ସୀମା ଟପିଗଲେ ମମତା,ଧୋଇଦେଲେ ମୋହନ

ଅର୍ଗସ ବ୍ୟୁରୋ:କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଶାନ୍ତ ପଶ୍ଚିମବଙ୍ଗ। ନ୍ୟାୟ ପାଇଁ ରାଜରାସ୍ତାରେ ସାଧାରଣ ଜନତା। ଆଉ ଏହାରି ଭିତରେ ମମତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଉଠିଛି ଝଡ। ଦିଦିଙ୍କ ସ୍ଥିତି ଟଳମଳ ଅନ୍ୟକୁ ଦେଖାଉଛନ୍ତି ତୋଡ। ଏକ ଭିଡିଓରେ ମମତା କହୁଛନ୍ତି ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ ଚେତାବନୀ ମଧ୍ୟ ଦେଇଛନ୍ତି ମମତା। ଏହା ମାଧ୍ୟମରେ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଦିଦି,ଯଦି ଜଣେ ମୁଖ୍ୟମନ୍ତ୍ରୀ ଏମିତି କହିବେ ସାଧାରଣ ଜନତା ଭାବିବେ କଣ। ଓଡ଼ିଶାର ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନାପସନ୍ଦ କରିବା ସହ ତାର ମୁହଁତୋଡ ଜବାବ ମଧ୍ୟ ଦେଇଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ସଂପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାକୁ ଆପଣଙ୍କୁ ଏ ଅଧିକାର ଦେଲା କିଏବୋଲି ମମତାଙ୍କୁ କରିଛନ୍ତି ପ୍ରଶ୍ନ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡିଶାବାସୀ ଦାୟିତ୍ୱବାନ ଓ ସଚେତନ। ତେଣୁ ଆପଣଙ୍କର ଏଭାବନା, ନକରାତ୍ମକ ମନ୍ତବ୍ୟ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆହୁରୀ ମଧ୍ୟ କହିଛନ୍ତି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ନଦେଇ ପ୍ରତିଶୋଧ ପରାୟଣ ହେବା ଦେଶ ପାଇଁ ବିପଦ ବୋଲି କହିଛନ୍ତି ମୋହନ।
ସେପଟେ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ ନାପସନ୍ଦ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ କଡ଼ା ସମାଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧମକ ଦେବାକୁ କିଏ ସାହସ ଦେଲା ବୋଲି ମମତାଙ୍କୁ ପଚାରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ। ମମତା ଛାନିଆ ହେବା ପଛରେ ରହିଛି ଅନେକ କାରଣ,କାଳେ ଚାଲିଯିବ ତ ଗାଦି। ହାତରୁ ଖସିଯିବନି ତ କ୍ଷମତା ଏମିତି ଡର ଘାରିଛି ଟିଏମସି ସୁପ୍ରିମୋଙ୍କୁ। କାରଣ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କସହ କୁଆଡେ ଟିଏମସିର ରହିଛି ଭିତିରି ସମ୍ପର୍କ। ଅନ୍ୟପଟେ ଆର୍ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଅଶାନ୍ତ ହୋଇପଡିଛି କୋଲକାତା। ନ୍ୟାୟ ପାଇଁ ରାଜରାସ୍ତାରେ ବିକ୍ଷୋଭ ପ୍ରର୍ଦଶନ କରୁଛନ୍ତି ସଭିଏଁ ।
ଦିନକୁ ଦିନ ଏ ଘଟଣାରେ ଟିଏମସି ସରକାର ଉପରୁ ଜନତାଙ୍କ ଭରଷା ଉଠିଯାଉଛି। କାଳେ ସରକାର ବିପଦରେ ପଡିଯିବେ ସେଥିଲାଗି ବାଉଳି ହେଉଛନ୍ତି ଦିଦି। ଅନ୍ୟପଟେ କୋଲକାତେ ଘଟଣାରେ ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ଏହି ଘଟଣା ଘଟିବାର କିଛି ଦିନ ପରେ ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବା ସହ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ କ୍ଷୋଭ ପ୍ରକାଶ କରିଥିଲେ ।
📱 Get Argus News App
✨ପ୍ରଧାନମନ୍ତ୍ରୀ ମଧ୍ୟ ଦୋଷୀଙ୍କୁ ଆଦୌ ଛଡାଯିବନି ବୋଲି ସ୍ପଷ୍ଟ କରିଥିଲେ । ଆଉ ଗତକାଲି ରାଷ୍ଟ୍ରପତି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି, ଏମିତି ଭୟାନକ ଘଟଣା ମତେ ଚକିତ କରିଛି । ଘଟଣା ଜାଣିବା ପରେ ମୁଁ ବ୍ୟଥିତ ଓ ଭୟଭୀତ । ତେବେ ମାମଲାରେ ରାଷ୍ଟ୍ରପତି ମୁହଁ ଖୋଲିଥିବାରୁ ମାମଲାର ଗମ୍ଭୀରତା ସ୍ପଷ୍ଟ ହେବା ସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଯଦି ଟିଏମସି ଏହି ଘଟଣାରେ ସମ୍ପକ୍ତ ଥାଏ ତାହେଲେ ଦିଦି ଗାଦିରୁ ଗଡିବା ପକ୍କା