TCS CEO କ୍ରିତିଭାସନଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ଅର୍ଗସ ବ୍ୟୁରୋ: ଏବେ ଜଣେ ଅଧିକାରୀଙ୍କ ନାଁ ଚର୍ଚ୍ଚା ହେଉଛି। ଯାହାଙ୍କ ଦରମା କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଗୋଟିଏ ବର୍ଷ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ବେତନ ପାଇଛନ୍ତି। ସେ ହେଲେ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ର ପରିଚାଳନା ନିର୍ଦ୍ଦେଶକ ତଥା କମ୍ପାନୀର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ (ସିଇଓ) କେ. କ୍ରିତିଭାସାନ।
କ୍ରିତିଭାସନ ଗତବର୍ଷ ଜୁନରେ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। କ୍ରିତିଭାସନ ୪କୋଟିରୁ ଅଧିକ ଟଙ୍କା ଦରମା ଭାବେ ବେତନ ପାଇଛନ୍ତି। ସବୁଠୁ ବଡ଼ କଥା ହେଲା କ୍ରିତିଭାସନଙ୍କୁ କେବଳ ୨୧ କୋଟି ଟଙ୍କାର କମିଶନ ମିଳିଛି। TCS କମ୍ପାନୀ ତାର କର୍ମଚାରୀଙ୍କୁ କାମ ତୁଳନାରେ ଅଧିକ ପାରିଶ୍ରମିକ ଦେଇଥାଏ। ଆଉ ସେଥିପାଇଁ ଏହି କମ୍ପାନୀରେ ଚାକିରି କରିବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି।
ଏହି କମ୍ପାନୀରେ ଜଣେ କର୍ମଚାରୀଙ୍କ ଦରମା ୬ଲକ୍ଷରୁ ଅଧିକ ଅଟୋ। ଏହି କମ୍ପାନୀରେ ୩୫.୬% ମହିଳା ଥିବାବେଳେ ଆଉ ୫୫% କର୍ମଚାରୀ ଅଫିସରେ ରହି କାମ କରୁଛନ୍ତି।
ପୂର୍ବତନ ସିଇଓ ରାଜେଶ ଗୋପୀନାଥନଙ୍କ ତୁଳନାରେ କ୍ରିତିବାସାନଙ୍କ ଦରମା ଟିକେ କମ୍, ଯିଏ FY23 ପାଇଁ 29.16 କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ।
ମେ' ମାସରେ ଅବସର ନେଇଥିବା ଟିସିଏସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ ଗଣପତି ସୁବ୍ରମଣ୍ୟମ୍ FY24 ରେ 26.18 କୋଟି ଟଙ୍କା ପାରିଶ୍ରମିକ ପାଇଛନ୍ତି। FY24 ରେ ସୁବ୍ରମଣ୍ୟମଙ୍କ ଦରମା 8.2 ପ୍ରତିଶତ ବୃଦ୍ଧି ପାଇଲା ଏବଂ ମଧ୍ୟମା ବେତନ ସହିତ ତାଙ୍କର ଅନୁପାତ 346.2 ରେ ରହିଲା।
ବାର୍ଷିକ ରିପୋର୍ଟ ଅନୁଯାୟୀ, FY24 ରେ କର୍ମଚାରୀଙ୍କ ମଧ୍ୟମା ବେତନରେ ଶତକଡ଼ା ବୃଦ୍ଧି ହେଉଛି 10.8 ପ୍ରତିଶତ। କମ୍ପାନୀର ରୋଲରେ 601,546 ସ୍ଥାୟୀ କର୍ମଚାରୀ ଅଛନ୍ତି। ଭାରତରେ ଟିସିଏସ୍ କର୍ମଚାରୀଙ୍କ ହାରାହାରି ବାର୍ଷିକ ଦରମା ବୃଦ୍ଧି 5.5 ପ୍ରତିଶତରୁ 8 ପ୍ରତିଶତ ମଧ୍ୟରେ ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର