Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କିଏ ଏହି ବାସବ ରାଜୁ, ଯାହାକୁ ଧରିବାକୁ କୋଟିଏ ଟଙ୍କା ଥିଲା ପୁରସ୍କାର ?

National

କିଏ ଏହି ବାସବ ରାଜୁ, ଯାହାକୁ ଧରିବାକୁ କୋଟିଏ ଟଙ୍କା ଥିଲା ପୁରସ୍କାର ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କିଏ ଏହି ବାସବ ରାଜୁ, ଯାହାକୁ ଧରିବାକୁ କୋଟିଏ ଟଙ୍କା ଥିଲା ପୁରସ୍କାର ?

Key Points

ସାରା ଦେଶ ପାଇଁ ଥିଲା ମୋଷ୍ଟ ଓ୍ବାଣ୍ଟେଡ୍‌

ଧରାଇ ଦେଇଥିଲେ ମିଳିଥାନ୍ତା କୋଟିଏ

ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ମିଳିତ ଅପରେସନରେ ୩୦ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ୍ ହୋଇଥିବା କୁହାଯାଉଛି।


ଏନକାଉଣ୍ଟର ସ୍ଥଳରୁ ଏକେ ୪୭ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ୪ ଜିଲ୍ଲାର ଡିଆରଜି ଯବାନଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ମିଳିତ ଅପରେସନ। ଏଥିରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ବାସଭ ରାଜୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।


କିଏ ଏହି ବାସବ ରାଜୁ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସାରା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ଭାସଭ ରାଜ୍‌ ହେଉଛନ୍ତି ବିଜୟନଗରମ ଜିଲ୍ଲାର ମୂଳ ବାସିନ୍ଦା। ସେ ଛାତ୍ର ଜୀବନରେ ମାଓ ଆନ୍ଦୋଳନରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ରାଡିକାଲ୍ ଛାତ୍ର ସଂଘ (RSU) ସହିତ ଜଡିତ ଥିଲେ। ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ NIA ଏବଂ ପୋଲିସ ବାହିନୀ ପାଇଁ ସେ ଥିଲେ ମୋଷ୍ଟ ଓ୍ବାଣ୍ଟେଡ୍‌। ସେ ପ୍ରକାଶ ଓରଫ କ୍ରିଷ୍ଣା ପରଫ ବିଜୟ ଓରଫ ଦରପୁ ନରସିଂହା ଓରଫ ବି.ଆର୍ ନାଁରେ ମଧ୍ୟ ବେଶ ଜଣାଶୁଣା ଥିଲେ। ଯୁବ ବୟସରେ କବାଡି ଖେଳରେ ସେ ପାରଗମ ଥିଲେ। ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ପାସ୍ ବି କରିଥିଲା ।


ମାଓ ମୁଖିଆ ତଥା ସଙ୍ଗଠନର ମହାସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ମାଓବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଏଥିସମେତ ଗରେଲା ଯୁଦ୍ଧ, ମାଓ ଅପରେସନ୍‌ର ପରିଚାଳନା କରୁଥିଲେ। ବାସଭ ରାଜୁକୁ ଧରିବା ପାଇଁ ସରକାର କୋଟିଐ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

Painting
Sponsored
Who is Maoist leader Basava Raju | Argus News