ଏଥର ବଜେଟରେ କ'ଣ ଆସିପାରେ ?

ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମାର୍ଚ୍ଚ ୧୦ ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଅଧିବେଶନ ଚାଲିବ। ବଜେଟ ପୂର୍ବରୁ ଆଜି ଉଭୟ ଗୃହକୁ ସମ୍ଭୋଧିତ କରିଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏଥର କେନ୍ଦ୍ର ବଜେଟର ଆକାର ବଢିବା ସହ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସହ ଶିଳ୍ପକୁ ଗୁରୁତ୍ବ ଦିଆଯାଇପାରେ।
ଏଥର ବଜେଟରେ କ'ଣ ଆସିପାରେ ?
📱 Get Argus News App
✨ଫେବୃଆରୀ ୧ ରେ ସଂସଦରେ ବଜେଟ ଅଭିଭାଷଣ ରଖିବେ ଅର୍ଥମନ୍ତ୍ରୀ। ଏଥର ବଜେଟରେ କାହାକୁ ଗୁରୁତ୍ବ ଦିଆଯିବ ? କ'ଣ ହେବ ନୂଆ ତା ଉପରେ ରହିଛି ସମସ୍ତଙ୍କ ନଜର। ଏଥର ଅଷ୍ଟମଥର ଲାଗି ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟରେ ଇନକମ୍ ଟ୍ୟାକ୍ସରେ ରିହାତି ନେଇ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ୧୦ ଲକ୍ଷରୁ କମ୍ ରୋଜଗାରକୁ ଟ୍ୟାକ୍ସ ଫ୍ରି କରାଯାଇପାରେ ବୋଲି ଆୟକରଦାତା ମାନେ ଆକଳନ କରୁଛନ୍ତି। ନୂଆ ଟିକସ ବ୍ୟବସ୍ଥାରେ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ରିହାତି ଆସିପାରେ। ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ କିଛି ବଡ ଘୋଷଣା କରାଯାଇପାରେ। ବରିଷ୍ଠ ନାଗରିକଙ୍କ ହେଲଥ ଇନସୁରାନ୍ସ ଲିମିଟ ବୃଦ୍ଧି ହୋଇପାରେ। ସେହିଭଳି ମହିଳା ଶସକ୍ତିକରଣ ପାଇଁ ଅଧିକ ସୁବିଧା ସୁଯୋଗ ଆସିପାରେ। କୃଷକଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ଗ୍ରାମୀଣ ବିକାଶ ପାଇଁ କିଛି ନିର୍ଦ୍ଧିଷ୍ଟ ଯୋଜନାରେ ଅନୁଦାନ ବଢାଯାଇପାରେ। ଯୁବ ପିଢୀଙ୍କ କୌଶଳ ବିକାଶକୁ ନେଇ ହୋଇପାରେ ବଡ ଘୋଷଣା। ଅନ୍ୟପଟେ ଘରୋଇ ଶିଳ୍ପକୁ ଅଧିକ ପ୍ରୋତ୍ସାହିତ କରିବାକୁ ବଜେଟରେ ବ୍ୟବସ୍ଥା ହୋଇପାରେ।
ସଂସଦରେ ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ରାଷ୍ଟ୍ରପତି ବଜେଟ ଅଭିଭାଷଣରେ କହିଛନ୍ତି ଗରିବଙ୍କ ପାଇଁ ସରକାର ସବୁବେଳେ ପ୍ରତିଶୃତିବଦ୍ଧ। ସେଥିପାଇଁ ସରକାର ସବୁବେଳେ ଶିକ୍ଷା ଓ ରୋଜଗାର ଉପରେ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାର କରି ସାରିଲେଣି ସରକାର। ଟେକନୋଲୋଜିରେ ଦେଶ ଅଗ୍ରଗତି କରିଛି। ଦେଶରେ ଇଣ୍ଡିଆନ ଏଆଇ ମିଶନ ଆରମ୍ଭ ହୋଇଛି ଯାହା ବିଶ୍ବକୁ ରାସ୍ତା ଦେଖାଇବ।