Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମେ କେଉଁ ନୋଟ୍‌ରେ ଗାନ୍ଧିଙ୍କର ଫଟୋ ସ୍ଥାନ ପାଇଥିଲା ?

National

ପ୍ରଥମେ କେଉଁ ନୋଟ୍‌ରେ ଗାନ୍ଧିଙ୍କର ଫଟୋ ସ୍ଥାନ ପାଇଥିଲା ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଥମେ କେଉଁ ନୋଟ୍‌ରେ ଗାନ୍ଧିଙ୍କର ଫଟୋ ସ୍ଥାନ ପାଇଥିଲା ?

ଅର୍ଗସ ବ୍ୟୁରୋ: ସବୁ ନୋଟ୍‌ ଉପରେ ମହାତ୍ମା ଗାନ୍ଧିଙ୍କ ଫଟୋ ଥାଏ। କାହିଁକି ଜାଣିଛନ୍ତି କି ? ଏବଂ  ମହାତ୍ମା ଗାନ୍ଧିଙ୍କ ଫଟୋ ନୋଟ୍‌ ରେ କେବେ ଠୁ ଆସିଲା ଜାଣିଛନ୍ତି କି ? ସ୍ୱାଧିନତାର ୨୨ ବର୍ଷ ପରେ ଏକ ଟଙ୍କିଆ ନୋଟ୍‌ ଉପରେ ଗାନ୍ଧୀଙ୍କର ଫଟୋ ଲାଗିଥିଲା। ଏହି କାମ ଆରବିଆଇ ଗାନ୍ଧିଙ୍କର ୧୦୦ ବର୍ଷ ପୂଣ୍ଣ୍ୟତିଥିରେ କରିଥିଲା । ସ୍ୱାଧିନତା ସମୟରେ କୁହାଗଲା ଯେ ନୋଟ ଉପରେ ଅଶୋକ ସ୍ତମ୍ୱକୁ ମଧ୍ୟ ସ୍ଥାନ ଦିଆଯାଉ। ପ୍ରଥମଥର ମହାତ୍ମା ଗାନ୍ଧିଙ୍କ ଫଟୋ ଏକ ଟଙ୍କିଆ ନୋଟ ଉପରେ  ନଜର ଆସିଥିଲା।

ଧିରେ ଧିରେ ଗାନ୍ଧିଙ୍କ ଫଟୋ ସବୁ ନୋଟ୍‌ ଉପରେ ସ୍ୱାଧିନତାର ୪୯ ବର୍ଷ ପରେ ଜାରି ହୋଇଥିଲା। ୧୯୮୭ରେ ଆରବିଆଇ ୫୦୦ ଟଙ୍କିଆ ନୋଟ୍‌ ଉପରେ ଗାନ୍ଧିଙ୍କ ଫଟୋ ଛପାଯାଇଥିଲା। ୧୯୯୬ରେ ରିଜର୍ଭ ବ୍ୟାଙ୍କ ଗାନ୍ଧିଙ୍କର ଫଟୋ ସହ ନୂଆ ନୋଟ୍‌ ଛାପିଥିଲା କହିବାକୁ ଗଲେ ୨୦୧୪ରେ ଗାନ୍ଧିଙ୍କର ଫଟୋ ନୋଟ ରୁ ହଟାଇବା ପାଇଁ କଥା ଉଠିଥିଲା। କିନ୍ତୁ ପୁଣିଥରେ ନିଷ୍ପତ୍ତି ହେଲା ଯେ, ଗାନ୍ଧିଙ୍କ ବ୍ୟତୀତ କାହାର ବି ଫଟୋ ଲଗାଯିବ ନାହିଁ। ତେଣୁ ସେବେଠାରୁ ଗାନ୍ଧିଙ୍କର ଫଟୋ ସବୁ ନୋଟ୍‌ ରେ ରହିଆସିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
when did gandhi picture appear on notes | Argus News