Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏମାନଙ୍କ ପାଇଁ  ସୁପରଷ୍ଟାର ପ୍ଲେୟାର୍ସ 

National

ଏମାନଙ୍କ ପାଇଁ  ସୁପରଷ୍ଟାର ପ୍ଲେୟାର୍ସ 

Manini Pattanayak
Browse all articles by Manini Pattanayak
·1 year ago·5 min read
ଏମାନଙ୍କ ପାଇଁ  ସୁପରଷ୍ଟାର ପ୍ଲେୟାର୍ସ 

ନୂଆଦିଲ୍ଲୀ : ଖେଳ କଥା ଆସିଲେ ଖେଳାଳିଙ୍କ ସମେତ ଚର୍ଚ୍ଚା ପରିସରକୁ ଆସନ୍ତି କୋଚ।  ପରଦାଳ ଆଢୁଆଳରେ ରହିଲେ ମଧ୍ୟ ନିଜର ଅଭିଜ୍ଞତା ବଳରେ  ଖେଳାଳୀମାନଙ୍କର ଦୋଷ ତୃଟି ସୁଧାରି ତାଙ୍କୁ ଲୟକୁ ଆଣିଥାନ୍ତି କୋଚ।  ସେ ଶାରିରିକ ହେଉ ଅବା ମାନଶିକ । ସବୁ କ୍ଷେତ୍ରରେ କରନ୍ତି ଉତ୍ସାହିତ। କାଲି ଫ୍ଲପ ମାରୁଥିବା ଖେଳାଳୀ ରାତାରାତି ହୋଇଯାଏ ସୁପରହିଟ୍‌.. ପରାଦା ପଛରେ ହାତ ଥାଏ କୋଚଙ୍କର..
ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ ଟିମ୍‌ର  ସମସ୍ତ କୋଚଙ୍କ  ବିଷୟରେ  
 ବିସନ ସିଂ

 ଭାରତୀୟ କ୍ରିକେଟ  ଟିମ୍‌ର ପ୍ରଥମ ମୁଖ୍ୟ କୋଚ ଭାବେ ୧୯୯୦ ରେ ବିସନ ସିଂହବେଦୀ  ନିଯୁକ୍ତ ହୋଇଥିଲେ। ବିସନ ସିଂ ୧୯୯୦ରୁ ରୁ ୯୧ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ  ଭାବେ  କାର୍ଯ୍ୟ କରିଥିଲେ।  ସେ ଥିଲେ  ସର୍ବପ୍ରଥମ କୋଚ।  ବିସନ ସିଂହଙ୍କ ପୂର୍ବରୁ  ଭାରତୀୟ କ୍ରିକେଟ ଟିମ୍‌ରେ କେବଳ  ମ୍ୟାନେଜର  ନିଯୁକ୍ତି ହେଉଥିଲେ।  ବିସନ ସିଂହଙ୍କ  କାର୍ଯ୍ୟକାଳ ସମୟରେ ମହମ୍ମଦ ଆଜାହରଉଦ୍ଧିନ  ଟେଷ୍ଟ ଏବଂ ଓ୍ୱାନଡେ ଟିମ୍‌ର କ୍ୟାପ୍ଟେନ ଥିଲେ। 
 ବିସନ ସିଂହ ବେଦୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
ବିଶନ କୋଚ ଥିବା ସମୟରେ  ଭାରତୀୟ ଟିମ୍‌  ପାଖାପାଖି ୭ଟି  ଟେଷ୍ଟ ମ୍ୟାଚ ଖେଳିଛି।  ସେଥିମଧ୍ୟରୁ  ଗୋଟିଏ ମ୍ୟାଚ ଜିତିଥିବାବେଳେ  ଦୁଇଟି ମ୍ୟାଚ ହାରିଛି. ଏବଂ  ୪ଟି ମ୍ୟାଚ ଡ୍ର ରହିଥିଲା।  ସେହିପରି ବିଶନ  ସିଂହଙ୍କ ସମୟରେ  ଭାରତୀୟ ଟିମ୍‌   ପାଖାପାଖି  ୨୨ଟି ଓ୍ୱାନଡେ ମ୍ୟାଚ୍‌ ଖେଳିଛି  ସେଥିମଧ୍ୟରୁ ୧୨ଟି ମ୍ୟାଚ  ଜିତିଥିଲା। 
ଆବାସ ଅଲ୍ଲୀ ବେଗ 
  ଭାରତ ତରଫରୁ ଟେଷ୍ଟ ଏବଂ ଓ୍ୱାନଡେ କ୍ରିକେଟ ଖେଳୁଥିବା  ଆବାସ ଅଲ୍ଲୀ ବେଗ  ୧୯୯୧ରୁ ୧୯୯୨ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ କାର୍ଯ୍ୟ କରିଥିଲେ । 
  ଆବାସ ଅଲ୍ଲୀ ବେଗଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
 ଆବାଶ ଅଲ୍ଲୀ କୋଚ ଥିବାବେଳେ  ଭାରତୀୟ ଟିମ୍‌  ପାଖାପାଖି  ୫ ଟି ଟେଷ୍ଟ ମ୍ୟାଚ  ଖେଳିଛି।  କିନ୍ତୁ ୫ ମ୍ୟାଚ ମଧ୍ୟରୁ ଗୋଟି ବି ଜିତି ନଥିଲା  ଟିମ୍‌। ସେହିପରି ଆବାସ ଅଲ୍ଲୀଙ୍କ ସମୟରେ ଭାରତୀୟ ଟିମ୍‌  ଓ୍ୱାନଡେ ମ୍ୟାଚ ୧୮ ଟି  ଖେଳିଥିଲା।   ସେଥିମଧ୍ୟରୁ  ୫ ଟି ଜିତିବାରେ ସଫଳ ହୋଇଥିଲା ଭାରତୀୟ ଟିମ୍‌। 
 ଅଜିତ୍‌ ଓ୍ୱାଡେକର  
ଅଜିତ୍‌ ଓ୍ୱାଡେକର ୧୯୯୨ ରୁ ୧୯୯୬  ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍‌ର  ମୁଖ୍ୟ କୋଚ ଭାବେ କାର୍ଯ୍ୟ  କରିଥିଲେ।  ତେବେ ଅଜିତଙ୍କ ସମୟରେ   ସଚିନ ତେନ୍ଦୁକଲ ଏବଂ ମୋହମ୍ମଦ ଅଜହରଉଦ୍ଧିନ  ଟେଷ୍ଟ ଏବଂ ଓ୍ୱେନଡେର କ୍ୟାପ୍ଟେନ ଥିଲେ। 
  ଅଜିତ ଓ୍ୱାଡେକରଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
ଅଜିତ୍‌ ଓ୍ୱାଡେକର  କୋଚ ଥିବାବେଳେ ଭାରତୀୟ ଟିମ୍‌ ପାଖାପାଖି ୨୨ ଟି  ଟେଷ୍ଟ ମ୍ୟାଚ  ଖେଳିଥିଲା।  ସେଥିମଧ୍ୟରୁ  ୧୦ ଟି ଜିତିଛି ୨ ହାରିଛି।  ଏବଂ ଡ୍ର ହୋଇଛି ୧୦ ଟି। ଓ୍ୱାନଡେ ପ୍ରଦର୍ଶନରେ  ପାଖାପାଖି  ୭୭ଟି ମ୍ୟାଚ ଖେଳିଥିଲା ଟିମ୍‌।  ସେଥିମଧ୍ୟରୁ ୪୨ଟି ଜିତିଥିଲା ଭାରତୀୟ ଟିମ୍‌। ଦେଖିବାକୁ ଗଲେ ସେହି ସମୟରେ ତାଙ୍କ ଉନ୍ନତ କୋଚିଙ୍ଗ ବଳରେ ଭାରତ  ଅନେକ ପରାଜୟ ଭାଙ୍ଗି ଜିତିବା ଆରମ୍ଭ କରିଥିଲା। 
ସନ୍ଦିପ ପାଟିଲ
 ଭାରତୀୟ କ୍ରିକେଟର ସନ୍ଦିପ ପାଟିଲ ୧୯୯୬ରେ  ଯେତେବେଳେ ଭାରତୀୟ ଟିମ୍‌  ଇଂଲଣ୍ଡ ଗସ୍ତ କରିଥିଲା ସେତେବେବେଳେ  କୋଚ ଭାବେ କାର୍ଯ୍ୟକାଳ ସମ୍ଭାଳିଥିଲେ।  ତାଙ୍କ ସମୟରେ  ପାଖାପାଖି  ୩ଟି  ଟେଷ୍ଟ ମ୍ୟାଚ ଖେଳିଥିଲା ଟିମ୍‌।   କିନ୍ତୁ କୌଣସିଟି ମ୍ୟାଚ ଜିତିପାରିନଥିଲା ଟିମ୍‌ । ସେହିପରି ସନ୍ଦିପ ପାଟିଲଙ୍କ ସମୟରେ ୩ ଟି ଓ୍ୱାନଡେ ମ୍ୟାଚ ଖେଳିଥିଲା  ଟିମ୍‌। ଏଥିରେ ମଧ୍ୟ କୌଣସିଟା ଜିତିପାରିନଥିଲା ଟିମ୍।  
ମଦନଲାଲ
 ଭାରତୀୟ କ୍ରିକେଟର ମଦନଲାଲ ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ  ଭାରତୀୟ ଟିମ୍‌ ର  ମୁଖ୍ୟ କୋଚ  ରୂପେ କାର୍ଯ୍ୟ କରିଥିଲେ।  ମଦନଲାଲଙ୍କ ସମୟରେ ଭାରତୀୟ ଟିମ୍‌  ୧୯୯୬ ବିଶ୍ୱକପ ସେମୀଫାନାଲକୁ ଯାଇଥିଲା ।  ସେହିପରି ତାଙ୍କ ସମୟରେ  ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଆଜରହଉଦ୍ଧିନ ଟେଷ୍ଟ ଏବଂ  ଓ୍ୱାନଡେର କ୍ୟାପ୍ଟେନ ଥିଲେ। 
 ମଦନଲାଲଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
ମଦନଲାଲ କୋଚ ଥିବାବଳେ ଭାରତୀୟ ଟିମ୍‌ ପାଖାପାଖି  ୧୪ ଟି ଟେଷ୍ଟ ଖେଳିଥିଲା।  ସେଥିମଧ୍ୟରୁ  ୩ଟି ମ୍ୟାଚ ଜିତିଥିଲା ଟିମ୍‌।  ଏବଂ ୪ଟି ମ୍ୟାଚ  ହାରିଥିଲା ଟିମ୍‌। 
ଅଂଶୁମାନ ଗାୟକୁଓ୍ୱାଡ
ଅଂଶୁମାନ  ଗାୟକ୍ୱାଡ ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ  ଭାରତୀୟ କ୍ରିକେଟ ଟିମ୍‌ର କୋଚ  ଥିଲେ।  ତାଙ୍କ କାର୍ଯ୍ୟକାଳ ସମୟରେ   ଭାରତୀୟ ଟିମ୍‌  ଅନେକ ଓ୍ୱାନଡେ  ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି। 
ଅଂଶୁମାନ ଗାୟକ୍ୱାଡଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
ଅଂଶୁମାନ ଗାୟକୁଓ୍ୱାଡ  କୋଚ ଥିବେଳେ  ପାଖାପାଖି ୧୪ଟି  ଟେଷ୍ଟ ମ୍ୟାଚ  ଖେଳିଥିଲା  ସେଥିମଧ୍ୟରୁ ୪ଟି ମ୍ୟାଚ ଜିତିଥିଲା ଏବଂ ୫ ଟି ମ୍ୟାଚ ହାରିଥିଲା ଟିମ୍‌ । 
 କପିଲ ଦେବ
କପିଲଦେବ ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ  ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରିହିଥିଲେ।  ୨୦୦୦  ମସିହାରେ  ମ୍ୟାଚ ଫିକ୍ସିଙ୍ଗ ଘଟଣାରେ ସେ ପଦରୁ ଇସ୍ଥଫା ଦେଇଥିଲେ।   କପିଲ ଦେବଙ୍କ କାର୍ଯ୍ୟକାଳରେ  ସଚିନ ତେନ୍ଦଲକର  ଏବଂ ସୌରଭ ଗାଙ୍ଗୁଲି   ଟେଷ୍ଟ ଏବଂ ଓ୍ୱାନଡେର କ୍ୟାପ୍ଟେନ ଥିଲେ ।। 
କପିଲଦେବଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
କପିଲଦେବକୋଚ ଥିବାବଳେଳେ ଭାରତୀୟ ଟିମ୍‌ ପାଖାପାଖି ୮ ଟି ଟେଷ୍ଟ ମ୍ୟାଚ ଖେଳିଥିଲା।  ସେଥିମଧ୍ୟରୁ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଥିଲା  ଟିମ୍‌।   କପିଲ ଦେବ କୋଚ ଭାବେ ସେତିକି  ସଫଳ ହୋଇନଥିଲେ ମଧ୍ୟ କିନ୍ତୁ ଜଣେ ଖେଳାଳି ଭାବେ ଭାରତକୁ ଭେଟି ଦେଇଥିଲେ ପ୍ରଥମ ବିଶ୍ୱକପ। ସେବେଠୁ ଭାରତକୁ ଘାରିଛି କ୍ରିକେଟ ଫିଭର    ।  
ଜନ ରାଇଟ୍‌  
ନ୍ୟୁଜଲ୍ୟାଣ୍ଡ ତରଫରୁ ଟେଷ୍ଟ ଏବଂ ଓ୍ୱାନଡେ  ଖେଳୁଥିବା  ଜନ ରାଇଟ୍‌  ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ  କ୍ରିକେଟ ଟିମ୍‌ର  ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।  ଭାରତୀୟ ଟିମ୍‌ର ପ୍ରଥମ ବିଦେଶୀ କୋଚ ଥିଲେ ଜନ ରାଇଟ୍‌।    ଜନ ରାଇଟ୍‌ କାର୍ଯ୍ୟକାଳ ସମୟରେ ୨୦୦୧ରେ ଭାରତ  ଅଷ୍ଟେଲିଆକୁ ହରାଇଥିଲା।  ଏହ ବ୍ୟତିତ  ଭାରତୀୟ ଟିମ୍‌  ୨୦୦୩ ର ବିଶ୍ୱକପ  ଫାଇନାଲରେ ପହଞ୍ଚିଥିଲା ଟିମ୍‌।  ସେ ସମୟରେ ଭାରତ  ଫାଇନାଲ ହାରିଥିଲେ ମଧ୍ୟ ବିଶ୍ୱବାସୀଙ୍କ ହୃଦୟ ଜିତିଥିଲା। 
ଗ୍ରେଗ ଚାପେଲ
ଭାରତୀୟ ଟିମ୍‌କୁ କୋଚିଙ୍ଗ ଦେଇଥିବା କୋଚଙ୍କ ନା ଆସିଲେ  ବିବାଦୀ କୋଚ ହିସାବରେ ଚର୍ଚ୍ଚାରେ ରହିଥିଲେ ଗ୍ରେଗ ଚୈପଲ ।
ଅଷ୍ଟ୍ରେଲିଆ ତରଫରୁ  ଟେଷ୍ଟ  ଏବଂ ଓ୍ୱାନଡେ   ଖେଳିଥିବା   ଗ୍ରେଗ ଚାପେଲ  ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ  ଭାରତୀୟ କ୍ରୀକେଟ୍‌ ଟିମ୍‌ର ମୁଖ୍ୟ କୋଚ ଥିଲେ।  ତେବେ ଗ୍ରେଗ ଚାପେଲ ତାଙ୍କ କାର୍ଯ୍ୟକାଳ ସମୟରେ ବିବାଦରେ ବୁଡି ରହିଥିଲେ। ଖାଲି ଏତିକି ନୁହେଁ  ତାଙ୍କ ସମୟରେ  ୨୦୦୭ର ବିଶ୍ୱକପରେ ଭାରତୀୟ ଟିମ୍‌  ପ୍ରଥମ ଥର ଲଜ୍ଜାଜନକ ଭାବେ   ପରାଜୟ ବରଣ କରି  ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଥିଲା ଆସିଥିଲା। 
 ରବି ଶାସ୍ତ୍ରୀ 
ରବି ଶାସ୍ତ୍ରୀ ଜଣେ କ୍ରିକେଟର ସହିତ ଜଣେ ପ୍ରଶିଦ୍ଧ କମେଣ୍ଟ୍ରି ମଧ୍ୟ।  ତେବେ ସେ ୨୦୧୪ରୁ   ୧୬ ପର୍ଯ୍ୟନ୍ତ ଭାରତୀ ଟିମ୍‌ ର ମୁଖ୍ୟ କୋଚ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।  ୨୦୧୪ରେ  ଇଂଲଣ୍ଡରେ ଟିମ୍‌ ଖରାପ ପ୍ରଦର୍ଶନ କରିବା ପରେ ରବି ଶାସ୍ତ୍ରୀଙ୍କୁ କୋଚର ଦାୟିତ୍ୱ ଦିଆଯାଇଥିଲା। 
 ରବି ଶାସ୍ତ୍ରୀ ଙ୍କ ସମୟରେ ଟିମ୍‌ ଟେଷ୍ଟ ମ୍ୟାଚ ୧୪ଟି ଖେଳିଛି । ଏଥି ମଧ୍ୟରୁ  ୫ଟି ଜିତି ଛି  ୫ଟି ହାାରିଛି।  ସେହିପରି  ଟିମ୍‌ ୪୧ଟି ଓ୍ୱାନଡେ ମ୍ୟାଚ  ଖେଳି ସେଥିରୁ  ୨୪ ଟି ଜିତିଥିଲା।  ଭାରତ ରବି ଶାସ୍ତ୍ରୀଙ୍କ ସମୟରେ ଟେଷ୍ଟରେ ତାର ଦବଦବା ଦେଖାଇଥିଲା।  

 ଅନିଲ କୁମ୍ବଲେ 
ଭାରତୀୟ ଟିମ୍ରେ ସର୍ବଧିକ  ଓ୍ୱିକେଟ ନେଥିବା ଅନିଲ କୁମକବଲେ  ୨୦୧୬ ରୁ ୨୦୧୭ ପର୍ଯ୍ୟନ୍ତ କୋଚ ଭାବେ କାର୍ଯ୍ୟ କରିଥିଲେ।  ଅନିଲଙ୍କ ସମୟରେ  ଭାରତୀୟ ଟିମ୍‌  ଟେଷ୍ଟ ମ୍ୟାଚରେ  ନମ୍ବରଓ୍ୱାନ ଟିମ୍‌ ହୋଇପାରିଥିଲା।   
 

ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ପ୍ରଦର୍ଶନ
 ସ୍ମିନ ଯାଦୁଗର କୁମ୍ବଲେଙ୍କ  କାର୍ଯ୍ୟକାଳ ସମୟରେ  ଟିମ୍‌ ୧୭ ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ   ଜିତିଥିଲା ୧୨ଟି    ।  ସେହିପରି ଓ୍ୱାନଡେରେ ୧୩ ଟି ମ୍ୟାଚ ଖେଳି ୮ଟି ଜିତିଥିଲା ଭାରତ।  
 ରାହୁଲ ଦ୍ରାବିଡ
 ଭାରତୀୟ ସଫଳ କୋଚଙ୍କ ନା ସାମ୍ନାକୁ ଆସିଲେ  ଚର୍ଚ୍ଚାରେ ରହୁଅନ୍ତି ଭାରତର ଦ ଓ୍ୱାଲ ରାହୁଲ ଦ୍ରାବିଡ.. 
 ଦ୍ରାବିଡ   ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ମୁଖ୍ୟ କୋଚ ରହିଥିଲ। ସେ ଜଣେ ସଫଳ କୋଚ ଭାବେ  ଜଣାଶୁଣା।  ତାଙ୍କ  କାର୍ଯ୍ୟକାଳରେ  ଭାରତୀୟ ଟିମ୍  ଟି ୨୦ ଓ୍ୱାଲ୍ଡକପ ୨୦୨୪ ଜିତିବା ସହ  ଦିନିକିଆ ବିଶ୍ୱକପରେ ଉପ ବିଜେତା ହୋଇପାରିଛି।  ଏହା ପୂର୍ବରୁ ଅଣ୍ଡର ୧୯  କୋଚ ଭାବେ  ଦ୍ରାବିଙ୍କ ପ୍ରଶିକ୍ଷଣରେ  ଚମ୍ପିୟାନ  ହୋଇଥିଲା ଭାରତ। 
ଗୌତମ ଗମ୍ଭୀର
ବର୍ତ୍ତମାନର ଭାରତୀୟ ଟିମ୍‌ ର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର।  ୨୦୨୪ ରେ ଗୌତମ ଗମ୍ଭୀର କୋଲକଲା ନାଇଟ୍‌ରାଇଡର୍ସର ମେଣ୍ଟର ଭାବେ ନିଯୁକ୍ତ ହେବା ସହ  କୋଲକତାକୁ ଚମ୍ପିୟାନ କରାଇବାରେ ଗୁରୁତ୍ୱ ପୂର୍ଣ୍ଣ ଭୁମିକା ନେଇଥିଲେ। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବା ପରେ  ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ନେଇଛନ୍ତି ଗମତଭିର।  ଆଗକୁ ଚାମ୍ପିୟାନ ଟ୍ରଫି, ଓ୍ୱାର୍ଲଡ ଟେଷ୍ଟ  ଚାମ୍ପିୟାନସିପ୍‌ ,  ଟି ୨୦ ବିଶ୍ୱକପ ସହ  ୨୦୨୭ରେ ମଧ୍ୟ ଦିନିକିଆ ବିଶ୍ୱକପ ରହିଛି ଯାହା ଗମ୍ବୀରଙ୍କ ପାଇଁ ଚ୍ୟାଲେଜ୍‌ଙ୍ଗି ରହିଛି। ତଥାପି ଏଗ୍ରେସିଭ କ୍ରିକେଟ ଉପରେ ଗୁରୁତ୍ୱ ଦେଉଥିବା ଗମ୍ଭୀରଙ୍କ ଉପରେ ରହିଛି ବିସିସିଆଇର ନଜର।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ :
 

Sponsored
When it comes to sports, coaches come into the limelight along with the players | Argus News