Famous Lakes / ରହସ୍ୟ ହ୍ରଦ, ତାଳି ମାରିଲେ ଉତ୍ତର ଦେଉଛି ପାଣି
·7 months ago·2 min read

Key Points
ରହସ୍ୟ ଘେରରେ ଏହି ହ୍ରଦ
ପ୍ରଶ୍ନର ଉତ୍ତର ଦିଏ ପାଣି
ପ୍ରଶ୍ନର ଉତ୍ତର ଦିଏ ପାଣି
ବେଳେବେଳେ ଏମିତି ଜାଗାକୁ ଯିବାକୁ ଇଛା ହୁଏ, ଯେଉଁଠି ଆପଣ ନିରବରେ କାହାକୁ ପ୍ରଶ୍ନ ପଚାରୁଥିବେ ଆଉ ଆପଣ ଶୁନ୍ୟରୁ ଉତ୍ତର ପାଉଥିବେ। ଏମିତି ଏକ ସ୍ଥାନ ରହିଛି ଭାରତରେ। ଆପଣ ଅନେକ ହ୍ରଦ ଦେଖିଥିବେ କିନ୍ତୁ କେବେ ଏମିତି ହ୍ରଦ ଦେଖିଛନ୍ତି ଯାହା ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଥିବ। ଆଜ୍ଞା ହଁ, ଏମିତି ଏକ ହ୍ରଦ ରହିଛି ଯେଉଁଠି ଆପଣ ପ୍ରଶ୍ନ ପଚାରିବା କ୍ଷଣି ପାଣି ଦେବ ଉତ୍ତର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଉତ୍ତରାଖଣ୍ଡ ଭୂମି ଅଗଣିତ ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୁର୍ଣ୍ଣ । ଏହାର ଉପତ୍ୟକାରେ ଅବସ୍ଥିତ ହ୍ରଦ ଏବଂ ପରିବେଶ କେବଳ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ସେମାନଙ୍କର ଅନନ୍ୟ ବୈଶିଷ୍ଟ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ। ଏଥିମଧ୍ୟରୁ ଗୋଟିଏ ହେଉଛି ଉତ୍ତରକାଶୀ ଜିଲ୍ଲାର ମଙ୍ଗଲାଛୁ ହ୍ରଦ, ଯାହାକୁ ” କହୁଥିବା ହ୍ରଦ” ବା “ତାଳି ମାରିବା ହ୍ରଦ” ମଧ୍ୟ କୁହାଯାଏ ।
ମଙ୍ଗଳାଛୁ ହ୍ରଦରେ ପହଞ୍ଚିବା ପାଇଁ, ଉତ୍ତରକାଶୀରୁ ଭାଟୱାଡି ଏବଂ ତା’ପରେ ସଙ୍ଗମଚଟି ଦେଇ ପଦଯାତ୍ରା କରିବାକୁ ପଡିବ। ଏହି ରାସ୍ତା ଘନ ଜଙ୍ଗଲ ଦେଇ ଯାଇଥାଏ। ଏହା ଟ୍ରେକର୍ସଙ୍କ ପାଇଁ ଏକ ଚମତ୍କାର ଅଭିଜ୍ଞତା । ପଥରେ ବରଫ ଆଚ୍ଛାଦିତ ହିମାଳୟ ଶିଖର ଏବଂ ଅସ୍ପୃଶ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ ।ମଙ୍ଗଳାଛୁ ହ୍ରଦ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଭାଟୱାଡି ବ୍ଲକରେ ଅବସ୍ଥିତ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ହ୍ରଦ ଘନ ଜଙ୍ଗଲ ଏବଂ ନରମ ଘାସ ମଧ୍ୟରେ ସତେ ଯେପରି ଲୁଚି ରହିଥାଏ। ପର୍ଯ୍ୟଟନ ଦୃଷ୍ଟିକୋଣରୁ, ଏହି ଅଞ୍ଚଳ ଏବେ ବି ବହୁତ ଶାନ୍ତିପୂର୍ଣ୍ଣ । ଯେଉଁଠି ପ୍ରକୃତି ତା’ର ପବିତ୍ର ରୂପ ଦେଖାଇଥାଏ ।
ସ୍ଥାନୀୟ ଭାଷାରେ, ‘ମଙ୍ଗଳା’ର ଅର୍ଥ ‘ସୁଖ’ ବା ‘ଶୁଭ’, ଏବଂ ‘ଚୁ’ର ଅର୍ଥ ‘ଜଳ’। ସ୍ଥାନୀୟ ଲୋକମାନେ ଏହାକୁ ଏକ ପବିତ୍ର ସ୍ଥାନ ବୋଲି ମାନିଥାନ୍ତି। ବିଶ୍ୱାସ କରାଯାଏ ଯେ ସୋମେଶ୍ୱର ଦେବଙ୍କ ପାଲିଙ୍କି ହିମାଚଳ ପ୍ରଦେଶର କୁଲୁରୁ ଏଠାକୁ ଅଣାଯାଇଥିଲା ଏବଂ ସେଠାରେ ତାଙ୍କୁ ସ୍ନାନ କରାଯାଇଥିଲା। ସେବେଠାରୁ, ଏହି ସ୍ଥାନ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁତ ପବିତ୍ର ଏବଂ ପୂଜ୍ୟ ହୋଇଆସିଛି। ଗ୍ରାମବାସୀମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଯଦି କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବର୍ଷାର ଅଭାବ ଥାଏ, ତେବେ ସେମାନେ ଏଠାରେ ପୂଜା କରନ୍ତି । ଏବଂ ଏହାପରେ ସେଠାରେ ବର୍ଷା ହୁଏ ।
ଏଥିସହ ପଢ଼ନ୍ତୁ: ସ୍ୱାମୀ କହିଲେ, 'ମୋ ସ୍ତ୍ରୀକୁ ଗୁଣିଗାରେଡି କରି ମାରିଦେଲେ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ହ୍ରଦର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର “ପ୍ରତିକ୍ରିୟା ଦେବା”। ହ୍ରଦ ପାଖରେ ଠିଆ ହୋଇ କେହି ତାଳି ବା ସିଟି ମାରିବା ମାତ୍ରେ, ସ୍ଥିର ଜଳ ଭିତରୁ ବୁଦବୁଦ ହୋଇ ଛୋଟ ଛୋଟ ବବଲ୍ ଉଠିବା ଆରମ୍ଭ କରେ। ଏପରି ଲାଗେ ଯେମିତି ହ୍ରଦଟି ଆପଣଙ୍କ ଶବ୍ଦରେ ପ୍ରତିକ୍ରିୟା ଦେଉଛି। ଶବ୍ଦ ଯେତେ ଜୋରରେ ହୁଏ, ବବଲ୍ ଗୁଡ଼ିକ ସେତେ ଦ୍ରୁତ ଗତିରେ ଦେଖାଯାଆନ୍ତି। ତେଣୁ ଏକାଠି ଧାଇଁ ଆସିଥାନ୍ତି ଅନେକ ପର୍ଯ୍ୟଟକ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories