କୁଆଡେ ଗଲା କଂଗ୍ରେସ ବଳ !

ଅଗର୍ସ ବ୍ୟୁରୋ:ଖସୁଛି ହାତ ବଳ, କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦିଶୁଛି ଜଳଜଳ ।ନିର୍ବାଚନ ସରିଛି ୯ରୁ ୧୪ରେ ପହଞ୍ଜିଛି କଂଗ୍ରେସ। ପୂର୍ବ ବିଧାନସଭା ଅପେକ୍ଷା ସଂଖ୍ୟା ବି ବଢିଛି,ମାତ୍ର ଏକାଠି ହୋଇପାରୁନାହାନ୍ତି ହାତ ନେତାଏ, ମିଟିଂ ହେଉଛି କିଛି ନେତାଏ ଉପସ୍ଥିତି ଜାହିର କରୁଛନ୍ତି,ଆଉ କିଛି ବରିଷ୍ଠ ନେତାଙ୍କ ମିଳୁନି ଦେଖା। କଂଗ୍ରେସ ଦଳରେ କ୍ଷମତା ପାଇଁ ଗୋଷ୍ଠୀ କନ୍ଦଳ ଦିଶୁଛି ଜଳଜଳ।
ସରିଛି ନିର୍ବାଚନ ଫଳାଫଳ ମଧ୍ୟ ଆସିବାର ପାଖାପାଖି ୨ମାସ ବିତିଲାଣି। ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳର ନେତା ଚୟନରେ ହେଉଛି ବିଳମ୍ବ,ଦଳ ଭିତରେ ଏହାକୁ ନେଇ ଆରମ୍ଭ ହୋଇଛି ଜଳ୍ପନାଜଳ୍ପନା। ନିର୍ବାଚନ ସରିଛି ଫଳାଫଳ ମଧ୍ୟ ଆସିବାର ପାଖାପାଖି ୨ମାସ ବିତିଲାଣି। କହିବାକୁ ଗଲେ ଗୋଷ୍ଠୀ କନ୍ଦଳ ଛାଡୁନି କଂଗ୍ରେସର ପିଛା।
📱 Get Argus News App
✨ଚର୍ଚ୍ଚା ହେଉଛି କଂଗ୍ରେସ ଶିବିର ଦୁଇ ଭାଗ ହୋଇଛି। କିଛି ନେତା ଚାହୁଁଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାବାହିନୀପତି ବିଧାୟକ ଦଳର ନେତା ହୁଅନ୍ତୁ,ଅନ୍ୟ ଏକ ଗୋଷ୍ଠୀ ଚାହୁଁଛନ୍ତି ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପାଇଁ ଜୋରଦାର ଲଵି କରୁଛନ୍ତି। ହାତ ରାଜନୀତି କଂଗ୍ରେସ ଭବନରୁ ଯାଇ ଦିଲ୍ଲୀରେ ଦରବାରରେ ପହଞ୍ଜିଛି। ଏପଟେ ଶରତ ପଟ୍ଟନାୟକ,ସପ୍ତଗିରି ଉଲାକାଙ୍କ ସମେତ କିଛି ବିଧାୟକ ଗୋଟିଏ ଗୋଷ୍ଠୀରେ ଥିବାବେଳେବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ତାରାବାହିନୀପତି ପ୍ରମୁଖ ଗୋଟିଏ ଗୋଷ୍ଠୀରେ ରହିଛନ୍ତି।
ଯେତେବେଳେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ,କିନ୍ତୁ ଜୟଦେବ କି ନିରଞ୍ଜନଙ୍କସ ଦେଖାନଥିଲା,ଯେଉଁଠି କଂଗ୍ରେସ ନେତାଏ ଏକାଠି ହୋଇପାରୁ ନାହାନ୍ତି ସେଠି ସରକାରଙ୍କୁ ଘେରିବା କଣ?। ସେ ପଞ୍ଚାୟତ ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ସବୁକ୍ଷେତ୍ରରେ ଦଳ କିନ୍ତୁ ଆଶା ଅନୁସାରେ ଭଲପ୍ରଦର୍ଶନ କରୁନାହି। କେମିତି ହାତ ନେତାଙ୍କୁ ଏକାଠି କରିବେ ଦଳର ସୁପ୍ରିମୋ। ଦୂର ହେବ ତ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ,କେଉଁ ଫର୍ମୁଲାରେ ବିଧାୟକ ଦଳର ନେତା ଚୟନ କରିବ ଏଆଇସିସ