ଜ୍ୟୋତି ପାକିସ୍ତାନ ଯାଇଥିବାବେଳେ ଜ୍ୟୋତିଙ୍କୁ ଘେରି ରହୁଥିଲେ ୬ ଜଣ ବନ୍ଧୁକଧାରୀ

Key Points
ୟୁଟ୍ୟୁବର ଜ୍ୟୋତିଙ୍କର ଆଉ ଏକ ଚାଞ୍ଚଲ୍ୟକର ଭିଡିଓ
ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜ୍ୟୋତିଙ୍କ ପାକିସ୍ତାନ ଗସ୍ତର ଭିଡିଓ
ପାକିସ୍ତାନ ଯାଇଥିବାବେଳେ ଜ୍ୟୋତିଙ୍କୁ ଘେରି ରହୁଥିଲେ 6 ଜଣ ବନ୍ଧୁକଧାରୀ
ପାକିସ୍ତାନ ଲାହୋରରେ 6 ଜଣ ବନ୍ଧକଧାରୀଙ୍କ ଗହଣରେ ବୁଲୁଥିଲେ ଜ୍ୟୋତି
ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ୟୁଟ୍ୟୁବର ଜ୍ୟୋତିଙ୍କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଭିଡିଓ। ଜ୍ୟୋତି ପାକିସ୍ତାନ ଯାଇଥିବାବେଳେ ତାଙ୍କୁ ଘେରି ରହୁଥିଲେ ସଶସ୍ତ୍ର ଯୁବକ। ଜ୍ୟୋତିଙ୍କୁ ଘେରି ରହୁଥିଲେ 6 ଜଣ ବନ୍ଧୁକଧାରୀ। ସ୍କଟଲ୍ୟାଣ୍ଡର ଜଣେ ୟୁଟ୍ୟୁବର ପାକିସ୍ତାନ ଆସିଥିବାବେଳେ ପ୍ରସ୍ତୁତ କରିଥିବା ଏକ ଭିଡିଓରେ ଜ୍ୟୋତିଙ୍କୁ ଦେଖିବାକୁ ମିଳୁଛି। ପାକିସ୍ତାନ ଲାହୋରର ଅନାରକଲି ବଜାରରେ ଏହି ଭିଡିଓ ସୁଟ୍ କରାଯାଇଥିଲା।
ସ୍କଟିସ୍ ୟୁଟ୍ୟୁବର କାଲମ୍ ମିଲ୍ ତାଙ୍କର ପାକିସ୍ତାନ ଗସ୍ତ ସମ୍ପର୍କରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ସେ ଜ୍ୟୋତିଙ୍କ ସହ କଥା ହେଉଥିବା ଦେଖାଯାଉଛି। ଏହି ଭିଡିଓରେ ଜ୍ୟୋତିଙ୍କ ଚାରିପଟେ ବନ୍ଧୁକଧାରୀ ଯୁବକମାନେ ଘେରି ରହୁଥିବା ଦେଖାଯାଉଛି। ଜ୍ୟୋତିଙ୍କ ବାବଦରେ ବି ଭିଡିଓରେ କହୁଛନ୍ତି ଏହି ସ୍କଟିସ୍ ୟୁଟ୍ୟୁବର। ପାକିସ୍ତାନରେ ତାଙ୍କୁ ଭବ୍ୟ ଆତିଥ୍ୟ ମିଳୁଥିବା ଜ୍ୟୋତି କହୁଛନ୍ତି। ଏହି ସମୟରେ ଜ୍ୟୋତିଙ୍କୁ ବନ୍ଧୁକଧାରୀମାନେ ଘେରି ରହୁଥିବା ବାବଦରେ ମଧ୍ୟ କହୁଛନ୍ତି ସ୍କଟିସ୍ ୟୁଟ୍ୟୁବର। ଏତେ ସଂଖ୍ୟାରେ ବନୁ୍ଧୁକଧାରୀଙ୍କ ଆବଶ୍ୟକତା ନେଇ ବି ସେ ପ୍ରଶ୍ନ କରୁଛନ୍ତି।
ଏତେ ସୁରକ୍ଷା କର୍ମୀ ରହିବା ଅର୍ଥ ସେହି ସ୍ଥାନ ନିରାପଦ ନୁହେଁ ବୋଲି କହୁଛନ୍ତି ସ୍କଟିସ୍ ୟୁଟ୍ୟୁବର କାଲମ ମିଲ୍। ଆପଣଙ୍କୁ କହିରଖୁଛୁ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଏବେ ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଅଛନ୍ତି । ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ୪ ଦିନିଆ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଜ୍ୟୋତିଙ୍କୁ ହରିୟାଣାର ହିସାର କୋର୍ଟରେ ହାଜର କରିଥିଲା ପୋଲିସ ।
ଗତ ଦୁଇଟି ପର୍ଯ୍ୟାୟରେ ୯ ଦିନ ଧରି ଜ୍ୟୋତିକୁ ପଚରାଉଚରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବାରୁ କୋର୍ଟ ପୁଣିଥରେ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ପହଲଗାମ ଆକ୍ରମଣ ପରେ ଜ୍ୟୋତି, ପାକିସ୍ତାନୀ ହାଇ କମିଶନ କର୍ମଚାରୀ ଦାନିସ ସହ ଲିଙ୍କରେ ଥିବାର ପ୍ରମାଣ ମିଳିଛି । ଦାନିସ ସହ ଜ୍ୟୋତିଙ୍କ ଫୋନ କଲ୍ ଓ ଚାଟ ହିଷ୍ଟ୍ରିରୁ ଏହାର ପର୍ଦ୍ଦାଫାସ ହୋଇଛି । ଜ୍ୟୋତିଙ୍କ ଫୋନ, ଲାପଟପ୍, ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଜାରି ରହିଛି । ଗତ ମେ ୧୬ ତାରିଖରେ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଥିଲା ପୋଲିସ ।