ପଞ୍ଜାବରେ ଭାଙ୍ଗିଯିବ କି ଭଗୱନ୍ତ ମାନ୍ ସରକାର ?

Key Points
'ଆପ୍'କୁ ପଞ୍ଜାବ ଚିନ୍ତା । ଭାଙ୍ଗିଯିବ କି ପଞ୍ଜାବର ଭଗୱନ୍ତ ମାନଙ୍କ ସରକାର ? ବିଜେପିର ଦିଲ୍ଲୀ ଦଖଲ ପରେ କଂଗ୍ରେସ ଟାର୍ଗେଟରେ ପଞ୍ଜାବର ଭଗୱନ୍ତ ମାନ ସରକାର ।
ଅର୍ଗସ ବ୍ୟୁରୋ: ଦିଲ୍ଲୀରେ କ୍ଷମତାରୁ ଗଲା 'ଆପ୍' । ଏବେ 'ଆପ୍'କୁ ପଞ୍ଜାବ ଚିନ୍ତା । ଭାଙ୍ଗିଯିବ କି ପଞ୍ଜାବର ଭଗୱନ୍ତ ମାନଙ୍କ ସରକାର ? ବିଜେପିର ଦିଲ୍ଲୀ ଦଖଲ ପରେ କଂଗ୍ରେସ ଟାର୍ଗେଟରେ ପଞ୍ଜାବର ଭଗୱନ୍ତ ମାନ ସରକାର । ଦିଲ୍ଲୀ ବିଧାନସଭାରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଦଳର ପଞ୍ଜାବ ପ୍ରଦେଶର ବରିଷ୍ଠ ନେତା କରିଛନ୍ତି ବଡ଼ ଦାବି । କହିଛନ୍ତି, ଆପ୍ର ୩୦ ବିଧାୟକ କଂଗ୍ରେସ ସମ୍ପର୍କରେ ଅଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ପଞ୍ଜାବ୍ 'ଆପ୍'କୁ ନେଇ ଦେଇଛନ୍ତି ବଡ଼ ବୟାନ । ପ୍ରତାପଙ୍କ ବୟାନ ପଞ୍ଜାବ 'ଆପ୍'ର ଚିନ୍ତା ବଢ଼ାଇ ଦେଇଛି । ପ୍ରତାପ ସିଂହ ବାଜୱା କହିଛନ୍ତି, 'ଆପ୍'ର ପ୍ରାୟ ୩୦ ଜଣ ବିଧାୟକ କଂଗ୍ରେସ ସମ୍ପର୍କରେ ଅଛନ୍ତି । କେବଳ ପ୍ରତାପ ନୁହଁ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧୱା ମଧ୍ୟ କହିଛନ୍ତି, ପଞ୍ଜାବରେ ଭଗୱନ୍ତ ମାନ୍ଙ୍କ ସରକାର ଯିବା ଅବସ୍ଥାରେ ।
ସୁଖଜିନ୍ଦର ସିଂହ କହିଛନ୍ତି, ପଞ୍ଜାବର ମାନଙ୍କ ସରକାର ଭାଙ୍ଗିବା ଅବସ୍ଥାରେ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ । ଏପରିକି ୨ ମାସ ମଧ୍ୟରେ ପୁରା ଖେଳ ସାମ୍ନାକୁ ଆସିବ ବୋଲି କହିଛନ୍ତି ସୁଖଜିନ୍ଦର । ଦୁଇ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ଏଭଳି ବୟାନ ବାଜି ପରେ ଏବେ ଭଗୱନ୍ତ ମାନ୍ଙ୍କ ଚିନ୍ତା ବଢ଼ି ଯାଇଛି । ଦିଲ୍ଲୀ ହାତରୁ ଗଲା ପରେ ଟେନସନ୍ରେ ଥିବା 'ଆପ୍'କୁ ଡବଲ୍ ଟେନସନ୍ ଦେଲାଣି ପଞ୍ଜାବ ।
📱 Get Argus News App
✨ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, ପଞ୍ଜାବରେ ରାଜନୈତିକ ହଲଚଲ୍ ଭିତରେ ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ବିଧାୟକଙ୍କୁ ଏକଜୁଟ୍ ରଖିବା । ଏହାରି ଭିତରେ ଦିଲ୍ଲୀର ରାଜୌରୀ ଗାର୍ଡେନରୁ ଜିତିଥିବା ବିଜେପି ନେତା ମନଜିନ୍ଦର ସିଂହ ସିରସା କହିଛନ୍ତି, ଦିଲ୍ଲୀ ନିର୍ବାଚନ ହାରିବା ପରେ କେଜ୍ରିୱାଲ୍ ପଞ୍ଜାବ ବିଧାୟକଙ୍କ ବୈଠକ ଦିଲ୍ଲୀରେ ଡାକିଛନ୍ତି । ଭଗୱନ୍ତ ମାନ୍ଙ୍କୁ ଅଯୋଗ୍ୟ କରି କେଜ୍ରିୱାଲ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରୁଥିବା କହିଛନ୍ତି ମନଜିନ୍ଦର ।
ସେ ଆହୁରି କହିଛନ୍ତି, ଆପ୍ ସରକାର କହିଥିଲ ମହିଳାଙ୍କୁ ହଜାରେ ଟଙ୍କା ଦେବ । ଏହି ପ୍ରତିଶ୍ରୁଳି ପାଳନ ହୋଇନି । ପଞ୍ଜାବରେ ମଦ ଉପରେ ପ୍ରତିବନ୍ଧକ ନଥିବାରୁ ସ୍ଥିତି ବିଗୁଡ଼ୁଛି । ଏବେ କେଜ୍ରିୱାଲ୍, ମାନ୍ଙ୍କୁ ହଟାଇବାକୁ ଚାହୁଁଛନ୍ତି ।
କଂଗ୍ରେସ ଗୋଟିଏ ଦାବି କରୁଥିବା ବେଳେ ପଞ୍ଜାବକୁ ନେଇ ବିଜେପି କରୁଛି ଭିନ୍ନ ଦାବି । ବିଜେପି ଓ କଂଗ୍ରେସ ବୟାନବାଜି ଭିତରେ ମଙ୍ଗଳବାର କେଜ୍ରିୱାଲ୍ ଡାକିଛନ୍ତି 'ଆପ୍' ବିଧାୟକଙ୍କ ବୈଠକ । ଆଗକୁ ଦେଖିବାର କଥା କଂଗ୍ରେସ କଥାରେ କେତେ ଦମ୍ ଅଛି ନା ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପାଇଁ କେଜ୍ରିୱାଲ୍ ସତରେ ଗୋଡ଼ କାଢ଼ୁଛନ୍ତି ।