଟଣା , ଦୁଇ ଜୀବନ, ଗୋଟିଏ ସିଟ୍

ସିଟ୍ ନମ୍ବର 11A

କେବଳ ଏକ ସିଟ୍ ନୁହେଁ ବରଂ ଜୀବନର ଦ୍ୱିତୀୟ ସୁଯୋଗ

ଦୁଇ ବିମାନ ଦୁର୍ଘଟଣା , ଦୁଇଟି ବଞ୍ଚିଯାଇଥିବା ବ୍ୟକ୍ତି, ଗୋଟିଏ ସିଟ୍। ୧୯୯୮ ଥାଇଲାଣ୍ଡ ବିମାନ ଦୁର୍ଘଟଣା ୨୦୨୫ ଅହମ୍ମଦାବାଦ ଦୁର୍ଘଟଣା, ମଝିରେ ୨୭ ବର୍ଷର ଅନ୍ତର, ସମସ୍ତେ ଜୀବନ୍ତ ଜଳିଯାଉଛନ୍ତି। କିନ୍ତୁ ବଞ୍ଚିଯାଉଛନ୍ତି ଦୁଇଜଣ ବ୍ୟକ୍ତି କାରଣ ସିଏ ବସିଛନ୍ତି ମିରାକଲ ସିଟ୍ ରେ । ସିଟ୍ ନମ୍ବର 11A । ଏହା କେବଳ ଏକ ସିଟ୍ ନୁହେଁ ବରଂ ଜୀବନର ଦ୍ୱିତୀୟ ସୁଯୋଗ ଦେଇଥିବା ସ୍ଥାନ। ଆସନ୍ତୁ ଜାଣିବା ଏହି 11A ସିଟ ପଛର ରହସ୍ୟ।


୧୯୯୮ ଡିସେମ୍ବର ୧୧, ଥାଇ ଏୟାରୱେଜ୍ ଫ୍ଲାଇଟ୍ ଟିଜି୨୬୧, ଏକ ଏୟାରବସ୍ ଏ୩୧୦, ବାଙ୍କକରୁ ସୁରାଟ ଥାନୀକୁ ଯାଉଥିଲା କିନ୍ତୁ ପାଇଲଟର ଭୁଲ ଯୋଗୁଁ ଲ୍ୟାଣ୍ଡିଂ ସମୟରେ କ୍ରାସ ହୋଇଗଲା। ୧୦୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଜଣେ ଯାତ୍ରୀ ବଞ୍ଚିଯାଇଥିଲେ, ସିଏ ଥିଲେ ରୁଆଙ୍ଗସାକ ଜେମସ ଲୟଚୁସାକ, ଜଣେ ଥାଇ ଗାୟକ ଓ ଅଭିନେତା। ତାଙ୍କ ବଞ୍ଚିବାର କାରଣ ଥିଲା ତାଙ୍କ ସିଟ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠିକ୍ ସେହିପରି ଗତ ଜୁନ୍ ୧୨ ରେ ଅହମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୨ ଜଣ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଗଲା କିନ୍ତୁ କେବଳ ଜଣେ ବିଶ୍ବାସ କୁମାର ରମେଶ ବଞ୍ଚିଗଲେ କାରଣ ସିଏ ବି ସିଟ୍ ୧୧ଏ ରେ ବସିଥିଲେ ।


ତେବେ କଣ ରହିଛି ଏହି ସିଟ୍ ୧୧ଏ ପଛର ରହସ୍ୟ ? କେମିତି ଏହି ସିଟ୍ ରେ ବସିଲେ ଲୋକଙ୍କ ଜୀବନ ବଞ୍ଚିଯାଉଛି ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ ।

Sponsored
What is the secret behind the 11A seat? How is this seat saving people's lives? | Argus News