ପ୍ରେମିକା ପୁଅର ପ୍ରେମରରେ ପ୍ରେମିକ

ନୂଆଦିଲ୍ଲୀ: କୁହାଯାଏ ପିଲାମାନେ ହେଉଛନ୍ତି ଭଗବାନଙ୍କ ସ୍ବରୂପ । କାହିଁକି ନା ସେମାନଙ୍କ ଭିତରେ ମାୟା, ଛଳନା, ଆବିଳତା କିଛି ନ ଥାଏ । ରାଜସ୍ଥାନର ଜୟପୁରରୁ ବି ହୃଦୟକୁ ଛୁଇଁଲା ଭଳି ସେମିତି ଏକ ଖବର ସାମ୍ନାକୁ ଆସିଛି । ଯେଉଁଠି ଦୁଇ ବର୍ଷର ପିଲାଟିଏ କିଡନାପିଂ କରିଥିବା ମଣିଷଠୁ ଦୂରେଇବାକୁ ହିଁ ଚାହୁଁ ନ ଥିଲା । ସବୁଠି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦୃଶ୍ୟକୁ ଦେଖି ଅପହରଣକର୍ତ୍ତାର ଆଖିରୁ ବି ଲୁହ ଝରି ପଡ଼ିଛି । ଏମିତି କେବଳ ଫିଲ୍ମରେ ହିଁ ଦେଖାଯାଏ । କଅଁଳ ଶିଶୁ ଆଉ କିଡନାପର୍ ଭିତରେ ସ୍ନେହ, ପ୍ରେମ ଆଉ ଭଲପାଇବା । ପିଲାଟି ତା’ କୋଳରେ ନିଜକୁ ସୁରକ୍ଷିତ ମନେ କରୁଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ତାର ବାପା ନୁହେଁ, ବରଂ କିଡନାପର୍ । ନାଁ ତନୁଜ ଚହର । ଜୟପୁରରୁ ୧୪ ମାସ ପୂର୍ବରୁ କିଡନାପ ହୋଇଥିବା ପିଲାଟିକୁ ଉଦ୍ଧାର କରିଛି । ପିଲାଟିକୁ ଅପହରଣ ଥିବା ଲୋକଟିର କୋଳରୁ ଯେତେବେଳେ ତାକୁ ନେବା ପାଇଁ ଉଦ୍ୟମ କରାଯାଉଛି, ପିଲାଟି କାନ୍ଦିବାକୁ ଲାଗୁଛି । ପୋଲିସ ଓ ପିଲାଟିର ବାପାମାଆ ତାକୁ ନେବାକୁ ଆସିଥିଲେ କିନ୍ତୁ କୋଣସି ପରିସ୍ଥିତିରେ ବି କିଡନାପରକୁ ଛାଡ଼ିବା ପାଇଁ ପିଲାଟି ପ୍ରସ୍ତୁତ ନ ଥିଲା ।
ପିଲାଟିକୁ ଯେତେବେଳେ ପୋଲିସ ଆଉ ତାର ବାପା ନେବା ପାଇଁ ଚେଷ୍ଟା କରୁଥିଲେ ସେ ଜୋରଜୋରରେ କାନ୍ଦିବାକୁ ଲାଗୁଥିଲା । ତେବେ ଦେଖିବାର ଥିଲା ଏତିକି ବେଳେ କିଡନାପର ଆଖିରେ ବି ଲୁହ ଥିଲା । ପୋଲିସ ଅଧିକାରୀମାନେ ଜୋରଜବରଦସ୍ତ ପିଲାଟିକୁ ଆଣି ତା ମାଆ କୋଳକୁ ଦେଇଥିଲେ । କିନ୍ତୁ ପିଲାଟି ତୁନୀ ନ ହୋଇ କାନ୍ଦିବାକୁ ଲାଗିଥିଲା । ସୂଚନା ଅନୁସାରେ ପିଲାଟିକୁ ଅପହରଣ କରିଥିବା ବ୍ୟକ୍ତିର ନାଁ ହେଉଛି ତନୁଜ ଚହର । ଯିଏ ୟୁପି ପୋଲିସର ଜଣେ ନିଲମ୍ବିତ ହେଡ୍ କନଷ୍ଟେବଲ୍ । ତନୁଜ ତା’ ପିଉସୀର ଝିଅଙ୍କୁ ଭଲ ପାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ପରିବାର ଲୋକେ ପ୍ରେମିକାକୁ ଆଉ କାହା ସହ ବାହା ଦେବା ପରେ ବର୍ଷେରୁ ଅଧିକ ସମୟ ଯାଏଁ ପାଗଳ ପରି ଖୋଜି ବୁଲିଥିଲା । ମାଟିକୁ ବିଛଣା କରି ଆକାଶର ଚାଦର ଘୋଡ଼େଇ ହେଇ ଏଠି ସେଠି ଦିନରାତି ବିତେଇ ଶେଷରେ ପାଇଥିଲା ପ୍ରେମିକାର ଠିକଣା । ୧୪ ଜୁନ୍ ୨୦୨୩ରେ ଜୟପୁର ସାଙ୍ଗନେରରେ ପ୍ରେମିକା ଘରେ ଏଣ୍ଟ୍ରି କରି ତାର ପୁଅକୁ ନେଇ ଶେଷରେ ଚମ୍ପଟ ମାରିଥିଲା ପ୍ରେମିକ ତନୁଜ । ଆଉ ତା ପରେ ସାଧୁ ବେଶରେ ସେ ପିଲାଟି ସହ ରହୁଥିଲା । ପ୍ରେମରେ ପାଗଳାମି ଏବେ ତନୁଜର ଚାକିରି ବି ଯାଇଛି । ପ୍ରେମ ପାଇଁ ନିଜର ଚାକିରି ହରାଇ ପ୍ରେମିକାର ପୁଅକୁ ଉଠାଇ ନେଇ ସେ ବାବା ସାଜିଥିବା ବେଳେ ଏବେ ତାର ଖେଳ ସରିଯାଇଛି । ହେଲେ ପିଲାଟି ଏବେ ବି ତନୁଜ ହିଁ ଖୋଜୁଛି ।
ଅଧିକ ପଢନ୍ତୁ ଭାରତ ଖବର
