Whatsapp Down / ହଠାତ୍ ଅଚଳ ହେଲା ହ୍ବାଟ୍ସଆପ୍, ସମସ୍ୟାରେ ୟୁଜର୍ସ
·10 months ago·2 min read

Key Points
ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ (Whatsapp) ବ୍ୟବହାର କରୁଥିବା ବିଶ୍ବରେ କୋଟି କୋଟି ୟୁଜର ମଙ୍ଗଳବାର ସଂଧ୍ୟାରେ ଏହି ଆପ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ (Whatsapp) ବ୍ୟବହାର କରୁଥିବା ବିଶ୍ବରେ କୋଟି କୋଟି ୟୁଜର ମଙ୍ଗଳବାର ସଂଧ୍ୟାରେ ଏହି ଆପ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୟୁଜର୍ସ ମାନେ ମୁଖ୍ୟତଃ ଡେସ୍କଟପରେ ଏହାକୁ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ମୋବାଇଲ ଆପରେ ଏହା ଚାଲୁଥିଲେ ବି ସାମାନ୍ୟ ସ୍ଲୋ ଥିଲା।
ଏହାସହ ପଢ଼ନ୍ତୁ: ଲୋକୋ ପାଇଲଟ ମାନି ନ ଥିଲେ ରେଡ ସିଗନାଲ...ଏଥିପାଇଁ ଘଟିଲା ଏତେ ବଡ଼ ଦୁର୍ଘଟଣା…
ବିଭିନ୍ନ ଓ୍ବେବସାଇଟର ଗତି ଉପରେ ନଜର ରଖିଥିବା ଓ୍ବେବସାଇଟ ଡାଉନ ଡିଟେକ୍ଟର (DownDetector)ର ରିପୋର୍ଟ ଅନୁସାରେ ମଙ୍ଗଳବାର ସଂଧ୍ୟା ୭ଟା ୪୮ମିନିଟରୁ ହ୍ବାଟ୍ସଆପର ଏହି ସମସ୍ୟା ଆରମ୍ଭ ହୋଇଥିଲା ଓ ତାହା ପ୍ରାୟ ୧ ଘଣ୍ଟା ଧରି ଅଚଳ ରହିଥିଲା । ଏହି ସମୟରେ Whatsapp web ଖୋଲିଲେ ତାହା ଆପ୍ ଡାଉନଲୋଡ କରିବାକୁ କହୁଥିଲା, କିନ୍ତୁ ଆପ ଡାଉନଲୋଡ ହେଉନଥିଲା ।
ଜଣେ ୟୁଜର୍ସ ଲେଖିଛନ୍ତି ଯେ ହ୍ବାଟ୍ସଆପର ଇଣ୍ଟରଫେସ ଲୋଡ ହେଉଥିଲେ ବି ଚାଟ ଓ ଷ୍ଟାଟସ ଲୋଡ୍ ହେଉନଥିଲା । ସେହିପରି ଆଉଜଣେ ୟୁଜର ଲେଖିଛନ୍ତି ଯେ ଆଇଫୋନରେ ଗତକାଲିଠାରୁ ହ୍ବାଟ୍ସଆପ୍ ସମସ୍ୟା ଦେଖାଉଛି । ଏହି ସମସ୍ୟା କେବଳ ଭାରତରେ ନୁହେଁ ଆମେରିକା, ୟୁକେ, ବ୍ରାଜିଲ, ପେରୁ ଓ ୟୁରୋପର ଅଧିକାଂଶ ଦେଶରେ ଏହି ସମସ୍ୟା ଦେଖାଯାଉଥିଲା । ତେବେ ରାତି ୯ଟା (ଭାରତୀୟ ସମୟ) ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଡାଉନଡିଟେକ୍ଟର ଦର୍ଶାଉଛି।
ଏହାସହ ପଢ଼ନ୍ତୁ: ସୁପ୍ରିମକୋର୍ଟ: 'ନେପାଳରେ ବ୍ୟାନ ହେବା ପରେ କ'ଣ ହେଲା ଦେଖିଲ ତ ?'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋମବାର ସୁପ୍ରିମକୋର୍ଟ ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। କୋର୍ଟ ସେପ୍ଟେମ୍ବରରେ ନେପାଳରେ ହୋଇଥିବା ଜେନ୍ ଜେଡ୍ ପ୍ରତିବାଦକୁ ଉଦ୍ଧୃତ କରି କହିଛନ୍ତି, "ନେପାଳରେ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ କ'ଣ ଘଟିଥିଲା ତାହା ଦେଖନ୍ତୁ।"
ତଥାପି, ମୁଖ୍ୟ ବିଚାରପତି ବି.ଆର. ଗାଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ପର୍ଣ୍ଣୋଗ୍ରାଫିକ୍ ବ୍ୟାନ ପାଇଁ ହୋଇଥିବା ଆବେଦନର ଶୁଣାଣି ଚାରି ସପ୍ତାହ ପରେ କରାଯିବ। ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେବାକୁ ଯାଉଛନ୍ତି।
ଆବେଦନରେ କେନ୍ଦ୍ର ସରକାରଙ୍କୁ ପର୍ଣ୍ଣୋଗ୍ରାଫିକ୍ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ଏବଂ ଏହି ବିଷୟବସ୍ତୁ ଯେପରି ପିଲାମାନଙ୍କ ପାଖରେ ନପହଞ୍ଚେ ତାହା ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଏହା ବ୍ୟତୀତ, ଏପରି କଣ୍ଟେଣ୍ଟଗୁଡ଼ିକୁ ପବ୍ଲିକ୍ ପ୍ଲାଟଫର୍ମରୁ ହଟାଇ ଦିଆଯିବା ଉଚିତ ବୋଲି ଦାବି କରାଯାଇଛି ।

Related Topics
Explore more stories