WhatsApp Security Upgrade / WhatsAppରେ ବଡ଼ ସୁରକ୍ଷା ଅପଗ୍ରେଡ୍: ୬ ଅଙ୍କର PIN ବଦଳରେ ପାସୱାର୍ଡ, ଜାଣନ୍ତୁ ନୂଆ ନିୟମ
·1 hour ago·2 min read

Key Points
ହ୍ୱାଟସଆପର ଆସିଲା ନୁଆ ଫିଚର୍
୬ ଅଙ୍କର PIN ବଦଳରେ ପାସୱାର୍ଡ
ହ୍ୱାଟସଆପ୍ ଆକାଉଣ୍ଟକୁ ସୁରକ୍ଷିତ ପାଇଁ ବଡ଼ ପଦକ୍ଷେପ

ଭୁବନେଶ୍ବର,୨୬/୦୮: ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଆହୁରି ସୁରକ୍ଷିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ଆକାଉଣ୍ଟ ହ୍ୟାକ୍ କିମ୍ବା ହଡ଼ପ ଭଳି ଘଟଣାକୁ ରୋକିବା ପାଇଁ ଏବେ ପରିଚିତ ୬ ଅଙ୍କ ବିଶିଷ୍ଟ ଦୁଇ-ଷ୍ଟେପ୍ ଭେରିଫିକେସନ୍ PIN ବଦଳରେ ଲମ୍ବା ପାସୱାର୍ଡ ବ୍ୟବହାରର ସୁବିଧା ଦେବାକୁ ଯାଉଛି ହ୍ୱାଟସଆପ୍। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ହ୍ୱାଟସଆପ୍ ଏକ ବ୍ଲଗ୍ ପୋଷ୍ଟରେ ଏହି ନୂଆ ସୁରକ୍ଷା ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଛି। କମ୍ପାନୀ ଏକାସାଙ୍ଗରେ ତିନୋଟି ନୂଆ ସୁରକ୍ଷା ଫିଚର୍ ଆଣିବାକୁ ଘୋଷଣା କରିଛି। ଏଥିରେ ଆକାଉଣ୍ଟ ପାସୱାର୍ଡ ବ୍ୟବସ୍ଥା, ପାସକୀ ସପୋର୍ଟର ବିସ୍ତାର ଏବଂ ଆଣ୍ଡ୍ରଏଡ୍ ଫୋନ୍ରେ ଅଜଣା କଲରଙ୍କ ବିଷୟରେ ଅଧିକ ସୂଚନା ଭଳି ସୁବିଧା ସାମିଲ ରହିଛି।
୬ ଅଙ୍କର PIN ବଦଳରେ ପାସୱାର୍ଡ
ଏପର୍ଯ୍ୟନ୍ତ ହ୍ୱାଟସଆପ୍ର ଦୁଇ-ଷ୍ଟେପ୍ ଭେରିଫିକେସନ୍ ୬ ଅଙ୍କର PIN ଉପରେ ନିର୍ଭର କରୁଥିଲା। ଏବେ ଏହାକୁ ଅଧିକ ନମନୀୟ କରାଯାଉଛି। ବ୍ୟବହାରକାରୀ ଅକ୍ଷର ଓ ସଂଖ୍ୟାକୁ ମିଶାଇ ଏକ ଲମ୍ବା ପାସୱାର୍ଡ ତିଆରି କରିପାରିବେ।
ନୂଆ ବ୍ୟବସ୍ଥାରେ ପାସୱାର୍ଡ ଅତି କମ୍ରେ ୮ଟି ଅକ୍ଷରର ହେବା ଆବଶ୍ୟକ। ଏଥିରେ ଅତି କମ୍ରେ ଗୋଟିଏ ଅକ୍ଷର ଏବଂ ଗୋଟିଏ ସଂଖ୍ୟା ରହିବା ଦରକାର। ଏହା ଫଳରେ ସରଳ ୬ ଅଙ୍କର PIN ଅପେକ୍ଷା ଆକାଉଣ୍ଟକୁ ସୁରକ୍ଷିତ ରଖିବା ଆହୁରି ସହଜ ହେବ।
ପଢନ୍ତୁ ଏହି ଖବର: ହ୍ୱାଟସଆପ୍ ବ୍ୟବହାର କରିବା ପାଇଁ କୌଣସି ସିମ୍, ଡାଟା କିମ୍ବା ଟାୱାର ଆବଶ୍ୟକ ନାହିଁ: ଆରମ୍ଭ ହେଲା ମାଗଣା ସାଟେଲାଇଟ୍ ସେବା
କିପରି ସେଟ୍ କରିବେ ନୂଆ ପାସୱାର୍ଡ?
ଯେଉଁ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଏହି ଫିଚର୍ ଉପଲବ୍ଧ ହୋଇଛି, ସେମାନେ WhatsAppର Settings > Account > Two-step verification ବିକଳ୍ପକୁ ଯାଇ ନୂଆ ପାସୱାର୍ଡ ସେଟ୍ କରିପାରିବେ। ତେବେ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ଏକାଥରକେ ଉପଲବ୍ଧ ହେବ ନାହିଁ। WhatsApp ଏହାକୁ ପର୍ଯ୍ୟାୟକ୍ରମେ Android ଓ iOS ଡିଭାଇସ୍ରେ ରୋଲଆଉଟ୍ କରୁଛି। ତେଣୁ ଆପଣଙ୍କ ଫୋନ୍ରେ ଏବେ ବିକଳ୍ପଟି ଦେଖାଯାଉନଥିଲେ, ରୋଲଆଉଟ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
SMS ଭେରିଫିକେସନ୍ ରହିବ ଜାରି
ନୂଆ ପାସୱାର୍ଡ ଆସିବା ପରେ ମଧ୍ୟ WhatsAppର SMS ଭେରିଫିକେସନ୍ କୋଡ୍ ବ୍ୟବସ୍ଥା ବନ୍ଦ ହେବ ନାହିଁ। ଫୋନ୍ ନମ୍ବର ଯାଞ୍ଚ ପାଇଁ ବ୍ୟବହାରକାରୀଙ୍କୁ WhatsApp ପକ୍ଷରୁ ପଠାଯାଉଥିବା ଏକକାଳୀନ କୋଡ୍ ବ୍ୟବହାର କରିବାକୁ ହେବ। ଏହା ସହିତ ନୂଆ ଆକାଉଣ୍ଟ ପାସୱାର୍ଡ ଆଉ ଏକ ସୁରକ୍ଷା ସ୍ତର ଭାବେ କାମ କରିବ।
ପାସକୀ ବ୍ୟବହାରରେ ବଡ଼ ବୃଦ୍ଧି
WhatsApp କହିଛି ଯେ ଏବେ ୧ ବିଲିୟନରୁ ଅଧିକ ଲୋକ ନିଜ ଆକାଉଣ୍ଟ ସୁରକ୍ଷା ପାଇଁ ପାସକୀ ବ୍ୟବହାର କରୁଛନ୍ତି। ପାସକୀ ମାଧ୍ୟମରେ ଫୋନ୍ର ଫିଙ୍ଗରପ୍ରିଣ୍ଟ, ଫେସ୍ ଅନଲକ୍ କିମ୍ବା ଅନ୍ୟ ଡିଭାଇସ୍ ସୁରକ୍ଷା ବ୍ୟବସ୍ଥା ଜରିଆରେ ଆକାଉଣ୍ଟକୁ ଅଧିକ ସୁରକ୍ଷିତ ରଖାଯାଇପାରେ।
ଅଜଣା କଲ୍ରେ ମିଳିବ ଅଧିକ ସୂଚନା
ଏହା ବ୍ୟତୀତ Android ବ୍ୟବହାରକାରୀଙ୍କ ପାଇଁ ଅଜଣା ନମ୍ବରରୁ ଆସୁଥିବା କଲ୍ରେ ଅଧିକ ପ୍ରସଙ୍ଗ ବା ସୂଚନା ଦେବାକୁ ମଧ୍ୟ WhatsApp ପ୍ରସ୍ତୁତ ହେଉଛି। କଲ୍ କରୁଥିବା ବ୍ୟକ୍ତି ଅନ୍ୟ ଦେଶରୁ ଆସିଛନ୍ତି କିମ୍ବା ଆପଣଙ୍କ ସହିତ କୌଣସି WhatsApp ଗ୍ରୁପ୍ ସେୟାର କରୁଛନ୍ତି କି ନାହିଁ, ସେନେଇ ଅଧିକ ସୂଚନା ମିଳିପାରିବ।
ସାଇବର ଠକେଇ ଓ ଆକାଉଣ୍ଟ ହଡ଼ପ ଘଟଣା ବଢ଼ୁଥିବା ସମୟରେ WhatsAppର ଏହି ନୂଆ ସୁରକ୍ଷା ପଦକ୍ଷେପ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ନୂଆ ପାସୱାର୍ଡ ସେଟ୍ କରିବା ସମୟରେ ସହଜରେ ଅନୁମାନ କରାଯାଇପାରୁଥିବା ନାମ, ଜନ୍ମତାରିଖ କିମ୍ବା ସାଧାରଣ ସଂଖ୍ୟା ବ୍ୟବହାର ନକରିବା ଅଧିକ ସୁରକ୍ଷିତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories