Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯାହା ପୁରୁଷଙ୍କ ପାଇଁ ତିଆରି ହୋଇଥିଲା, ତାହା ଏବେ ମହିଳାଙ୍କ ଆଭୁଷଣ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯାହା ପୁରୁଷଙ୍କ ପାଇଁ ତିଆରି ହୋଇଥିଲା, ତାହା ଏବେ ମହିଳାଙ୍କ ଆଭୁଷଣ !

Key Points

୧୭ତମ ଶତାଦ୍ଦୀର ଶେଷ ପର୍ଯ୍ୟନ୍ତ ହିଲ୍ସ ମହିଳାଙ୍କ ଫ୍ୟାସନରେ ସାମିଲ ହେବା ଆରମ୍ଭ ହୋଇଥିଲା । 

ହିଲ୍ସ.. ଆଜିକା ସମୟରେ ମହିଳାଙ୍କ ଫ୍ୟାସନର ଏକ ବଡ଼ ଅଂଶ । ହିଲ୍ସ ବିନା ସେମାନଙ୍କ ଷ୍ଟାଇଲ ଅଧୁରା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହିଲ୍ସ ମହିଳାଙ୍କ ପାଇଁ ନୁହେଁ ବରଂ ପୁରୁଷଙ୍କ ପାଇଁ ପ୍ରଥମେ ତିଆରି ହୋଇଥିଲା । ଦିନ ଥିଲା ପୁରୁଷମାନେ ହିଁ ହିଲ୍ସ ପିନ୍ଧୁଥିଲେ । ଧୀରେ ଧୀରେ ଏହା ମହିଳାଙ୍କ ଜୀବନରେ ସାମିଲ ହେଲା ।
୧୦ମ ଶତାଦ୍ଦୀରୁ ହିଲ୍ସର ଇତିହାସ ଆରମ୍ଭ ହୋଇଥିଲା ।



ପ୍ରାରମ୍ଭିକ ଭାବରେ ପାର୍ସୀ ଘୋଡ଼ା ସବାରମାନେ ହିଲ୍ସର ବ୍ୟବହାର କରୁଥିଲେ । ଘୋଡ଼ା ପିଠିରେ ବସି ନିଜ ଗୋଡ଼କୁ ସ୍ଥିର ରଖିବା ପାଇଁ ହିଲ୍ସଯୁକ୍ତ ଜୋତାର ଆବଶ୍ୟକତା ପଡ଼ୁଥିଲା । ଜୋତାର ଏହି ଡିଜାଇନ ସେମାନଙ୍କୁ ଘୋଡ଼ା ଚଢ଼ିବା ସମୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରୁଥିଲା । ଧୀରେ ଧୀରେ ଏହି ଟ୍ରେଣ୍ଡ ୟୁରୋପ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ତା’ପରେ ହିଲ୍ସ ପୁରୁଷଙ୍କ ଫ୍ୟାସନରେ ସାମିଲ ହୋଇଥିଲା ।



ୟୁରୋପରେ ହିଲ୍ସ ଆଭିଜାତ୍ୟର ପ୍ରତୀକ ହୋଇଯାଇଥିଲା । ହିଲ୍ସ ପିନ୍ଧୁଥିବା ଲୋକେ ଧନୀକ ଶ୍ରେଣୀର ଥିଲେ ଅଥବା ଯିଏ ହିଲ୍ସ ପିନ୍ଧୁଥିଲା ସେମାନଙ୍କୁ ଧନୀ ବୋଲି କୁହାଯାଉଥିଲା । ସେ ସମୟରେ ଫ୍ରାନ୍ସର ରାଜା ଲୁଇ ଏକ୍ସଆଇଭି ହିଲ୍ସକୁ ରାଜକୀୟ ଅନ୍ଦାଜର ଏକ ଅଂଶ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୭ତମ ଶତାଦ୍ଦୀର ଶେଷ ପର୍ଯ୍ୟନ୍ତ ହିଲ୍ସ ମହିଳାଙ୍କ ଫ୍ୟାସନରେ ସାମିଲ ହେବା ଆରମ୍ଭ ହୋଇଥିଲା । ସେ ସମୟରେ ମହିଳାମାନେ ପୁରୁଷଙ୍କ ଠାରୁ ପ୍ରେରିତ ହୋଇ ହିଲ୍ସ ପିନ୍ଧିବା ଆରମ୍ଭ କରିଥିଲେ । ଏହି ଟ୍ରେଣ୍ଡ ସର୍ବପ୍ରଥମେ ୟୁରୋପରେ ଦେଖିବାକୁ ମିଳିଥିଲା ।



ୟୁରୋପରେ ମହିଳାମାନେ ନିଜ ଫ୍ୟାସନରେ ପୁରୁଷଙ୍କ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ୧୮ତମ ଶତଦ୍ଦୀ ପର୍ଯ୍ୟନ୍ତ ପୁରୁଷମାନେ ହିଲ୍ସ ବ୍ୟବହାର କମ କରିଦେଇଥିବା ବେଳେ ମହିଳମାନେ ପିନ୍ଧିବା ଆରମ୍ଭ କରିଦେଇଥିଲେ ।



୧୯ ଓ ୨୦ ଶତାଦ୍ଦୀରେ ମହିଳାମାନେ ଏହି ଫ୍ୟାସନକୁ ସମ୍ପୂର୍ଣ୍ଣ ରୂପେ ଆପଣାଇ ନେଇଥିଲେ । ଏହା କେବଳ ସେମାନଙ୍କ ଷ୍ଟାଇଲର ଅଂଶ ହୋଇନଥିଲା ବରଂ ଏହାକୁ ସେମାନଙ୍କ ଆତ୍ମବିଶ୍ୱାସ ଓ ସଶକ୍ତିକରଣ ରୂପରେ ମଧ୍ୟ ଦେଖାଗଲା । ଆଜିର ସମୟରେ ହିଲ୍ସରେ ବହୁତ ପରିବର୍ତ୍ତନ ହୋଇଛି ଏବଂ ଟ୍ରେଣ୍ଡକୁ ନଜରରେ ରଖି ବିଭିନ୍ନ ପ୍ରକାରର ହିଲ୍ସ ତିଆରି ହେଉଛି ।

Sponsored
What was made for men is now a woman's adornment! | Argus News