|
logo
Live

Argus News - ଅଧିକରୁ ଅଧିକ କେତେ ଟଙ୍କା ଦରମା ବଢ଼ାଇ ପାରିବେ ସାଂସଦ ? ଅଛି କି କିଛି ନିୟମ ?

National

ଅଧିକରୁ ଅଧିକ କେତେ ଟଙ୍କା ଦରମା ବଢ଼ାଇ ପାରିବେ ସାଂସଦ ? ଅଛି କି କିଛି ନିୟମ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅଧିକରୁ ଅଧିକ କେତେ ଟଙ୍କା ଦରମା ବଢ଼ାଇ ପାରିବେ ସାଂସଦ ? ଅଛି କି କିଛି ନିୟମ ?

କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ଦରମା ୨୪ ପ୍ରତିଶତ ବୃଦ୍ଧି ନେଇ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ୍ ୧ରୁ ସାଂସଦମାନେ ବର୍ଦ୍ଧିତ ଦରମା ପାଇବେ । ପୂର୍ବରୁ ସାଂସଦମାନଙ୍କୁ ମାସିକ ଲକ୍ଷେ ଟଙ୍କା ବେତନ ମିଳୁଥିଲା ଯାହାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୨୪ ହଜାର ଟଙ୍କା କରାଯାଇଛି ।


ସରକାରଙ୍କ ଅନୁସାରେ, ଜନ ପ୍ରତିନିଧିଙ୍କ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତି ଜୀବନ ଯାପନ ଖର୍ଚ୍ଚ ଓ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଯାଇଛି । କିନ୍ତୁ ସାଂସଦମାନଙ୍କ ଦରମା ସର୍ବାଧିକ କେତେ ବଢ଼ାଇ ଦିଆଯାଇ ପାରିବ । କ'ଣ ଏହାକୁ ନେଇ ବି ରହିଛି କୌଣସି ନିୟମ ? ଆସନ୍ତୁ ଜାଣିବା...


ଦରମା ବୃଦ୍ଧି ପାଇଁ ନିୟମ


ସାଂସଦଙ୍କ ଦରମା, ଭତ୍ତା ଅଧିନିୟମ-୧୯୫୪ ଅନୁସାରେ ବଢ଼ିଥାଏ । ତେବେ ସାଂସଦଙ୍କ ଦରମା କିଏ ବଢ଼ାଏ ? ପୂର୍ବରୁ ସାଂସଦଙ୍କ ଦରମା ବଢ଼ାଇବା କ୍ଷମତା ସଂସଦର ଥିଲା । କିନ୍ତୁ ୨୦୧୮ ମସିହାରେ ଏକ ସଂଶୋଧନ ହୋଇଥିଲା । ଯାହା ପରେ ଏହି ନିଷ୍ପତ୍ତି ଏବେ କେନ୍ଦ୍ର ସରକାର ନେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୧୮ରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପ୍ରତି ୫ ବର୍ଷରେ ସାଂସଦଙ୍କ ଦରମା ଓ ଭତ୍ତା ସଂଶୋଧନ ନିୟମ ଲାଗୁ କରିଥିଲେ । ଏହାଦ୍ଵାରା ସାଂସଦଙ୍କ ଦରମା ସ୍ଥିର କରିବା ପାଇଁ ପୂର୍ବରୁ ଥିବା ସୁପାରିସ୍ ପ୍ରଥା ଶେଷ ହୋଇଥିଲା । ଏବେ ଦରବୃଦ୍ଧି ଆଧାରରେ ସଂସଦ ସଦସ୍ୟଙ୍କ ଦରମା ୨୪ ପ୍ରତିଶତ ବଢ଼ା ଯାଇଛି । ୨୦୧୮ ପରେ ପ୍ରଥମ ସଂଶୋଧନ ହୋଇଛି । ଯାହାର ଉଦ୍ଦେଶ୍ୟ ସାଂସଦଙ୍କ ଦରମା ମୁଦ୍ରାସ୍ଫୀତି ଅନୁରୂପ ରହିବ ।


ଆରମ୍ଭରୁ ଏବେ ଯାଏଁ କେତେ ବଢ଼ିଲାଣି ଦରମା ?


୧୯୬୬ରେ ସାଂସଦମାନେ ଦରମା ବାବଦରେ ମାସକୁ ପାଉଥିଲେ ୫୦୦ ଟଙ୍କା । ଆଉ ସମୟ ବଦଳିବା ସହ ଦରବୃଦ୍ଧି ଘଟିଥିଲା ଆଉ ଏ ଚକ୍ରରେ ବଢ଼ି ଚାଲିଛି ସାଂସଦଙ୍କ ଦରମା । ବିଗତ ୭୦ ବର୍ଷରେ ସାଂସଦଙ୍କ ଦରମା ବେଶ୍ ବଢ଼ିଛି । ସପ୍ତାହକ ତଳେ କର୍ଣ୍ଣାଟକ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ୧୦୦ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହାକୁ କେବେ ବି ଖୋଲାଖୋଲି ବିରୋଧ କରାଯିବା ଦେଖାଯାଏ ନାହିଁ ।

Sponsored
ଅଧିକରୁ ଅଧିକ କେତେ ଟଙ୍କା ଦରମା ବଢ଼ାଇ ପାରିବେ ସାଂସଦ ? ଅଛି କି କିଛି ନିୟମ ? | Argus News