Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

  ଜାଣନ୍ତୁ କେଉଁ ଆଙ୍ଗୁଠିରେ  କେଉଁ ଧାତୁ ମୁଦି ପିନ୍ଧିଲେ ଭାଗ୍ୟ ଚମକିବ

Manini Pattanayak
Browse all articles by Manini Pattanayak
·2 years ago·2 min read
  ଜାଣନ୍ତୁ କେଉଁ ଆଙ୍ଗୁଠିରେ  କେଉଁ ଧାତୁ ମୁଦି ପିନ୍ଧିଲେ ଭାଗ୍ୟ ଚମକିବ

ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ର ଅନୁସାରେ  ଆଙ୍ଗୁଠିରେ  ରତ୍ନ  ପିନ୍ଧିବା ଦ୍ୱାରା ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ।   କିଛି ଲୋକଙ୍କୁ  ରତ୍ନ ଏବଂ ଧାତୁ ରେ ଗଢା ହୋଇଥିବା  ମୁଦି ଧାରଣ କରିବାର  ବହୁତ ଶୌକ ଥାଏ।   ତେବେ  ରାଶୀରେ ଗ୍ରହମାନଙ୍କ ସ୍ଥିତି ଅନୁସାରେ  ରତ୍ନକୁ ଧାରଣ କରିବା  ଉଚିତ୍‌।  ଅଧିକାଂଶ ଲୋକ  ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି।  କିନ୍ତୁ  ସୁନା ସମସ୍ତଙ୍କୁ ସୁଟ୍‌ କରିନଥାଏ। ସୁନା ସୁଟ୍‌ ନକରିବା ଦ୍ୱାରାବ୍ୟକ୍ତିଙ୍କୁ ଜୀବନରେ ଅନେକ କଷ୍ଟ ଉଠାଇବାକୁ ପଡିଥାଏ।  

 କେଉଁ ଆଙ୍ଗୁଠିରେ  ସୁନା ମୁଦି ନ ପିନ୍ଧିବେ ? 

 ଜ୍ୟୋତିଷଶାସ୍ତ୍ର ଅନୁସାରେ  ତର୍ଜନୀ ଆଙ୍ଗୁଠିରେ  ସୁନା ପିନ୍ଧିବା  ଦ୍ୱାରା ଶୁଖ-ସମୃଦ୍ଧି ଆସିଥାଏ। ତର୍ଜନୀ ଆଙ୍ଗୁଠିରେ  ସୁନା ଧାରଣ କରିବା  ଶୁଭ ମନେକରାଯାଇଥାଏ।  ଏହାକୁ ସୁଖ, ଶାନ୍ତି ଏବଂ ବିକାଶର କାରକ ମନେକରାଯାଇଥାଏ।  ଜ୍ୟୋତିଷଶାସ୍ତ୍ର ଅନୁସାରେ  ମଧ୍ୟମା ଆଙ୍ଗୁଠିରେ  ଲୁହାର ମୁଦି ପିନ୍ଧିବାକୁ କୁହାଯାଇଥାଏ।  ସେହିପରି ଭୁଲରେ ମଧ୍ୟ ମଧ୍ୟମା ଆଙ୍ଗୁଠିରେ  ସୁନା ମୁଦି ଧାରଣ କରନ୍ତୁ ନାହିଁ।  କୁହାଯାଏ ଯେ, ମଧ୍ୟମା ଆଙ୍ଗୁଠିରେ  ସୁନାର ମୁଦି ପିନ୍ଧିବା ଦ୍ୱାରା  ନକାରାତ୍ମକତା ବଢିଥାଏ।  ଜ୍ୟୋତିଷଶାସ୍ତ୍ର ଅନୁସାରେ  ଅନାମିକା  ଆଙ୍ଗୁଠିରେ  ଅର୍ଥାତ୍‌  ରିଙ୍ଗ ଫିଙ୍ଗରରେ ତମ୍ଭାର ମୁଦି ପିନ୍ଧିବାକୁ କୁହାଯାଇଥାଏ। ରିଙ୍ଗ ଫିଙ୍ଗର ସଂଯୋଗ  ସୂର୍ଯ୍ୟଙ୍କ ସହ ରହିଥାଏ।  ତମ୍ବା  ସୂର୍ଯ୍ୟ ଦେବଙ୍କ  ଧାତୁ ଅଟେ।  ସେଥିପାଇଁ ରିଙ୍ଗ ଫିଙ୍ଗରରେ ତମ୍ବାର ମୁଦି ପିନ୍ଧିରେ ଲାଭ ମିଳିଥାଏ।  ଜ୍ୟୋତିଷଶାସ୍ତ୍ର ଅନୁସାରେ  କନିଷ୍ଠ ଆଙ୍ଗୁଠିରେ ଚାନ୍ଦୀର ମୁଦି  ପିନ୍ଧିବା ଦ୍ୱାରା ବହୁତ ଲାଭ ହୋଇଥାଏ।  କୁହାଯାଇଥାଏ  କାଣି ଆଙ୍ଗଠିରେ ଚାନ୍ଦୀର ମୁଦି ପିନ୍ଧିବା ଦ୍ୱାରା  ଦୁଃଖ ଦୁର ହୋଇଥାଏ।  ଏଥିସହିତ ରାଗ କମ ଆସିବା ସହ ବୈବାହିକ  ଜୀବନ ମଧ୍ୟ ଶୁଖମୟ ହୋଇଥାଏ।  ଜ୍ୟୋତିଷଶାସ୍ତ୍ର ଅନୁସାରେ  ଯଦି ଜୀବନରେ  ଦୁଃଖ ଲାଗି ରହୁଛି,  ଶାନ୍ତି ନାହିଁ ତେବେ କାଣି ଆଙ୍ଗୁଠିରେ ଚାନ୍ଦୀ ଏବଂ ପ୍ଲାଟିନମର ମୁଦି ଧାରଣ କରିବାର  କୁହାଯାଇଥାଏ।  ଚାନ୍ଦୀ ଏବଂ ପ୍ଲାଟିନମ ମୁଦିରେ ହୀରା ମଧ୍ୟ ଯୋଗ କରିପାରିବେ।   କୁହାଯାଇଥାଏ  ଆଙ୍ଗୁଠୀରେ  ଚାନ୍ଦୀ ଏବଂ ଫ୍ଲାଟିନମ ର ମୁଦି ଧାରଣ କରିବା ଦ୍ୱାରା  ବ୍ୟକ୍ତିକୁ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

Sponsored
which people should not wear gold even by mistake otherwise there will be huge loss astrology warns | Argus News