Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କେଉଁଠି ଅଛି

National

ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କେଉଁଠି ଅଛି

Rashmita Mishra
Browse all articles by Rashmita Mishra
·1 year ago·1 min read
ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କେଉଁଠି ଅଛି

ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମ ଅନୁଯାୟୀ ବାର ମାସରେ ତେର ପର୍ବ  ଆସିଥାଏ । କିଛି ପର୍ବ ପର୍ବଣୀ ଆସିଲେ ଆମେ ମାନେ ମନ୍ଦିର ଯାଇଥଉ। ବର୍ତ୍ତମାନ ସବୁ ଜାଗାରେ ଅନେକ ପ୍ରକାରର ମନ୍ଦିର ଅଛି କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କଉଁଠି ଅଛି । 

ବିହାରର ମାତା ମୁଣ୍ଡେଶ୍ଵରୀଙ୍କ ମନ୍ଦିର ଦୁନିଆର ସବୁଠାରୁ ପୂରାତନ ମନ୍ଦିର ଅଟେ । ମନ୍ଦିରରୁ ମିଳିଥିବା ଏକ ପଥର ଖଣ୍ଡକୁ ଦେଖି ଯାହା ଅନୁମାନ କରାଯାଇଛି ସେହି ପଥରଟି ୩୮୯ ଖ୍ରୀ.ପୂ ପୁରୁଣା ପଥର ।ଏହି ମନ୍ଦିରଟି ବିହାରର  କୋମୁର ଜିଲ୍ଲାରେ ଅବସ୍ତିତ ।

ମିଳିଥିବା ପଥର ଖଣ୍ଡରେ ସଫା ସଫା ଲେଖାଯାଇଛି କି ମନ୍ଦିରରେ ରହିଥିବା ମୂର୍ତ୍ତୀ ଉତ୍ତର ଗୁପ୍ତ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଏହି ମନ୍ଦିରରକୁ ବହୁତ ରହସ୍ୟମୟ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିରର ପରିସର ଭିତରେ ଗୋଟେ ପଚଂମୁଖି ଶିବ ଲିଙ୍ଗ ଅଛି ଯାହାକି ଦିନରେ ୩ଥର ତାର ରଙ୍ଗ ବଦଳାଉଛି । ଆହୁରି ମଧ୍ୟ କୁହାଯାଏ କି ସେଠାରେ ରକ୍ତ ବାହାର ନକରି ବଳି ଦିଆଯାଇଥାଏ । ଖାଲି ସେତିକି ରହସ୍ୟ ନୁହେଁ ସେଠାରେ ଚଣ୍ଡ, ମଣ୍ଡ ନାମକ ଅଶୁର ରହିଥାଏ ଯେଉଁମାନେକି ଲୋକ ମାନଙ୍କର ହିତ କାମନା କରିଥାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାତା ଭବାନୀ ପୂଥିବୀ ତାଙ୍କୁ ମାରିବା ପାଇଁ ପାହାଡ ଉପରକୁ ଆସିଥିଲେ ,ସେବେ ଠାରୁ ସେଇ ଜାଗା ମୁଣ୍ଡେଶ୍ଵରୀ ଦେବୀଙ୍କ ନାମରେ ପ୍ରସିଦ୍ଧି ଲାଭ କରିଛି । 
 

Sponsored
where-is-oldest-hindu-temple | Argus News