Videos
|
National

କୁଆଡ଼େ ଗଲେ ରଣବୀର ଆଲ୍ଲହାବାଦିଆ ? ଫୋନ୍ ସ୍ୱିଚ୍ ଅଫ୍, ଘରେ ତାଲା

Ritu Das
Browse all articles by Ritu Das
·1 year ago·2 min read
କୁଆଡ଼େ ଗଲେ ରଣବୀର ଆଲ୍ଲହାବାଦିଆ ? ଫୋନ୍ ସ୍ୱିଚ୍ ଅଫ୍, ଘରେ ତାଲା

ଅଶ୍ଳୀଳ ମନ୍ତବ୍ୟ ଦେଇ ଦେଶରେ ଲଙ୍କାକାଣ୍ଡ ଘଟାଇଥିବା ୟୁଟ୍ୟୁବର ରଣବୀର ଆଲ୍ଲହାବାଦିଆ ଫେରାର ହୋଇ ଯାଇଛନ୍ତି! ଏପର୍ଯ୍ୟନ୍ତ ପୁଲିସ ତାଙ୍କର ପତା ପାଉ ନାହିଁ। ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ଦେଖାଉଥିବା ବେଳେ ଘରେ ତାଲା ପଡ଼ିଛି। ଏମିତିକି ଆଲ୍ଲାହବାଦିଆଙ୍କ ଓକିଲଙ୍କ ସହ ମଧ୍ୟ ସମ୍ପର୍କ ହୋଇପାରୁ ନାହିଁ ବୋଲି ମୁମ୍ବାଇ ପୁଲିସ କହିଛି । ୟୁଟ୍ୟୁବ ଶୋ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ମାବାପାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ମାମଲାରେ ତଦନ୍ତ ପାଇଁ ପୁଲିସ ପଚରାଉଚରା କରିବାକୁ ଡାକିଥିଲା। ହେଲେ ସେ ହାଜର ନ ହେବା ପରେ ଆଜି ପୁଣିଥରେ ତାଙ୍କୁ ମୁମ୍ବାଇର ଖର ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ କେଉଁଆଡ଼େ ଗାୟବ ହୋଇଯାଇଛନ୍ତି। ଆଲ୍ଲହାବାଦିଆଙ୍କ ବିରୋଧରେ ଏକାଧିକ ରାଜ୍ୟରେ ମାମଲା ରୁଜୁ ହୋଇଛି। ତେଣୁ କାଳେ ସେ ଗିରଫ ହୋଇଯିବେ ସେହି ଭୟରେ ସେ ସୁପ୍ରିମକୋର୍ଟରେ ଆଗୁଆ ଆବେଦନ କରିଥିଲେ। ସବୁ ମାମଲାଗୁଡ଼ିକ ଏକାଠି କରିବା ସହିତ ମାମଲାର ତୁରନ୍ତ ଶୁଣାଣି ପାଇଁ ସେ କୋର୍ଟରେ ଆବେଦନ କରିଥିଲେ।


ତା’ ସହିତ ଗିରଫ ଭୟରେ ଆଗୁଆ ଜାମିନ ବି ଆବେଦନ କରିଥିଲେ। ହେଲେ କୋର୍ଟ ଆଗୁଆ ଶୁଣାଣିକୁ ଖାରଜ କରିଦେଇଛନ୍ତି। ସମୟ ଅନୁସାରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେବେ ମାମଲାରେ ଗୌହାଟି ପୁଲିସର ଗିରଫ ଭୟ ରଣବୀରଙ୍କୁ ବେଶି ଡରାଉଛି। କାରଣ ତଦନ୍ତ ପାଇଁ ଗୌହାଟି ପୁଲିସ ମଧ୍ୟ ରଣବୀରଙ୍କୁ ସମନ କରିଛି। ଏବେ ଡିଲିଟ ହୋଇଥିବା ୟୁଟ୍ୟୁବ୍ ଶୋ'ରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ହେବା ଅଭିଯୋଗରେ ଆସାମ ପୋଲିସ ଆଲ୍ଲାବାଦିଆଙ୍କ ସମେତ ଅନ୍ୟ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। କେବଳ ଆସାମରେ ନୁହେଁ, ଏକାଧିକ ରାଜ୍ୟରେ ଏମାନଙ୍କ ବିରୋଧରେ ମାମଲା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଶ୍ଳୀଳ ମନ୍ତବ୍ୟ ବିବାଦ ସହିତ ଜଡିତ ଏଫଆଇଆର ଆଧାରରେ ମହାରାଷ୍ଟ୍ର ସାଇବର ସେଲ୍, ମୁମ୍ବାଇ ପୋଲିସ ଏବଂ ଆସାମ ପୋଲିସ ସମେତ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ରଣବୀର ଆଲ୍ଲାହାବାଦିଆ ଏବଂ ଅନ୍ୟ ୨୯ ଜଣଙ୍କୁ ସମନ ଜାରି କରିଛନ୍ତି। ମାମଲାରେ ମୁମ୍ବାଇ ପୋଲିସ ପୂର୍ବରୁ ଅପୂର୍ବା ମଖିଜା ଏବଂ ଆଶିଷ ଚଞ୍ଚଲାନିଙ୍କ ବୟାନ ରେକର୍ଡ କରିସାରିଛି। ଅଶ୍ଳୀଳ ମନ୍ତବ୍ୟ ଯୋଗୁ ବିବାଦ ଆରମ୍ଭ ହେବା ପରଠାରୁ ଫେବୃଆରୀ ୧୦ ରୁ ଫେବୃଆରୀ ୧୨ ମଧ୍ୟରେ ତିନି ଦିନରେ ଆଲ୍ଲାହାବାଦିଆଙ୍କ 'BeerBiceps ନାମକ ୟୁଟ୍ୟୁବ୍ ଆକାଉଣ୍ଟ ୯୦,୦୦୦ ସବସ୍କ୍ରାଇବର୍ ହରାଇଛି। ସମାନ ସମୟ ମଧ୍ୟରେ, ତାଙ୍କର ଅନ୍ୟ ୟୁଟ୍ୟୁବ୍ ଆକାଉଣ୍ଟକୁ ପ୍ରାୟ ୧ ଲକ୍ଷ ସବସ୍କ୍ରାଇବର୍ ଅନସବ୍ସକ୍ରାଇବ୍ କରିଦେଇଛନ୍ତି। ଏନେଇ ଆନାଲିଟିକ୍ସ ଟୋଲ୍ ସୋସିଆଲ ବ୍ଲେଡ୍ ରିପୋର୍ଟ ଦେଇଛି।

Where did Ranbir Allahabadi go? Phone switched off, house locked | Argus News