Videos
|
National

ନୋଟ କେଉଁ କାଗଜରୁ ତିଆରି ?

Arpita Mohanty
Browse all articles by Arpita Mohanty
·2 years ago·1 min read
ନୋଟ କେଉଁ କାଗଜରୁ ତିଆରି ?

ଅର୍ଗସ ବ୍ୟୁରୋ : ଆପଣ ଯେଉଁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି ତାହା କେଉଁ ପ୍ରକାରର କାଗଜରୁ ବନିଛି କେବେ ଭାବିଛନ୍ତି ? 

୨୦୧୬ ମସିହା ନଭେମ୍ବର ୮  ତାରିଖ ପ୍ରଧାନମନ୍ତ୍ରୀ ମୋଦି ନୋଟ ବନ୍ଦି ଘୋଷଣା କରିଥିଲେ. ଆଉ ଏହା ପରେ ଆରମ୍ଭ ହେଲା ନୂଆ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ . ହେଲେ ଏହି ନୋଟ କେଉଁ ପ୍ରକାରର କାଗଜରୁ ବନିଛି ? 

ଭାରତରେ ପ୍ରଚଳିତ ନୋଟ ଗୁଡିକ ଶତପ୍ରତିଶତ କଟନରୁ ବନିଛି ।ଯଦି ଏହି ନୋଟ ଗୁଡିକ ସାଧାରଣ କାଗଜରୁ ଵନିଥାନ୍ତା ତେବେ ଏହା ପାଣି ସଂସ୍ପର୍ଶରେ ଆସିବା ଫଳରେ ଓଦା ହୋଇ ଚିରି କିମ୍ବା ଫାଟି ଯାଇଥାନ୍ତା । ଆଉ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିପାରିନଥାନ୍ତା ତେଣୁ ଏହାକୁ ବନାଇବା ପାଇଁ କଟନର ବ୍ୟବହାର କରାଯାଇଛି ।

କେବଳ ଏତିକି ନୁହେଁ ଏଥିରେ ଲେଖା ହୋଇଥିବା କାଳି ମଧ୍ୟ ସାଧାରଣ କାଳି ନୁହେଁ  । କାରଣ ଯଦି ସାଧାରଣ କାଳି ହୋଇଥାନ୍ତା ତେବେ ଏହା ପାଣି ଧରିଥିଲେ ରଙ୍ଗ ଛାଡିବା ସହ ବିସ୍ତାର ହୋଇଯାଇଥାନ୍ତା । ତେଣୁ ଏଥିରେ ସାଧାରଣ କାଳିର ମଧ୍ୟ ବ୍ୟବହାର ହୋଇନାହିଁ  ଏବଂ ଏହି କାଳି ବ୍ୟବହାର କରିବାର ଅନ୍ୟ ଏକ କାରଣ ହେଉଛି ଯଦି କେହି ଚାହିଁବେ ଏହାର ଦୁର୍ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ଏଥିରେ ଏକ ବିଶେଷ ପ୍ରକାରର କାଳିର ବ୍ୟବହାର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

notes | Argus News