Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେବେ ଭାରତରେ ଲଞ୍ଚ ହୋଇଥିଲା ATM , କିଏ କରିଥିଲେ, ଜାଣନ୍ତୁ ....

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
କେବେ ଭାରତରେ ଲଞ୍ଚ ହୋଇଥିଲା ATM , କିଏ କରିଥିଲେ, ଜାଣନ୍ତୁ ....

Key Points

୧୯୬୭ ମସିହା ଜୁନ ୨୭ ତାରିଖରେ ଆଜକୁ ଠିକ ୫୮ ବର୍ଷ ତଳେ ଏହି ଏଟିଏମ ମେସିନକୁ ଏନଫିଲ୍ଡ ଲଣ୍ଡନରେ ଉଦ୍ଭାବନ କରିଥିଲେ । ଏହି ମେସିନ ବାରକ୍ଲେସ ବ୍ୟାଙ୍କର ପାଖରେ ସ୍ଥାପିତ ହୋଇଥିଲା, ଏବଂ ଏହାକୁ ବାରକ୍ଲେକ୍ୟାସ ବୋଲି କୁହାଯାଉଥିଲା । ସେତେବେଳର ବ୍ରିଟିଶର ଜଣେ ଟିଭି ଅଭିନେତା ଏହାକୁ ଉଦ୍ଘାଟନ କରିଥିଲେ ।

ଆମକୁ ଯେକୌଣସି ସମୟରେ ଯେଉଁ ସ୍ଥାନରେ ହାତରେ କିଛି ଟଙ୍କାର ଆବଶ୍ୟକତା ପଡେ , ଆମେ ସହଜରେ ସେହି ସ୍ଥାନରେ ଥିବା ଏଟିଏମରୁ ଟଙ୍କା ଉଠାଇପାରନ୍ତି । କିନ୍ତୁ କେବେ ଭାବିଛନ୍ତି, ଏହି ଏଟିଏମ ମେସିନ ପ୍ରଥମେ କେମିତି ଉଦ୍ଭାବନ କରାଯାଇଥିଲା, ଏବଂ ଏହାକୁ କେମିତି ଆବିଷ୍କାର କରାଯାଇଥିଲା ? ଏହି ମେସିନ ତିଆରି କରିବାର ଉପାୟ ପ୍ରଥମେ କେମିତି ଏବଂ କାହା ମନକୁ ଆସିଥିଲା, ଆସନ୍ତୁ ଜାଣିବା । ୧୯୬୭ ମସିହା ଜୁନ ୨୭ ତାରିଖରେ ଆଜକୁ ଠିକ ୫୮ ବର୍ଷ ତଳେ ଏହି ଏଟିଏମ ମେସିନକୁ ଏନଫିଲ୍ଡ ଲଣ୍ଡନରେ ଉଦ୍ଭାବନ କରିଥିଲେ । ଏହି ମେସିନ ବାରକ୍ଲେସ ବ୍ୟାଙ୍କର ପାଖରେ ସ୍ଥାପିତ ହୋଇଥିଲା, ଏବଂ ଏହାକୁ ବାରକ୍ଲେକ୍ୟାସ ବୋଲି କୁହାଯାଉଥିଲା । ସେତେବେଳର ବ୍ରିଟିଶର ଜଣେ ଟିଭି ଅଭିନେତା ଏହାକୁ ଉଦ୍ଘାଟନ କରିଥିଲେ ।

ସେତେବେଳେ ଏଥିରେ ସର୍ବୋତ୍ତମ ୧୧୦୦ ଟଙ୍କା ଉଠାଯାଇ ପାରୁଥିଲା । ବ୍ୟାଙ୍କ ବାହାରେ ଲୋକେ ଏଥିରୁ ଟଙ୍କା ଉଠାଇ ପାରୁଥିଲେ, ତେଣୁ ଏହା ସୁବିଧାଜନକ ଥିଲା । ସେତେବେଳେ ଏଥିରେ ସର୍ବୋତ୍ତମ ୧୧୦୦ ଟଙ୍କା ଉଠାଯାଇ ପାରୁଥିଲା । ବ୍ୟାଙ୍କ ବାହାରେ ଲୋକେ ଏଥିରୁ ଟଙ୍କା ଉଠାଇ ପାରୁଥିଲେ, ତେଣୁ ଏହା ସୁବିଧାଜନକ ଥିଲା । କିନ୍ତୁ ଭାରତରେ ମେଘାଳୟ ସିଲଙ୍ଗ୍‌ର ଜନ୍ ବ୍ୟାରୋନ୍ ଏହାକୁ ୧୯୨୫ରେ ଏଟିଏମର ଉଦ୍ଭାବନ କରିଥିଲେ । ଯେତେବେଳେ ତାଙ୍କୁ କିଛି କ୍ୟାସର ଆବଶ୍ୟକତା ଥିଲା, ସେତେବେଳେ ବ୍ୟାଙ୍କ ବନ୍ଦ ଥିଲା । ଆଉ ଏହି ସମୟରେ ତାଙ୍କ ମନକୁ ଏହି ଉପାୟ ଆସିଥିଲା ।


ସେ ଏମିତି ଏକ ମେସିନର କଳ୍ପନା କରିଥିଲେ, ଯେମିତି ଭେଣ୍ଡିଙ୍ଗ ମେସିନ ଦ୍ଵାରା ଚକୋଲେଟ ସ୍ନାକ୍ସ ବାହାରକୁ ଆସିଥାଏ, ଠିକ ସେମିତି ଟଙ୍କା ଆସିପାରିବ । ଏହାପରେ ସେ ବାରକ୍ସେସ ବ୍ୟାଙ୍କୁକୁ ଏପରି ଜଣାଇଥିଲେ । ସେମାନେ ଅନୁମୋଦନ କରିବାର ଦୁଇବର୍ଷ ପରେ ଏଟିଏମ ଲଞ୍ଚ କରାଯାଇଥିଲା । ୧୯୮୭ ମସିହାରେ ମୁମ୍ବାଇର ଶାହାରା ରୋଡ୍‌ରେ ଏଚଏସବିସି ବ୍ୟାଙ୍କ ଅଧିନରେ ପ୍ରଥମ ଏଟିଏମ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ପୁରା ଦେଶବ୍ୟାପୀ ସବୁ ସ୍ଥାନରେ ଏଟିଏମର ପ୍ରଚଳନ ଆରମ୍ଭ ହୋଇଥିଲା । ଏବଂ ସମସ୍ତେ ଏହାରେ ସୁବିଧା ଉପଲବ୍ଧି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When was ATM launched in India, who did it, know | Argus News