Videos
|
National

ଚଳିତବର୍ଷ କେବେ ଖୋଲିବ ବାବା କେଦାରନାଥଙ୍କ ଧାମ? ଚାଲନ୍ତୁ ଜାଣିବା

Ritu Das
Browse all articles by Ritu Das
·1 year ago·1 min read
ଚଳିତବର୍ଷ କେବେ ଖୋଲିବ ବାବା କେଦାରନାଥଙ୍କ ଧାମ? ଚାଲନ୍ତୁ ଜାଣିବା

ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୨ ତାରିଖରେ ଖୋଲିବ ବାବା କେଦାରନାଥଙ୍କ କବାଟ। ସକାଳ ୭ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ । ମହାଶିବରାତ୍ରି ପର୍ବ ଅବସରରେ, ଉଖିମଠର ଓଁକାରେଶ୍ୱର ମନ୍ଦିରର ଶୀତଦିନିଆ ପୂଜାସ୍ଥାନ ଦିନଟି ବାହାର କରାଯାଇଛି । ପବିତ୍ର ଶିବରାତ୍ରି ଅବସରରେ ଲୋକଙ୍କ ଗହଳି ଜମିଥିବା ବେଳେ ଏହି ଘୋଷଣା କରାଯାଇଛି।


ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ୟ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆପଣଙ୍କୁ କହି ରଖୁଛୁ ଯେ ପ୍ରତିବର୍ଷ ଶୀତ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠକୁ ପ୍ରସ୍ଥାନ କରେ । ଏହା ପରେ ପରବର୍ତ୍ତୀ 6 ମାସ ପାଇଁ, ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠରେ ପୂଜା କରାଯାଏ।