|
logo
Live
Argus News App
GET APP

Argus News - ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

National

Bihar Election / ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

Key Points

ଛଟ ପୂଜା ପୂର୍ବରୁ ବିଜେପିର ହାଇଭୋଲଟେଜ ପ୍ରଚାର ପ୍ଲାନ ।
ଆସନ୍ତାକାଲି ବେଗୁସରାଇ ଓ ସମସ୍ତିପୁରରେ ପିଏମ ମୋଦିଙ୍କ ପ୍ରଚାର ।

ବିହାର ନିର୍ବାଚନ ରଣାଙ୍ଗନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର। ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ୍ ମୋଦି ଭରିଛନ୍ତି ପ୍ରଧାନମନ୍ତ୍ରୀ। ଛଟ୍ ପୂଜା ପୂର୍ବରୁ ହାଇଭୋଲଟେଜ୍ ପ୍ରଚାର ପାଇଁ ପ୍ଲାନ୍ କରିଥିବାବେଳେ ଗୁରୁବାର ଭଳି ଶୁକ୍ରବାର ବି ପିଏମ୍ କରିବେ ଜୋରଦାର ପ୍ରଚାର।

କମ୍ପୁଛି ବିହାର ପ୍ରଚାର ମଇଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ଲଢ଼େଇ ଜୋରଦାର । ଶୁକ୍ରବାର ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ମେରା ବୁଥ୍ ସବସେ ମଜବୁତ୍, ଯୁବ ସମ୍ବାଦ ଭର୍ଚୁଆଲ କର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ ଭରିଛନ୍ତି ପିଏମ ମୋଦି ।

ପ୍ରେରଣା, ମାର୍ଗଦର୍ଶନ ସହ ବିହାରରେ ଏନଡିଏର ସଫଳତା ପାଇଁ ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଚାର ଆରମ୍ଭ କରିବେ ମୋଦି। ସମସ୍ତିପୁର ଓ ବେଗୁସରାଇରେ ସିଏମ ନୀତୀଶ କୁମାରଙ୍କ ସହ ପ୍ରଚାର କରି ପିଏମ ମୋଦି ମହାଗଠବନ୍ଧନର ଗଣିତ ଓଲଟପାଲଟ କରିବାକୁ ଯାଉଥିବା କହିଛନ୍ତି ବିହାର ବିଜେପି ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଆସନ୍ତା ୩୦, ନଭେମ୍ବର ୨ ଓ ୩ରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି ।

ବିହାର ମହାଗଠବନ୍ଧନରେ ଘଡ଼ିକୁ ଘୋଡ଼ା ଛୁଟୁଥିବା ବେଳେ ବିଜେପି ହେଭିଓ୍ବେଟ୍‌ଙ୍କ ପ୍ରଚାର ଜୋରଦାର ହୋଇଛି । ବିକାଶ ଓ ବିନାଶ ମଧ୍ୟରୁ ଗୋଟିଏକୁ ବାଛି ନେବାକୁ ବିହାରବାସୀଙ୍କୁ ଖୋଲା ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପ୍ରଥମେ ଔରଙ୍ଗାବାଦ ଓ ପରେ ବୈଶାଲୀରେ ନିର୍ବାଚନୀ ରାଲିରେ ସାମିଲ ହୋଇ ମହାଗଠବନ୍ଧନର ପୋଲ୍ ଖୋଲିଛନ୍ତି ନଡ୍ଡା । କେବଳ ଲୁଣ୍ଠନ କରିବାକୁ ଯୋଜନା କରୁଥିବା କଂଗ୍ରେସ ଓ ୧୫ ବର୍ଷ ଧରି ଜଙ୍ଗଲ ରାଜ୍ ଚଳାଇଥିବା ଆରଜେଡିକୁ ବିହାରବାସୀ କେବେ କ୍ଷମା ଦେବେନି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଏପଟେ ତୁଟୁନି ମହାମେଣ୍ଟ କଳି । ୨୪୩ ଆସନରେ ୨୫୩ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ମହାଗଠବନ୍ଧନରେ କୌଣସି ସମସ୍ୟା ନଥିବା କହିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ । ପ୍ରେସମିଟରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଗେହଲଟ । ସେହିପରି VIP ଅଧ୍ୟକ୍ଷ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ରେ ୧୨୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ତାରିଖରେ ୧୨୨ଟି ଆସନରେ ହେବ ଭୋଟିଂ । ବିହାରରେ ଏଥର ମତାଧିକାର ସାବ୍ୟସ୍ତ କରିବେ ମୋଟ ୭ କୋଟି ୪୩ ଲକ୍ଷ ଭୋଟର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election: ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ ! | Argus News