Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ram Mandir / କିଏ ଏହି ଅହଦ୍ ଶେଖ ? କାହିଁକି ଯାଇଥିଲେ ମନ୍ଦିର... ଥିଲା କି କିଛି ବଡ଼ ପ୍ଲାନ

Rashmita Mishra
Browse all articles by Rashmita Mishra
·6 months ago·2 min read
କିଏ ଏହି ଅହଦ୍ ଶେଖ ? କାହିଁକି ଯାଇଥିଲେ ମନ୍ଦିର... ଥିଲା କି କିଛି ବଡ଼ ପ୍ଲାନ
Ram Mandir

Key Points

ରାମ ମନ୍ଦିରରେ ନମାଜ ପଢୁଥିଲେ ଅହଦ ଶେଖ
ସୀତା ରଶୋଇ ନିକଟରେ ଧରିଲା ପୋଲିସ
କିଏ ଏହି ଅହଦ୍ ଶେଖ ? କାହିଁକି ଯାଇଥିଲେ ମନ୍ଦିର ? ଥିଲା କି କିଛି ବଡ ପ୍ଲାନ ?
ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାର ରାମଙ୍କ ମନ୍ଦିରରେ ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାମଙ୍କ ମନ୍ଦିର ଭିତର ପରିସରରେ ଜଣେ ମୁସଲମାନ ନମାଜ ପଢୁଥିବାର ଦେଖିବାକୁ ମିଳିଛି ।

ବ୍ୟକ୍ତି ଜଣକ ଜମ୍ମୁ କାଶ୍ମୀରର ୫୫ ବର୍ଷୀୟ ବ୍ୟକ୍ତି ଅବଦୁଲ୍ ଅହଦ ଶେଖ୍ । ଶ୍ରୀରାମ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ସୀତା ରଶୋଇ ନିକଟରେ ନମାଜ ପଢିବାକୁ ଆରମ୍ଭ କରୁଥିବା ବେଳେ ତାଙ୍କୁ ହେପାଜତରେ ନିଆ ଯାଇଥିଲା । ଅହଦ ଶେଖ ଶୁକ୍ରବାର ଦିନ ଗେଟ D 1 ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପ୍ରଥମେ ରାମଲାଲାଙ୍କ ଦର୍ଶନ କରିଥିଲେ । ଏହାପରେ ସୀତା ରଶୋଇ ନିକଟରେ ତଳେ କପଡା ବିଛାଇ ନମାଜ ପଢିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ସେଠାରେ ଥିବା ସୁରକ୍ଷା କର୍ମଚାରୀ ଏବଂ ଅନ୍ୟମାନେ ତାଙ୍କୁ ଅଟକାଇ ଦେଇଥିଲେ ।

ଏହାପରେ ସେ ନାରାବାଜି କରିବା ଆରମ୍ଭ କରିଥିଲେ । ଏହାପରେ ସିଆରପିଏଫ, ଏସଏସଏଫ ଏଜେନ୍ସିର କର୍ମଚାରୀମାନେ ତାଙ୍କୁ ହେପାଜତକୁ ନେବା ସହ ପୋଲିସକୁ ଖବର ଦେଇଥିଲେ ।

ତେବେ ଅହଦ ଶେଖଙ୍କ ପାଖରୁ ଜବତ ହୋଇଥିବା କାର୍ଡରୁ ଜଣା ପଡିଥିଲା ସେ ଜମ୍ମୁ କାଶ୍ମୀର ଅଟନ୍ତି । ଏଥିସହ ତାଙ୍କ ପାଖରେ କାଜ୍ଜୁ କିସମିସ୍ , ଡାଏରୀ ଏବଂ କିଛି ଟଙ୍କା ମିଳିଥିଲା । ପଚରାଉଚରାରୁ ଜଣା ପଡିଥିଲା, ସେ ଆଜମେର ଯାଉଥିଲେ । ତେବେ ତାଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କ କରିବା ପରେ ଜଣା ପଡିଥିଲା ସେ ମାନସିକ ରୂପରେ ଅସୁସ୍ଥ ଅଟନ୍ତି । ସେ ଘରୁ ପାଖାପାଖି ୫ ଦିନ ପୂର୍ବରୁ ବାହାରିଥିଲେ । ସେ ଏକ ମାନସିକ ଚିକିତ୍ସା ବିଭାଗରେ ଚିକିତ୍ସିତ ହେଉଥିବା ମଧ୍ୟ ଦାବି କରିଥିଲେ ତାଙ୍କ ପରିବାର ଲୋକେ ।

ଅନ୍ୟପଟେ ଉତ୍ତରପ୍ରଦେଶ ପୋଲିସ ଏବଂ ଅନ୍ୟ ଏନଆଇଏ(NIA) ଭଳି ଟିମ ଘଟଣାର ତଦନ୍ତ କରିବା ଆରମ୍ଭ କରିଛନ୍ତି । ପ୍ରକୃତରେ କାହିଁକି ସେ ଅଯୋଧ୍ୟା ଆସିଥିଲେ, ପ୍ରକୃତରେ କଣ ଥିଲା ତାଙ୍କର ଉଦ୍ଦେଶ୍ୟ, ସତରେ ସେ ମାନସିକ ବିକୃତ ନା ଥିଲା ଆଉ କିଛି ପ୍ଲାନ ଥିଲା ଏହାକୁ ନେଇ ଅଧିକ ଯାଞ୍ଚ କରୁଛି ପୋଲିସ । ସେପଟେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ତେବେ ଏହି ଘଟଣା ପରେ ମନ୍ଦିର ପରିସରର ସୁରକ୍ଷା ଆହୁରି ବଢାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Mandir | Who Is Ahad Sheikh? Why Did He Visit the Temple? Big Plan Behind It? | Argus News