ଜାଣନ୍ତୁ ଅନଲାଇନରେ କିପରି ଦେଖିବେ ପରେଡ...

ଅର୍ଗସ ବ୍ୟୁରୋ: ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ଆସନ୍ତାକାଲି ଦେଶ ପାଳିବ ୭୬ତମ ଗଣତନ୍ତ୍ର ଦିବସ। ଯାହାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣିଛନ୍ତି କି ୨୬ ଜାନୁଆରୀ ଆର-ଡେ ପରେଡକୁ ଅନଲାଇନରେ କେବେ ଏବଂ କେଉଁଠି ଦେଖିବେ।
ଏହି ଦିନକୁ ଉତ୍ସାହର ସହ ପାଳନ କରିବାକୁ ରାଷ୍ଟ୍ରପତି ଭବନ ପାଖରେ ପରେଡ ହୋଇଥାଏ। ଯଦି ଆପଣ ଦିଲ୍ଲୀରେ ନାହାନ୍ତି ଏବଂ ଆପଣଙ୍କ ପାଖରେ ୨୬ ଜାନୁଆରୀ ପାଇଁ ଟିକେଟ କିଣିବା ପାଇଁ ଟଙ୍କା ନାହିଁ । ତେବେ ଏହା ଆପଣ ଘରେ ହିଁ ଆପଙ୍କର ପରିବାର ସହ ଦେଖିପାରିବେ। ଆପଣ ୨୬ ଜାନୁଆରୀ ଦିନ ଗଣତନ୍ତ୍ର ଦିବସ ପରେଡ ଦୁରଦର୍ଶନ ଚ୍ୟାନେଲ ହେଉ କିମ୍ୱା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ। କେବଳ ସେତିକି ନୁହେଁ, ଆପଣ ଏହାକୁ ଅଲ ଇଣ୍ଡିଆ ରେଡିଓର ୟୁଟ୍ୟୁବ ଚ୍ୟାନେଲରେ ବି ଦେଖିପାରିବେ। ସରକାରୀ ଓ୍ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଲାଇଭଷ୍ଟ୍ରିମରେ ମଧ୍ୟ ଦେଖିପାରିବେ।
📱 Get Argus News App
✨ଏହା ବ୍ୟତିତ ଆପଣ ଭାରତରେ ଯେକୌଣସି ନୂଆ ଚ୍ୟାନେଲରେ ପରେଡର ଲାଇଭ ଦେଖିପାରିବେ। ଗଣତନ୍ତ୍ର ଦିବସର ଲାଇଭ କଭରେଜ ୨୬ ଜାନୁଆରୀରେ ସକାଳ ୧୦.୩୦ଟାରେ ଆରମ୍ଭ ହେବ। ଗଣତନ୍ତ୍ର ଦିବସ ସମାରୋହ କର୍ତ୍ତବ୍ୟ ପଥଠାରେ ଆୟୋଜିତ କରାଯିବ। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବେ। ଚଳିତ ବର୍ଷ ଇଣ୍ଡୋନେସିଆର ସଦ୍ୟ ନିର୍ବାଚିତ ରାଷ୍ଟ୍ରପତି ମୁଖ୍ୟ ଅତିଥିଭାବେ ଯୋଗ ଦେବେ।
ଅଧିକ ପଢ଼ନ୍ତୁ ଦେଶ ଖବର: