Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / କେମିତି ଓ କିଏ ଡାକ୍ତରଙ୍କୁ କରିଥିଲା ଏକାଠି ? କାହାର ଥିଲା ମାଷ୍ଟର ମାଇଣ୍ଡ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କେମିତି ଓ କିଏ ଡାକ୍ତରଙ୍କୁ କରିଥିଲା ଏକାଠି ? କାହାର ଥିଲା ମାଷ୍ଟର ମାଇଣ୍ଡ...

Key Points

ଦିଲ୍ଲୀକୁ ଦୋହଲାଇ ଦେବାକୁ କରିଥିଲେ ବଡ଼ ଷଡ଼ଯନ୍ତ୍ର ।
ପୁଲୱାମାରୁ ଫରିଦାବାଦ ।
ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ ।

ଦିଲ୍ଲୀ ବିସ୍ଫୋରଣରେ ଡାକ୍ତର ବ୍ରିଗେଡ । ଏମାନେ ସେହି ଡାକ୍ତର ବ୍ରିଗେଡ୍ ଯେଉଁମାନେ ଜୀବନ ବଞ୍ଚାଇବାର ଶପଥ ନିଅନ୍ତି। ଯେଉଁମାନଙ୍କୁ ଭଗବାନ ତୁଲ୍ୟ ବୋଲି କୁହାଯାଏ । କିନ୍ତୁ ଦିଲ୍ଲୀ ବିସ୍ଫୋରଣ ପ୍ରମାଣିତ କଲା, ଡାକ୍ତର ରୂପରେ ଏମାନେ ଭଗବାନ ନୁହନ୍ତି, ସୈତାନ । ଯେଉଁମାନେ ଆତଙ୍କବାଦୀ ଷଡଯନ୍ତ୍ର କରନ୍ତି, ରକ୍ତପାତ କରିବାକୁ ମଡ୍ୟୁଲ ପ୍ରସ୍ତୁତ କରନ୍ତି। ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ କାରରେ ବସିଥିବା ଡାକ୍ତର ଉମର ମହମ୍ମଦ, ଆତଙ୍କୀ ଟିମର ଥିଲା ମାଷ୍ଟର ମାଇଣ୍ଡ ।

ଦିଲ୍ଲୀକୁ ଦୋହଲାଇବାକୁ ବଡ଼ ଷଡ଼ଯନ୍ତ୍ର

ଦିଲ୍ଲୀକୁ ଦୋହଲାଇ ଦେବାକୁ କରିଥିଲେ ବଡ଼ ଷଡ଼ଯନ୍ତ୍ର । ପୁଲୱାମାରୁ ଫରିଦାବାଦ । ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ । ଦିଲ୍ଲୀ ବିସ୍ଫୋରଣର ଡାକ୍ତର ମଡ୍ୟୁଲ। ତୁର୍କୀରୁ ମିଳୁଥିଲା ଆଦେଶ । ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ଥିଲା ଡାକ୍ତର ଉମର। ଇଏ ସେହି ଉମର ଯିଏ କାଶ୍ମୀରର ପୁଲୱାମାରୁ ବାହାରି ଫରିଦାବାଦରେ ଛିଡ଼ା କଲା ଆତଙ୍କର ଡାକ୍ତର ମଡ୍ୟୁଲ।

ଡାକ୍ତର କନେକ୍ସନ୍

ଆତଙ୍କୀ ମଡ୍ୟୁଲରେ ଡାକ୍ତର ଉମର ପୁଲୱାମାର ଡାକ୍ତର ମୁଜମ୍ମିଲ, ଡାକ୍ତର ସଜ୍ଜାଦ, ନଦିଗାମର ଡାକ୍ତର ହମିଜ ଫୟାଦ, ଚିତ୍ରଗାମର ଡାକ୍ତର ୟୁସୁଫ ଫଲାହି ଓ ଲକ୍ଷ୍ନୌର ଡାକ୍ତର ସାହିନ ସାହିଦଙ୍କୁ ସାମିଲ କଲା। ଏମାନଙ୍କ ସହ ଆଜମଗଡ଼ର ଡାକ୍ତର ପରଭେଜ ଅନସାରୀ, ସାହାରନପୁରର ଡାକ୍ତର ଅଦିଲକୁ ବି ଯୋଡ଼ିଲା। ସ୍ପଷ୍ଟ ଭାବେ କୁହାଯାଇପାରେ ଆତଙ୍କର ସର୍ବଭାରତୀୟ ମଡ୍ୟୁଲ ଗଠନ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।

କାରରୁ ମିଳିଲା ବନ୍ଧୁକ

ଫରିଦାବାଦରୁ ଗିରଫ ଡାକ୍ତର ସାହିନର କାରରୁ ଆସଲ୍ଟ ରାଇଫଲ୍, ପିସ୍ତଲ ଓ କାରତୁସ ବି ମିଳିଥିଲା। ଏବେ ତାର ଭାଇ ଡାକ୍ତର ପରଭେଜ ଅନସାରୀକୁ ଧରାଗଲା, ଯାହା ପାଖରୁ ୬ଟି ଫୋନ୍ ମିଳିଛି, ଏଥିରେ ଗୋଟିଏ ଇଣ୍ଟରନ୍ୟାସନାଲ୍ କାର୍ଡ ଓ ସିକ୍ରେଟ୍ ଡିସ୍କ ବି ଜବତ ହୋଇଛି । ସେ ତୁର୍କୀ ଯାଇଥିଲା । ସେ ଲଗାତାର ତୁର୍କୀର ହ୍ୟାଣ୍ଡଲର ସହ ଯୋଗାଯୋଗରେ ଥିଲା । ସେ ଟେଲିଗ୍ରାମ ଗ୍ରୁପ୍ ସହ ଯୋଡ଼ି ହୋଇଥିଲା । ପାକିସ୍ତାନ ସହ ତୁର୍କୀରେ ଥିଲେ ତାର ହ୍ୟାଣ୍ଡଲର ।

ଆତଙ୍କୀ ଲିଙ୍କ୍

ପରଭେଜ ସହ ଆତଙ୍କର ଲକ୍ଷ୍ନୌ ମଡେଲକୁ ନେଇ ହୋଇଛି ବହୁ ଖୁଲାସା। ଡାକ୍ତର ପରଭେଜ ଅନସାରୀ ୬ଟି ଫୋନ୍ ମାଧ୍ୟମରେ ବିଦେଶ ସହ ଲିଙ୍କରେ ଥିଲା। ତା ପାଖରେ ଇଣ୍ଟରନ୍ୟାସନାଲ ସିମ୍ ଥିବା କଥା କୁହାଯାଉଛି। ଘରୁ ବାହାରେ ସେ ଥିଲା ଜଣେ ସିରିୟସ ଡାକ୍ତର, ଲୋକଙ୍କ ସହ ଅଧିକ କଥା ହେଉନଥିଲା।
ଆତଙ୍କର ଡାକ୍ତର ବ୍ରିଗେଡ୍‌ର କେନ୍ଦ୍ର ସ୍ଥଳ ପାଲଟିଥିଲା ଦିଲ୍ଲୀ ନିକଟସ୍ଥ ଫରିଦାବାଦର ଅଲଫଲାହ ୟୁନିଭର୍ସିଟି ଯେଉଁଠି ଉମର ପଢାଉଥିଲା, ସାହିନ ଓ ମୁଜାମ୍ମିଲ ବି ସେହିଠାରେ ହିଁ କାମ କରୁଥିଲେ।

ଡାକ୍ତରଙ୍କ ଲକରରୁ AK47

ଡାକ୍ତର ମୁଜାମ୍ମିଲକୁ ସୁରକ୍ଷା ଏଜେନ୍ସି ବିସ୍ଫୋରଣ ପୂର୍ବରୁ ହିଁ ଫରିଦାବାଦର ଅଲଫଲାହ ମେଡିକାଲ କଲେଜରୁ ଗିରଫ କରାଯାଇଥିଲା। ତା କହିବା ଅନୁସାରେ ୨୯୦୦ କିଲୋ ବିସ୍ଫୋରକ ଜବତ ହୋଇଥିଲା। ଉମର ଆତଙ୍କୀ ଟିମର ଡାକ୍ତର ଅଦିଲକୁ ସାହରନପୁରରୁ ଗିରଫ କରାଗଲା। ଯେଉଁଠାରେ ସିନିୟର ରେସିଡେଣ୍ଟ ଥିଲା। ଅଦିଲର କହିବା ଅନୁସାରେ ଶ୍ରୀନଗରରେ ଡାକ୍ତରଙ୍କ ଲକରରୁ AK-47 ମିଳିଲା। ପୁରା ନେଟୱର୍କର ଖୁଲାସା ଏକ ପୋଷ୍ଟରରୁ ହେଲା। ୧୯ ଅକ୍ବୋଟରରୁ ତଦନ୍ତକାରୀ ଏଜେନ୍ସିକୁ କାଶ୍ମୀରରେ ଜୈସର ଏକ ପୋଷ୍ଟର ମିଳିଥିଲା। ପୋଷ୍ଟରର ତଦନ୍ତ କରୁ କରୁ ପୋଲିସ ମୌଲବୀ ଇରଫାନ ନିକଟରେ ପହଞ୍ଚିଥିଲା। ତାର ଗିରଫଦାରୀ ପରେ ଡାକ୍ତର ମଡ୍ୟୁଲର ଖୁଲାସା ହୋଇଥିଲା। ଯାହାକୁ ସୁରକ୍ଷା ବାହିନୀ ହ୍ବାଇଟ୍ କଲର ଟେରର ନାଁ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast | Who are the doctors behind Delhi Red Fort blast; all you need to know | Argus News