Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମେ କେବେ ହୋଇଥିଲା ମହାକୁମ୍ଭ?

National

ପ୍ରଥମେ କେବେ ହୋଇଥିଲା ମହାକୁମ୍ଭ?

Arpita Mohanty
Browse all articles by Arpita Mohanty
·1 year ago·4 min read
ପ୍ରଥମେ କେବେ ହୋଇଥିଲା ମହାକୁମ୍ଭ?

ବର୍ତ୍ତମାନ ଚାଲିଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ ମେଳା। ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନାତନୀଙ୍କ ଉପସ୍ଥିତିରେ ମହାକୁମ୍ଭ ମେଳା ଆୟୋଜନ କରାଯାଇଛି। ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଏହି ମେଳାରେ ସାମିଲ ହେଉଛନ୍ତି। ଏବଂ ଏଠାରେ ବୁଡ ପକାଉଛନ୍ତି। ଚଳିତ ବର୍ଷ ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା କୁମ୍ଭମେଳା ପ୍ରାୟ ଦେଢ଼ ମାସ ଧରି ଅର୍ଥାତ୍ ଆସନ୍ତା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ବାସ୍ତବରେ ଏହି କୁମ୍ଭମେଳାର ଇତିହାସ କଣ? କେବେଠାରୁ ଆରମ୍ଭ ହେଲା ? ପ୍ରଥମେ କେବେ ଏବଂ କେଉଁଠାରେ ହୋଇଥିଲା? କଣ ରହିଛି ଏହା ପଛରେ ରହସ୍ୟ ? କୁମ୍ଭମେଳା ଭାରତର ଅର୍ଥନୀତି ଉପରେ କିଭଳି ଭାବରେ ପ୍ରଭାବ ପକାଏ ?


ଚଳିତ ବର୍ଷର କୁମ୍ଭ ମେଳା ନିଜ ଭିତରେ ହିଁ ସ୍ବତନ୍ତ୍ର ଏବଂ ବିରଳ କାରଣ ଏହା ଏକ ମହାକୁମ୍ଭ ଯାହା ୧୪୪ ବର୍ଷରେ ଥରେ ହୁଏ। କୁମ୍ଭମେଳା ଦୁନିଆର ସବୁଠାରୁ ବଡ ଧାର୍ମିକ ସମାବେଶ ସ୍ଥାନ ଅଟେ ତେଣୁ ଏହାର ନାମ ବିଶ୍ବର ଲାର୍ଜେଷ୍ଟ ଗ୍ୟାଦରିଙ୍ଗ ଲିଷ୍ଟ ବା ଦୁନିଆର ସବୁଠାରୁ ବିଶାଳ ସମାବେଶରେ ସାମିଲ ହୋଇଛି। ଏହି ମେଳାକୁ ଦେଶ ବିଦେଶରୁ କୋଟି କୋଟି ଲୋକ ଆସନ୍ତି। ସୂଚନା ଅନୁଯାୟୀ ୨୦୧୯ରେ ପ୍ରୟାଗରାଜରେ ଯେତେବେଳେ ଅର୍ଦ୍ଧକୁମ୍ଭ ମେଳା ଆୟୋଜିତ ହୋଇଥିଲା, ସେଥିରେ ପାଖାପାଖି ୨୦୦ ମିଲିଅନ ଅର୍ଥାତ୍ ୨୦ କୋଟି ଲୋକ ଯୋଗ ଦେଇଥିଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ କି କୁମ୍ଭମେଳାରେ କେତେ ବଡ ସମାବେଶ ହୋଇଥାଏ। କୁମ୍ଭମେଳା ହିନ୍ଦୁଙ୍କ ଆସ୍ଥା ଏବଂ ବିଶ୍ବାସର ଏକ ମହାନ ତୀର୍ଥ ପର୍ବ ଅଟେ।


ପୌରାଣିକ କଥା ଅନୁସାରେ ଥରେ ଦୁର୍ବାସା ରୁଷି ଦେବରାଜ ଇନ୍ଦ୍ରଙ୍କୁ ୩ ଲୋକ ଶ୍ରୀହୀନ ହୋଇଯିବାର ଅଭିଷାପ ଦେଲେ , ଏହି ଅଭିଷାପ କାରଣରୁ ଦେବତା ମାନେ ଦୁର୍ବଳ ହୋଇଗଲେ। ଯେତେବେଳେ ଦେବତା ଦୁର୍ବଳ ହୋଇଯିବାର ଖବର ଅସୁରଙ୍କୁ ମିଳିଲା , ଅସୁରମାନେ ସ୍ବର୍ଗଲୋକ ଉପରେ ଆକ୍ରମଣ କରିଦେଲେ। ଦେବତାଙ୍କୁ ହରାଇ ଅସୁରମାନେ ସ୍ବର୍ଗଲୋକରେ ରାଜୁତି କରିବାକୁ ଲାଗିଲେ। ଏହାପରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ଦେବତାମାନଙ୍କୁ ବିଷ୍ଷୁଙ୍କ ପାଖକୁ ନେଲେ ଏବଂ ତାଙ୍କଠାରୁ ସାହାଯ୍ୟ ମାଗିଲେ। ସେତେବେଳେ ବିଷ୍ଷୁ ତାଙ୍କୁ ଏକ ସମାଧାନ ଦେଲେ କି ଆମକୁ ସମୁଦ୍ର ମନ୍ଥନ କରିବା ଆବଶ୍ୟକ। ସମୁଦ୍ର ମନ୍ଥନରୁ ଅମୃତ ବାହାରିବ ଆଉ ଏହି ଅମୃତ ପିଇବା ଦ୍ବାରା ତୁମେ ଅମର ହୋଇଯିବ। ମୃତ୍ୟୁ ବି ଆଉ ତୁମକୁ ହରାଇପାରିବନାହିଁ। କିନ୍ତୁ ସମୁଦ୍ର ମନ୍ଥନର କାମ ଦେବତାମାନେ ଏକୁଟିଆ କରିପାରିବେ ନାହିଁ ସେଥିପାଇଁ ତାଙ୍କୁ ଅସୁରଙ୍କଠାରୁ ସାହାଯ୍ୟ ନେବାକୁ ପଡିଲା ଏବଂ ଅସୁରମାନେ ଏହି ମନ୍ଥନ ପାଇଁ ରାଜି ହୋଇଗଲେ। କାରଣ ସେମାନେ ଭାବିଲେ ସେହି ଅମୃତ ଅସୁରଙ୍କୁ ଦିଆଯିବ।


ମନ୍ଥନ ପରେ ଯେମିତି ହିଁ ଅମୃତ କଳସ ବାହାରିଲା, ଦେବତା ଏବଂ ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେବାକୁ ଲାଗିଲା , ଏହାରି ମଧ୍ୟରେ ବିଷ୍ଷୁ ନିଜ ବାହାନ ଗରୁଡଙ୍କୁ ଅମୃତ କଳସ ନେଇ ସେଠାରୁ ପଳାଇବାକୁ କହିଲେ । ଯେତେବେଳେ ଗରୁଡଦେବ ଅମୃତ କଳସ ନେଇ ଯାଉଥିଲେ ସେତେବେଳେ ଅମୃତର ଚାରି ବୁନ୍ଦା ଚାରୋଟି ସ୍ଥାନରେ ପଡିଥିଲା। ହରିଦ୍ବାର, ଉଜ୍ଜେନ, ନାସିକ ଏବଂ ପ୍ରୟାଗରାଜ। ସେବେଠାରୁ ଏହି ଚାରୋଟି ସ୍ଥାନ ମହାତୀର୍ଥ ସ୍ଥାନ ହୋଇଗଲା।


ଅମୃତ ପାଇବା ପାଇଁ ଦେବତା ଏବଂ ଅସୁରଙ୍କ ଭିତରେ ଏହି ଯୁଦ୍ଧ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଯାହା ମଣିଷଙ୍କ ପାଇଁ ୧୨ ବର୍ଷ ସହିତ ସମାନ। ଏହା ତ ଥିଲା କୁମ୍ଭମେଳା ବିଷୟରେ ପୌରାଣିକ କଥା । ଯଦି ଆମେ କୁମ୍ଭମେଳାର ଇତିହାସ ଜାଣିବା ତାହେଲେ କୁମ୍ଭମେଳାର ଉଲ୍ଲେଖ ଉନବିଂଶ ଶତାବ୍ଦୀରେ ଦେଖିବାକୁ ମିଳେ। କିନ୍ତୁ ତାପୂର୍ବରୁ ଏହି ସମ୍ମିଳନୀର ଆଧାର ମାଘ ସ୍ନାନ ଥିଲା ବୋଲି କୁହାଯାଏ। ଯେଉଁଥିରେ ଲୋକେ ପବିତ୍ର ନଦୀ ଗୁଡିକରେ ସ୍ନାନ କରୁଥିଲେ ଯାହାଦ୍ବାରା ସିଏ ନିଜ ପାପ ଧୋଇପାରିବେ ଏବଂ ମୋକ୍ଷ ପ୍ରାପ୍ତ କରିପାରିବେ। ରୁକ୍ ବେଦ ଭଳି ପ୍ରାଚୀନ ଗ୍ରନ୍ଥରେ ସମୁଦ୍ର ମନ୍ଥନ ଏବଂ ଅମୃତ କଳସ କାହାଣୀ ରହିଛି ଯାହାକି ଆମକୁ ଏହି ଉତ୍ସବର ମୂଳ ଆଧାର ବଷୟରେ ଜାଣିବାରେ ସାହାଯ୍ୟ କରେ । ମୌର୍ଯ୍ୟ ଏବଂ ଗୁପ୍ତ ଅବଧି ସମୟରେ ବି କୁମ୍ଭମେଳାର ଉଲ୍ଲେଖ ରହିଛି ।


କେଉଁ କେଉଁ ସ୍ଥାନରେ ହୁଏ କୁମ୍ଭମେଳା? କୁମ୍ଭମେଳା ୪ଟି ପବିତ୍ର ସ୍ଥାନରେ ହୋଇଥାଏ। ପ୍ରୟାଗରାଜ, ହରିଦ୍ବାର, ନାସିକ ଏବଂ ଉଜ୍ଜେନ। ଏହି ଚାରୋଟି ସ୍ଥାନରେ ହିଁ ଅମୁତର ଚାରି ବୁନ୍ଦା ପଡିଥିଲା ସେଥିପାଇଁ ଏହି ସ୍ଥାନଗୁଡିକୁ ପବିତ୍ର ମନାଯାଏ ଏବଂ ଏହି ଚାରୋଟି ସ୍ଥାନରେ ହିଁ କୁମ୍ଭମେଳା ହୋଇଥାଏ। । ଏବେ ପ୍ରଶ୍ନ ହେଉଛି କି କେମିତି ନିର୍ଦ୍ଧାର କରାଯାଏ କି କୁମ୍ଭମେଳା କେଉଁଠାରେ ହେବ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଚାରୋଟି ସ୍ଥାନ ମଧ୍ୟରୁ କୁମ୍ଭମେଳା କେଉଁଠାରେ ହେବ ତାହା ଗ୍ରହ ନକ୍ଷତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନିର୍ଦ୍ଧାର କରାଯାଏ। ପ୍ରତି ସ୍ଥାନରେ ୧୨ ବର୍ଷକୁ ଥରେ କୁମ୍ଭ ମେଳା ହୋଇଥାଏ। ଏହି ସମୟ ବୃହସ୍ପତିଙ୍କ ଗତି ଉପରେ ନିର୍ଭର କରିଥାଏ। ବୃହସ୍ପତିଙ୍କୁ ସୂର୍ଯ୍ୟଙ୍କର ଏକ କକ୍ଷପଥ ସମ୍ପୂର୍ଣ୍ଣ କରିବା ପାଇଁ ୧୨ ବର୍ଷ ସମୟ ଲାଗେ। ଯେତେବେଳେ ବୃହସ୍ପତି କୌଣସି ଏକ ନିର୍ଦ୍ଧିଷ୍ଟ ରାଶିରେ ପ୍ରବେଶ କରନ୍ତି ସେହି ସମୟରେ କୌଣସି ଧାର୍ମିକ କାମ କରିବା ଶୁଭ ବୋଲି ବିଶ୍ବାସ କରାଯାଏ। ହରିଦ୍ବାରରେ କୁମ୍ଭମେଳା ସେତେବେଳେ ହୁଏ ଯେତେବେଳେ ବୃହସ୍ପତି କୁମ୍ଭ ରାଶୀରେ ଏବଂ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି । ପ୍ରୟାଗରାଜରେ କୁମ୍ଭମେଳା ସେତେବେଳେ ଆୟୋଜନ ହୁଏ ଯେତେବେଳେ ବୃହସ୍ପତି ବୃଷ ରାଶୀରେ ଏବଂ ଚନ୍ଦ୍ର ଓ ସୂର୍ଯ୍ୟ ମକର ରାଶୀରେ ପ୍ରବେଶ କରନ୍ତି। ଆଉ ନାସିକ ଏବଂ ଉଜ୍ଜେନରେ ବୃହସ୍ପତି ସିଂହ ରାଶୀରେ ପ୍ରବେଶ କରିଲେ କୁମ୍ଭମେଳା ଅନୁଷ୍ଠିତ ହୁଏ। କୁମ୍ଭମେଳା ବ୍ୟତୀତ ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ମେଳା ମଧ୍ୟ ଆୟୋଜିତ ହୁଏ। ଯାହା ହରିଦ୍ବାର ଏବଂ ପ୍ରୟାଗରାଜରେ ହୋଇଥାଏ। ୨୦୧୯ରେ ପ୍ରୟାଗରାଜରେ ଏହା ଅନୁଷ୍ଠିତ ହୋଇଥିଲା।


କୁମ୍ଭମେଳାରେ କଣ ହୁଏ? କୁମ୍ଭମେଳାରେ ସାହିସ୍ନାନ ହୁଏ , ଗଙ୍ଗା ଆରତୀ ହୁଏ , ହୋମ ଯଜ୍ଞ ହୁଏ ଆଉ ତାସହିତ ପିଣ୍ଡ ଦାନ ମଧ୍ୟ କରାଯାଏ। ଏହି ମେଳାକୁ ଭିନ୍ନ ଭିନ୍ନ ମଠରୁ ଅନେକ ସାଧୁ ସନ୍ଥ ଆସନ୍ତି ,ଧାର୍ମିକ ବ୍ୟକ୍ତିତ୍ୱ ଆସନ୍ତି, ଭଜନ କୀର୍ତ୍ତନଠୁ ଆରମ୍ଭ କରି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସବୁ ରାଜ୍ୟରୁ ଲୋକେ ଆସି ନିଜ କଳା, ସଂସ୍କୃତିର ପ୍ରଦର୍ଶନ କରିଥାନ୍ତି।


ଅର୍ଥନୀତି ଉପରେ ଏହାର କଣ ପ୍ରଭାବ ପଡେ? କୁମ୍ଭମେଳାର ଗୁରୁତ୍ବ କେବଳ ଧାର୍ମିକ ଦୃଷ୍ଟିକୋଣରୁ ସୀମିତ ହୋଇରହିନାହିଁ ବରଂ ଅର୍ଥନୀତି ଦୃଷ୍ଟିକୋଣରୁ ମଧ୍ୟ ଏହା ଭାରତ ପାଇଁ ସମୃଦ୍ଧିର ସମୟ। କୁମ୍ଭମେଳା ସମୟରେ ଅନେକ ବେରୋଜଗାର ଲୋକଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ମିଳେ। ସ୍ଥାନୀୟ ବିକ୍ରେତାଙ୍କଠୁ ନେଇ ଛୋଟ ବଡ ଉଠା ଦୋକାନୀ ମଧ୍ୟ ବହୁତ ଲାଭବାନ ହୁଅନ୍ତି। ଏହି କିଛି ଦିନ ଭିତରେ ସେମାନେ ସେତିକି ରୋଜଗାର କରିଦିଅନ୍ତି ଯେତିକି ତାଙ୍କର ବର୍ଷକର ଆୟ ହୋଇଥାଏ। ତାସହିତ ଏହି ସମୟରେ ଲକ୍ଷ ଲକ୍ଷ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ଯାହାଦ୍ବାରା ଟ୍ରାଭେଲ ଇଣ୍ଡଷ୍ଟ୍ରିକୁ ବହୁତ ଲାଭ ହୁଏ। ଏହିସବୁ ଭାରତର ଅର୍ଥନୀତିକୁ ସୁଦୃଢ କରିଥାଏ। ସୂଚନା ଅନୁଯାୟୀ ୨୦୧୯ କୁମ୍ଭମେଳା ଆୟୋଜନ କରିବା ପାଇଁ ସରକାର ୪,୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଆୟ ହୋଇଥିଲା ୧ ଲକ୍ଷ ୨୦ ହଜାର କୋଟି।


ତେବେ ଚଳିତ ବର୍ଷର କୁମ୍ଭମେଳା ହେଉଛି ଏପର୍ଯ୍ୟନ୍ତର ସବୁଠାରୁ ବଡ କୁମ୍ଭମେଳା । ଏହା ସ୍ବତନ୍ତ୍ର କାରଣ କୁହାଯାଉଛି ଏହିଥର ମହାକୁମ୍ଭରେ ସୂର୍ଯ୍ୟ , ଚନ୍ଦ୍ର, ଶନି ଏବଂ ବୃହସ୍ପତି ଗ୍ରହର ଯେଉଁ ଶୁଭ ସ୍ଥିତି ସୃଷ୍ଟି ହୋଇଛି ତାହା ସମୁଦ୍ର ମନ୍ଥନ ସମୟରେ ମଧ୍ୟ ହୋଇଥିଲା, ସେଥିପାଇଁ ଏହା ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଉଛି।


ଅଧିକ ପଢନ୍ତୁ ଭାରତ ଖବର





Education Next Season 5
Sponsored
When was the first Mahakumbh? | Argus News