Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେବେ ଫେରିବେ ସୁନୀତା ?

National

କେବେ ଫେରିବେ ସୁନୀତା ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେବେ ଫେରିବେ ସୁନୀତା ?

ସୁନୀତା ଓ୍ବିଲିୟମସଙ୍କ ମହାକାଶରୁ ଫେରିବା ଆହୁରି ବିଳମ୍ବ ହେବ । ଗତକାଲି ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ହେବାକୁ ଥିବା ଫାଲକନ୍ 9 ରକେଟର ଉତକ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରାଯାଇଥିଲା । ନାସା ଓ ସ୍ପେସ୍ ଏକ୍ସ ପକ୍ଷରୁ ଏହି ମିଶନ ହାତକୁ ନିଆଯାଇଥିଲା । କିନ୍ତୁ ଉତକ୍ଷେପଣର ୪୫ ମିନିଟ ପୂର୍ବରୁ ବୈଷୟିକ କାରଣ ଦର୍ଶାଇ ମିଶନକୁ ସ୍ଥଗିତ ରଖାଯାଇଥିଲା ।


ସୁନୀତା ଓ୍ବିଲିୟମସ ଓ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ଗତ ଜୁନରୁ ମହାକାଶରେ ଫସି ରହିଛନ୍ତି । ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ତ୍ରୁଟି ଯୋଗୁଁ ସେମାନେ ପୃଥିବୀକୁ ଫେରି ପାରିନାହାନ୍ତି । ମାତ୍ର ୮ଦିନ ପାଇଁ ଦୁଇ ମହାକାଶଚାରୀ ଯାଇଥିଲେ ମଧ୍ୟ ୯ମାସରୁ ଅଧିକ ସମୟ ହେବ ସେମାନେ ସେଠାରେ ଅଟକିଛନ୍ତି ।କାହିଁକି ମହାକାଶରୁ ଫେରିପାରୁନାହାନ୍ତି ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସରୁ ଅଧିକ ଦିନ ହେଲା ମହାକାଶରେ ‍ଫସି ରହିଥିବା ସୁନୀତା ୱିଲିୟମ୍ସ ଓ ସାଥୀ ବଚ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ବିଳମ୍ବିତ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ଉଭୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉଭୟ ଜୁନ ୧୩ରେ ଫେରିବାର ଥିଲା। ଏହାପରେ ସୂଚନା ଦିଆଗଲା ଯେ ଫେବ୍ରୁଆରୀ ଫେରିବେ ପରେ ପରେ ମାର୍ଚ୍ଚ। ହେଲେ ବର୍ତ୍ତମାନ କେବେ ଫେରିବେ ସେନେଇ କୌଣସି ସୂଚନା ନାହିଁ। କିନ୍ତୁ ସେମାନେ ଯାଇଥିବା ବୋଇଂର ଷ୍ଟାରଲାଇନରରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଉଭୟ ସେହି ଠାରେ ହିଁ ଫସି ରହିଛନ୍ତି। ଦିନ ପରେ ଦିନ ଗଡୁଛି ହେଲେ ସୁନୀତା ଫେରିପାରୁନାହାନ୍ତି। ତାଙ୍କ ଫେରିବା ବାଟକୁ ସମସ୍ତଙ୍କ ଅପେକ୍ଷା।

Sponsored
when-will-nasa-astronaut-sunita-williams-return-to-earth-what-we | Argus News