Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରବର୍ତ୍ତୀ ପଦକ୍ଷେପ ପାଇଁ ସେନା ପ୍ରସ୍ତୁତ; ଏୟାର ମାର୍ଶଲ ଏକେ ଭାରତୀ

National

ପରବର୍ତ୍ତୀ ପଦକ୍ଷେପ ପାଇଁ ସେନା ପ୍ରସ୍ତୁତ; ଏୟାର ମାର୍ଶଲ ଏକେ ଭାରତୀ

Smruti Parija
Browse all articles by Smruti Parija
·1 year ago·2 min read
ପରବର୍ତ୍ତୀ ପଦକ୍ଷେପ ପାଇଁ ସେନା ପ୍ରସ୍ତୁତ; ଏୟାର ମାର୍ଶଲ ଏକେ ଭାରତୀ

ଅପରେସନ ସିନ୍ଦୂର ନେଇ ତିନି ସେନା ପକ୍ଷରୁ ଡିଜିଏମଓ ପକ୍ଷରୁ ପ୍ରେସ ବ୍ରିଫିଂ କରାଯାଇଛି । । ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍‌ ଟାର୍ଗେଟ୍‌ କରିଥିଲା ତାହାର ଭିଡିଓ ଦେଖାଇଲା ସେନା । ପ୍ରେସ ବ୍ରିଫିଂରେ ପାକିସ୍ତାନ ବ୍ୟବହାର କରିଥିବା ଚୀନ ମିଜାଇଲ ଭଗ୍ନାବଶେଷ ଦେଖାଯାଇଛି । ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍‌ ଟାର୍ଗେଟ୍‌ କରିଥିଲା ତାହାର ଭିଡିଓ ଦେଖାଯାଇଛି । ଅପରେସନ ସିନ୍ଦୂର ନେଇ ତିନି ସେନା DGMO ବିସ୍ତୃତ ତଥ୍ୟ ରଖିଛନ୍ତି ।



ପାକିସ୍ତାନ ସେନା ଆତଙ୍କବାଦୀଙ୍କ ପାଇଁ ଯୁଦ୍ଧ ଲଢ଼ିଲା । ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଥିଲା । ମେ 7ରେ ଆମେ କେବଳ ଆତଙ୍କବାଦୀ ଠିକଣାରେ ଆକ୍ରମଣ କରିଥିଲୁ । ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ସାଥ୍ ଦେବାକୁ ଉଚିତ ମଣିଲା । ଆତଙ୍କବାଦୀଙ୍କ ବିରୋଧୀ ଲଢ଼େଇକୁ ନିଜର ଲଢ଼େଇ କରିଦେଲା ପାକିସ୍ତାନୀ ସେନା । ପାକିସ୍ତାନର କ୍ଷତି ପାଇଁ ନିଜେ ପାକିସ୍ତାନୀ ସେନା ଦାୟୀ ବୋଲି କହିଛନ୍ତି ଏୟାର ମାର୍ଶଲ ଏକେ ଭାରତୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) May 12, 2025


ସେହିପରି ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି । ଏନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ଆମର ସାମରିକ ଠିକଣା ଉପରେ ଆକ୍ରମଣ ଅସମ୍ଭବ । ଶତ୍ରୁ ପକ୍ଷରୁ ଜାହାଜଗୁଡ଼ିକୁ ପାଖକୁ ଆସିବାର ସୁଯୋଗ ଦିଆଗଲା ନାହିଁ । ଆରବ ସାଗରରେ ଆମେ ଲଗାତାର ସକ୍ରିୟ ନଜର ରଖିଲୁ । ଆମର ସବୁ ମିଲିଟାରୀ ବେସ୍, ସାମରିକ ଯନ୍ତ୍ରାଂଶ ସୁରକ୍ଷିତ ଅଛି । ଆବଶ୍ୟକସ୍ଥଳେ ଭାରତୀୟ ସେନା ନିଜର ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ ।


ସେହିପରି ବର୍ଡର ସିକ୍ୟୁରିଟି ଫୋର୍ସର ଯୋଗଦାନ ପ୍ରଶଂସନୀୟ ରହିଛି । ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ବିଫଳ ହେଲା । ଆମର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିଲେ । ଆମର ଏୟାର ଡିଫେନ୍ସ ସିଷ୍ଟମ ମଲ୍ଟି ଲେୟାର ବିଶିଷ୍ଟ ଥିଲା । ପାକିସ୍ତାନର ସବୁ ଡ୍ରୋନ୍ ମାରି ଖସାଇଦେଲୁ । ଆମେ ଲେଜର ଗନ୍ ମାଧ୍ୟମରେ ପାକିସ୍ତାନୀ ଡ୍ରୋନ୍ ଖସାଇଲୁ । 9 ଓ 10 ତାରିଖ ରାତିରେ ପାକିସ୍ତାନୀ ସେନାର ସବୁ ଆକ୍ରମଣ ଉଦ୍ୟମ ବିଫଳ ହେଲା । ଗତ କିଛି ବର୍ଷ ଭିତରେ ଆତଙ୍କବାଦୀଙ୍କ ଆକ୍ରମଣ ଶୈଳୀରେ ପରିବର୍ତ୍ତନ ଆସିଛି । ଆମେ ପୂର୍ବରୁ ହିଁ ଆମର ଏୟାର ଡିଫେନ୍ସ ପାଇଁ ପ୍ରସ୍ତୁତି କରିନେଇଥିଲୁ । ନୁର୍ ଖାନ୍ ଏୟାରବେସ୍ ଉପରେ ଆକ୍ରମଣର ଭିଡିଓ ଦେଖାଇଲା ସେନା । ଆମକୁ ପାଲଟା ଆକ୍ରମଣ କରିବାକୁ ପାକିସ୍ତାନ ସେନା ବାଧ୍ୟ କଲା ବୋଲି ସେନା ପକ୍ଷରୁ ପ୍ରେସ୍ ବ୍ରିଫିଂରେ କୁହାଯାଇଛି ।


ସେହିପରି ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି ଏଥର ଅପରେସନ ଜୋରଦାର୍ ଥିଲା । ଆଗକୁ ଯଦି ସ୍ଥିତି ବିଗିଡେ ଆମ ସେନା ମୁହଁତୋଡ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହାପରେ ଯାହା ବି ହେବ ଭୟଙ୍କର ।

Sponsored
whatever-loss-they-suffered-it-was-their-own-responsibility-air-marshal-bharti-details-response-to-pak-aggression | Argus News