ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍

କଥାରେ ଅଛି ମା' ଥିଲେ ଦୁନିଆର କୌଣସି ଖରାପ ଶକ୍ତି ତୁମକୁ ଛୁଇଁପାରିବନି। ମା’ ଥିଲେ ପିଲା ଉପରେ କୌଣସି ବିପଦ ଆସି ନ ଥାଏ। ସେ ପିଲାର ସବୁ ଆବଶ୍ୟକତାକୁ ବୁଝିଥାଏ ଏବଂ ପୂରଣ କରିଥାଏ। ହେଲେ ଏମିତି କରିବା ବେଳେ କେବେ କେବେ ସେ ଅସୁବିଧାରେ ପଡ଼ିଯାଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ମହିଳା ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଷ୍ଟେଶନରେ ଓହ୍ଲାଇ ପିଲା ପାଇଁ କ୍ଷୀର ନେବାକୁ ଯାଇଛନ୍ତି। ସେ ଫେରିବା ବେଳକୁ ଟ୍ରେନ୍ଟି ଛାଡ଼ି ଦେଉଛି। ସେ ଚିନ୍ତାରେ ପଡ଼ି ଯାଉଛନ୍ତି।
ଏପରିକି ଚଳନ୍ତା ଟ୍ରେନ୍ ପଛରେ ଦୌଡ଼ୁଛନ୍ତି। ଏହି ସମୟରେ ଟ୍ରେନ୍ ଗାର୍ଡ ଭଗବାନଙ୍କ ଦୂତ ଭଳି ଆସି ମହିଳାଙ୍କୁ ତାଙ୍କ ଅସୁବିଧା ବିଷୟରେ ପଚାରିଥିଲେ। ମହିଳାଜଣଙ୍କ ନିଜର ସମସ୍ୟା କହିବା ପରେ ଗାର୍ଡ ଟ୍ରେନ୍ ରୋକିଥିଲେ। ପରେ ମହିଳାଜଣଙ୍କ ଖୁସିରେ ଟ୍ରେନ୍ରେ ଚଢ଼ିଥିଲେ। ଏକ୍ସରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ଏପର୍ଯ୍ୟନ୍ତ ୧.୩ ମିଲିୟନ ଲୋକେ ଏହାକୁ ଦେଖି ସାରିଛନ୍ତି। ଏଥିରେ ଲୋକେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।