ଗାନ୍ଧୀଙ୍କ ନୋଟ୍ ଫଟୋ କେବେ ଉଠାଯାଇଥିଲା?

ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ୧୦ ଟଙ୍କିଆରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍ ବ୍ୟବହାର କରିଥାଉ । ହେଲେ ସବୁ ନୋଟରେ ଗୋଟିଏ ସାଧାରଣ କଥା ଦେଖିବାକୁ ମିଳେ, ତାହା ହେଉଛି ମହାତ୍ମା ଗାନ୍ଧିଜୀଙ୍କର ଫଟୋ । ହେଲେ କେବେ ଭାବିଛନ୍ତି ଗାନ୍ଧିଙ୍କର ଏହି ଫଟୋ ଅସଲି କି ନକଲି ? ଆଉ ଯଦି ଅସଲି ତେବେ ଏହି ଫଟୋ କେବେ ଏବଂ କେଉଁଠାରେ ନିଆଯାଇଥିଲା?
ତେବେ ଆପଣଙ୍କୁ ଜଣାଇଦେବୁ ଯେ ନୋଟରେ ଥିବା ଗାନ୍ଧିଜୀଙ୍କ ଫଟୋ ଅସଲି ଅଟେ । ଏହି ଫଟୋଟି ୧୯୪୬ ମସିହାରେ ଗାନ୍ଧୀ ବ୍ରିଟିଶ ରାଜନେତା ଲର୍ଡ ଫ୍ରେଡେରିକ୍ ୱିଲିୟମ୍ ପେଥିକ୍-ଲରେନ୍ସଙ୍କ ସହିତ ଛିଡା ହୋଇଥିବା ବେଳେ ନିଆଯାଇଥିଲା।
ଏହି ଫଟୋ ପୂର୍ବତନ ଭାଇସ ରୟ ହାଉସ ସାମନାରେ ନିଆଯାଇଥିଲା, ଯାହା ବର୍ତ୍ତମାନ ରାଷ୍ଟ୍ରିପତି ଭବନ ଭାବରେ ଜଣାଶୁଣା । ପ୍ରଥମଥର ଗାନ୍ଧୀଜିଙ୍କର ଫୋଟୋ ୧୯୬୯ ମସିହାରେ ତାଙ୍କର ଶତବାର୍ଷିକୀ ପାଳନ ଅବସରରେ ୧୦୦ ଟଙ୍କିଆ ନୋଟ ଉପରେ ଆରବିଆଇ ଜାରି କରିଥିଲା। ତେବେ ନୋଟରେ ଆମେ ଦେଖୁଥିବା ଗାନ୍ଧିଜୀଙ୍କର ଫୋଟୋ ହେଉଛି ପ୍ରକୃତ ଫଟୋର ମିରର ଇମେଜ ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର