Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ବିରୋଧୀ ଦଳର ନେତା ହେବ କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସଂସଦରେ ବିରୋଧୀ ଦଳର ନେତା ହେବ କିଏ ?

Key Points

  • ସଂସଦରେ ବିରୋଧୀ ଦଳର ନେତା ହେବ କିଏ ?
  • ରାହୁଲଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଅର୍ଗସ ବ୍ୟୁରୋ : ୧୦ ବର୍ଷ ପରେ ଲୋକସଭା ପାଇବ ବିରୋଧୀ ଦଳର ନେତା । ହେଲେ ସେହି ଆସନରେ କିଏ ବସିବ ତାହାକୁ ନେଇ ଆଲୋଚନା ଜୋରଦାର ଚାଲିଛି । ଚର୍ଚ୍ଚା ହେଉଛି କି, ରାହୁଲ ଗାନ୍ଧୀ ଏହି ଆସନରେ ବସିବେ । କିନ୍ତୁ ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇନି । ହେଲେ ବି ରାହୁଲ ହିଁ ବିରୋଧୀ ଦଳର ନେତା ହେବେ ବୋଲି ଚର୍ଚ୍ଚା ହେଉଛି ।

୧୮ ତମ ଲୋକସଭାର ଉଦଘାଟନୀ ଅଧିବେଶନରେ ବିରୋଧୀ ଦଳର ନେତା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ହେବା ସହ ବିରୋଧୀ ଦଳର ନେତା ବି ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । କୁହାଯାଉଛି କି, ରାହୁଲ ଗାନ୍ଧୀ ଏହି ପଦବୀ ପାଇଁ ନିଜର ନିଷ୍ପତ୍ତି ନେବେ । ଆସନ୍ତା ସପ୍ତାହରେ ଦଳ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏକ ଦଶନ୍ଧି ପରେ ଲୋକସଭା ବିରୋଧୀଦଳର ନେତା ପାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ ଦୁଇଟି କାର୍ଯ୍ୟକାଳରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସଂସଦରେ ୧୦ ପ୍ରତିଶତ ଶକ୍ତି ସଂଗ୍ରହ କରିପାର ନଥିଲା । ତେଣୁ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାରି ନଥିଲା । ଏଥର କଂଗ୍ରେସର ୯୯ ଆସନ ହାତେଇଛି, ତେଣୁ ଏହି ପଦବୀ ଦଳ ପାଖକୁ ଆସିବ । କଥା ହେଲା, ଏଥର ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ ସୋନିଆ ଗାନ୍ଧି । ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଛନ୍ତି । ତେଣୁ ସୋନିଆଙ୍କ ପରେ ରାହୁଲଙ୍କ ଉପରେ ଦଳ ବିଶ୍ଵାସ କରୁଛି । ଏପଟେ, ରାହୁଲ ୱାୟନାଡ ଆସନ ଛାଡିବା ପରେ ସେହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । କୁହାଯାଉଛି କି, କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ପ୍ରାର୍ଥୀ ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ବରେ ଓଡିଶା କଂଗ୍ରେସର ଛଅ ଜଣ ବିଧାୟକ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧିମଣ୍ଡଳ‌ରେ ଚିତ୍ରାକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ, ଗୁଣୁପୁର ବିଧାୟକ ସତ୍ୟଜିତ ‌ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକ୍‌କା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ସାମିଲ ଥିଲେ। ଜ‌ାତୀୟ ସ୍ତରରେ ଓଡ଼ିଶାର ପ୍ରମୁଖ ପ୍ରସଙ୍ଗଗୁଡିକୁ ଉଠାଇବା ଲାଗି ଏହି ପ୍ରତିନିଧିମଣ୍ଡଳୀ ଶ୍ରୀ ଖଡ଼ଗେଙ୍କୁ ଜଣାଇଛନ୍ତି। ବିଶେଷକରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ, ମହାନଦୀ ଜଳ ବିବାଦ, ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟା ତଥା କୋଟିଆ ଗ୍ରାମପୁଂଜ ସୀମାବିବାଦ ଭଳି ପ୍ରସଙ୍ଗର ସମାଧାନ ପାଇଁ ଜାତୀୟସ୍ତରରେ ସ୍ବର ଜୋର୍ କରିବା ଲାଗି ସେମାନେ କହିଛନ୍ତି ।
 

Sponsored
Rahul Gandhi | Argus News